୧-ଲୋକସେବା ଭବନରେ ‘ମୋ ସ୍କୁଲ’ ମୋବାଇଲ ଆପ୍ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
୨-ଶିଳ୍ପପତି ମହିମା ମିଶ୍ରଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ।
୩-ରାଜ୍ୟରେ ଖାଲି ପଡ଼ିଛି ୨୭ ହଜାର ଶିକ୍ଷକ ପଦ, ବନ୍ଦ ହେଲାଣି ୧୭୭୫ ବିଦ୍ୟାଳୟ, ପିଲା ଅଧାରୁ ଛାଡ଼ୁଛନ୍ତି ପାଠପଢ଼ା।
୪-ସଂଘର୍ଷପୁର୍ଣ୍ଣ ଜୀବନର ବାସ୍ତବତା: ଦେଖନ୍ତୁ ଓ ଉପଲବ୍ଧି କରନ୍ତୁ ଆଜି ସୋନି ଏଣ୍ଟରଟେନମେଣ୍ଟରେ ରାତି ୯ଟା ,KBCରେ। କିଟ୍ ଓ କିସ୍ ର ପ୍ରତିଷ୍ଠାତା ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସ୍ବପ୍ନର କିଟ୍ ଓ କିସ୍ ଅନୁଷ୍ଠାନର ସଫଳ କାହାଣୀ…. ‘କର୍ମବୀର’ ଅଧ୍ୟାୟରେ, ଅମିତାଭ ବଚ୍ଚନଙ୍କ ସାଥୀରେ।
୫-ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେବାର ୩ ମାସ ଭିତରେ କୋଟିଏରୁ ଅଧିକ ଟଙ୍କାର ଜୋରିମାନା ଆଦାୟ,୧୭ ପ୍ରତିଶତ ଦୁର୍ଘଟଣା କମ୍: ବାଣିଜ୍ଯ ଓ ପରିବହନ ମନ୍ତ୍ରୀ।
୬-ଭୁବନେଶ୍ୱର ବିମାନ ବନ୍ଦରରୁ ଦେଢ଼ କେଜି ସୁନା ବିସ୍କୁଟ ଜବତ।
୭-ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ। ଘରୋଇ ବିଶ୍ବବିଦ୍ୟାଳୟ ସମ୍ପର୍କିତ ବିଲ୍ କୁ ମିଳିପାରେ ଅନୁମୋଦନ।
୮-ଚନ୍ଦ୍ରଯାନକୁ ନେଇ ଖୁସୀ ଖବର– ୨୦୨୦ ସୁଦ୍ଧା ଚନ୍ଦ୍ରପୃଷ୍ଟକୁ ଯିବ ଚନ୍ଦ୍ରଯାନ-୩।
୯-୧୯ରେ ନୁହେଁ ୨୦ରେ ସରିବ କଟକର ଐତିହାସିକ ବାଲିଯାତ୍ରା।
୧୦-ଲକ୍ଷ୍ନୌ : ଅକ୍ଷିତା ମିଶ୍ର ହେଲେ ମିସ୍ ଟିନ୍ ଇଣ୍ଡିଆ-୨୦୧୯।
୧୧-ବିଷାକ୍ତ ଗ୍ୟାସ୍ ଲିକ୍ ଘଟଣାରେ ଜେଲ୍ ଗଲେ ଫାଲକନ୍ର ଜିଏମ୍ଙ୍କ ସହ ୭ କର୍ମଚାରୀ, ପ୍ଲାଣ୍ଟ ହେଲା ସିଲ୍।
୧୨-କିଟ୍ ରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ଵବିଦ୍ୟାଳୟ କ୍ରୀଡା ଫେବୃଆରୀ ୨୨ରୁ ଆରମ୍ଭ।