ପୌର ନିର୍ବାଚନ ପୂର୍ବରୁ ସହରାଞ୍ଚଳ ଉନ୍ନତି କରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ୫୦୦ କୋଟି ଟଙ୍କାର ପ୍ୟାକେଜ…

ଭୁବନେଶ୍ବର(ବାସ୍ତବବ୍ୟୁରୋ): ଆଗକୁ ପଂଚାୟତ ନିର୍ବାଚନ ସାଙ୍ଗକୁ ପୌରନିର୍ବାଚନ ପାଇଁ ଜୋରଦାର ସଜ ହେଲେଣି ରାଜ୍ୟ ସରକାର।ମୁଖ୍ୟମନ୍ତ୍ରୀ ବଭିନ୍ନ ଜିଲ୍ଲା ଗସ୍ତ କରି, ସ୍ମାର୍ଟ ହେଲଥ କାର୍ଡ,ସହ ବିଭିନ୍ନ ଯୋଜନାର ଭିତ୍ତିପ୍ରସ୍ଥର ସ୍ଥାପନ ତ କିଛି ଉଦ୍ଘାଟନ କରି ଭୋଟରଙ୍କୁ ଆକୃଷ୍ଠ କରିବାରେ,ଶାସକଦଳ ଲାଗିପଡ଼ିଛି । ପଂଚାୟତ ପରେ ପୌରାଞ୍ଚଳ ପାଇଁ ପୌର ନିର୍ବାଚନ | ତେଣୁ ପୌର ନିର୍ବାଚନ ପୂର୍ବରୁ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ କ୍ଷତିଗ୍ରସ୍ତ ହୋଇ ପଡ଼ିଥିବା ରାସ୍ତାଘାଟ,ନାଳ ନର୍ଦ୍ଦମା ଓ ଫୁଟପାଥର ମରାମତି ଉପରେ ଜୋର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସହରାଞ୍ଚଳ ଉନ୍ନତି କରଣ ପାଇଁ ୫୦୦ କୋଟି ଟଙ୍କାର ପ୍ୟାକେଜ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସବୁର ଉନ୍ନତିକରଣ କାର୍ଯ୍ୟ କୁ ତ୍ୱରାନ୍ନିତ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ଆଗାମୀ ମୌସୁମୀ ଋତୁ ପୂର୍ବରୁ ଶେଷ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନୂଆ କୋଭିଡ ଗାଇଡଲାଇନ୍‌ ରେ ଯାତ୍ରା,ଅପେରା,ଡ୍ରାମା ଓ ମେଲୋଡିକୁ ଗ୍ରୀନ୍‌ ସିଗନାଲ୍...

Sat Nov 20 , 2021
ଭୁବନେଶ୍ବର(ବାସ୍ତବବ୍ୟୁରୋ): ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡିକୁ ଗ୍ରୀନ୍‌ ସିଗନାଲ୍ । ଆଜି ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡି ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । କୋଭିଡ କଟକଣା ଭିତରେ ଏସବୁ ଉତ୍ସବ ପାଳନ କରିବାକୁ ସରକାରଙ୍କ ଅନୁମତି । ମହାମାରୀ କରୋନା ଧିରେ ଧିରେ ତଳମୁହାଁ ହେଉଥିବା ବେଳେ ରାଜ୍ୟର ପ୍ରାୟତଃ ସବୁଅନୁଷ୍ଠାନ ଖୋଲି ସାରିଥିଲା ।ସ୍ୱତନ୍ତ୍ର ରିଲିଫ କମିଶନରଙ୍କ( ଏସ୍‌ଆରସି) ପକ୍ଷରୁ ନୂଆ ଗାଇଡଲାଇନ୍‌ […]

You May Like

Pin It on Pinterest