ନୂଆ କୋଭିଡ ଗାଇଡଲାଇନ୍‌ ରେ ଯାତ୍ରା,ଅପେରା,ଡ୍ରାମା ଓ ମେଲୋଡିକୁ ଗ୍ରୀନ୍‌ ସିଗନାଲ୍…

ଭୁବନେଶ୍ବର(ବାସ୍ତବବ୍ୟୁରୋ): ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡିକୁ ଗ୍ରୀନ୍‌ ସିଗନାଲ୍ । ଆଜି ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡି ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । କୋଭିଡ କଟକଣା ଭିତରେ ଏସବୁ ଉତ୍ସବ ପାଳନ କରିବାକୁ ସରକାରଙ୍କ ଅନୁମତି । ମହାମାରୀ କରୋନା ଧିରେ ଧିରେ ତଳମୁହାଁ ହେଉଥିବା ବେଳେ ରାଜ୍ୟର ପ୍ରାୟତଃ ସବୁଅନୁଷ୍ଠାନ ଖୋଲି ସାରିଥିଲା ।ସ୍ୱତନ୍ତ୍ର ରିଲିଫ କମିଶନରଙ୍କ( ଏସ୍‌ଆରସି) ପକ୍ଷରୁ ନୂଆ ଗାଇଡଲାଇନ୍‌ ରେ ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡି ଆଦି ପାଇଁ ସରକାରୀ ଅନୁମତି ଦିଆଯାଇଛି ।

ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ଅନୁସାରେ, ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡି କାର୍ଯ୍ୟକ୍ରମରେ ଲୋକଙ୍କ ଭିଡ ହୋଇଥାଏ। ଏଥିପାଇଁ ଅନଲାଇନ୍‌ରେ କିମ୍ବା ଅଧିକ କାଉଣ୍ଟର କରି ଟିକେଟ୍ ବୁକିଂ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଖୋଲା ପଡ଼ିଆରେ ଦୁଇ ହଜାର ଲୋକ ସାମାଜିକ ଦୂରତ୍ୱ ରଖି ବସିବାକୁ ଅନୁମତି ମିଳିଛି ।ଏହିସବୁ କାର୍ଯ୍ୟକ୍ରମରେ ସମାଜିକ ଦୂରତା ସହ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଇଣ୍ଡୋର ହଲରେ ବସିବା କ୍ଷମତାର ୫୦%ରେ ସୀମିତ ରଖାଯାଇଛି। ଅଧିକ ଦର୍ଶକ ମନା କରାଯାଇଛି। ୫୦% ଦର୍ଶକଙ୍କୁ ନେଇ ସିନେମା ହଲ୍ ଖୋଲିବା ପାଇଁ ଅନୁମତି ମିଳିଛି ।।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭଦ୍ରକ ବନଖଣ୍ଡ ବନ ବିଭାଗ ଓ ଚାନ୍ଦବାଲି ବନ ବିଭାଗ ପକ୍ଷରୁ ୩ ଟି କାଠ ଗୋଲା ଉପରେ ଚଢ଼ାଉ,ଲକ୍ଷାଧିକ ଟଙ୍କାର ବେଆଇନ କାଠ ଜବତ

Sat Nov 20 , 2021
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୨୦-୧୧-ଭଦ୍ରକ ବନଖଣ୍ଡ ବନ ବିଭାଗ ଓ ଚାନ୍ଦବାଲ ବନ ବିଭାଗ ପକ୍ଷରୁ ଏସିଏଫ ସାଧନା ବେହେରାଙ୍କ ନେତୃତ୍ବରେ ଚାନ୍ଦବାଲି ଶାସ୍ତ୍ରୀ ନଗରରେ ୩ ଟି କାଠ ଡ଼ିପୋ ଉପରେ ଚଢ଼ାଉ କରି ବିପୁଳ ପରିମାଣରେ କାଠକୁ ଜବଦ କରିଛି ବନ ବିଭାଗ । ସେହି ୩ ଟି ଡ଼ିପୋରେ ଲାଇସେନ୍ସ ନଥିବା ବେଳେ ସେମାନେ ଚୋରାରେ କାଠ ବ୍ୟବସାୟ କରୁଥିଲେ ,ବନ ବିଭାଗ ଖବର ପାଇ ଅଚାନକ ଚଢ଼ାଉ […]

You May Like

Pin It on Pinterest