କୋଣାର୍କ ସୂର୍ଯ୍ୟ ମନ୍ଦିର ରେ ପାଳିତ ହୋଇଛି ବିଶ୍ୱ ଐତିହ୍ୟ ସପ୍ତାହ…

ସୋମ୍ୟ ରଞ୍ଜନ(କୋଣାର୍କ)- ଆଜି ଠାରୁ ସାତ ଦିନ ଧରି ପାଳିତ ହେଉଛି ବିଶ୍ୱ ଐତିହ୍ୟ ସପ୍ତାହ।ସମସ୍ତ ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ ମାନଙ୍କ ରେ ଏହି ଦିବସ ପାଳନ ହେଉଥିବା ବେଳେ କୋଣାର୍କ ସୂର୍ଯ୍ୟ ମନ୍ଦିର ରେ ମଧ୍ୟ ଏହାକୁ ପାଳନ କରାଯାଇଛି । ASI ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସୂର୍ଯ୍ୟ ମନ୍ଦିର କୁ ଆଜି ପ୍ରବେଶ ଶୁଳ୍କ ଛାଡ଼ ଥିବା ବେଳେ ପର୍ଯ୍ୟଟକ ମାନେ ବିନା ଟିକେଟ ରେ ସୂର୍ଯ୍ୟ ମନ୍ଦିର ବୁଲିବାର ସୁଯୋଗ ପାଇଥିଲେ।

ବିଶ୍ୱ ଐତିହ୍ୟ ଦିବସ ଅବସରରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ସୂର୍ଯ୍ୟ ମନ୍ଦିର ସମ୍ବନ୍ଧିତ ତଥ୍ୟ କୁ ଗ୍ୟାଲେରୀ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ଆଜିର ଦିବସ କୁ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ ଉପସ୍ଥିତ ରହି ଉଦଘାଟନ କରିଥିବା ବେଳେ ASI ର ସୁପରିଟେଣ୍ଡେଟ ଅରୁଣ ମଲ୍ଲିକ ଙ୍କ ସହ ଅନ୍ୟ ସମସ୍ତ ଅଧିକାରି ମାନେ ଉପସ୍ଥିତ ଥିଲେ। ଏହି ଦିବସ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା 25 ତାରିଖ ରେ ଶେଷ ହେବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୌର ନିର୍ବାଚନ ପୂର୍ବରୁ ସହରାଞ୍ଚଳ ଉନ୍ନତି କରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ୫୦୦ କୋଟି ଟଙ୍କାର ପ୍ୟାକେଜ...

Sat Nov 20 , 2021
ଭୁବନେଶ୍ବର(ବାସ୍ତବବ୍ୟୁରୋ): ଆଗକୁ ପଂଚାୟତ ନିର୍ବାଚନ ସାଙ୍ଗକୁ ପୌରନିର୍ବାଚନ ପାଇଁ ଜୋରଦାର ସଜ ହେଲେଣି ରାଜ୍ୟ ସରକାର।ମୁଖ୍ୟମନ୍ତ୍ରୀ ବଭିନ୍ନ ଜିଲ୍ଲା ଗସ୍ତ କରି, ସ୍ମାର୍ଟ ହେଲଥ କାର୍ଡ,ସହ ବିଭିନ୍ନ ଯୋଜନାର ଭିତ୍ତିପ୍ରସ୍ଥର ସ୍ଥାପନ ତ କିଛି ଉଦ୍ଘାଟନ କରି ଭୋଟରଙ୍କୁ ଆକୃଷ୍ଠ କରିବାରେ,ଶାସକଦଳ ଲାଗିପଡ଼ିଛି । ପଂଚାୟତ ପରେ ପୌରାଞ୍ଚଳ ପାଇଁ ପୌର ନିର୍ବାଚନ | ତେଣୁ ପୌର ନିର୍ବାଚନ ପୂର୍ବରୁ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ କ୍ଷତିଗ୍ରସ୍ତ ହୋଇ ପଡ଼ିଥିବା ରାସ୍ତାଘାଟ,ନାଳ […]

You May Like

Pin It on Pinterest