
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୨୦-୧୧-ଭଦ୍ରକ ବନଖଣ୍ଡ ବନ ବିଭାଗ ଓ ଚାନ୍ଦବାଲ ବନ ବିଭାଗ ପକ୍ଷରୁ ଏସିଏଫ ସାଧନା ବେହେରାଙ୍କ ନେତୃତ୍ବରେ ଚାନ୍ଦବାଲି ଶାସ୍ତ୍ରୀ ନଗରରେ ୩ ଟି କାଠ ଡ଼ିପୋ ଉପରେ ଚଢ଼ାଉ କରି ବିପୁଳ ପରିମାଣରେ କାଠକୁ ଜବଦ କରିଛି ବନ ବିଭାଗ ।
ସେହି ୩ ଟି ଡ଼ିପୋରେ ଲାଇସେନ୍ସ ନଥିବା ବେଳେ ସେମାନେ ଚୋରାରେ କାଠ ବ୍ୟବସାୟ କରୁଥିଲେ ,ବନ ବିଭାଗ ଖବର ପାଇ ଅଚାନକ ଚଢ଼ାଉ କରି ବିପୁଳ ପରିମାଣରେ କାଠ ଜବତ କରିଛି ।ଏହି ଚଢ଼ାଉରେ ଚାନ୍ଦବାଲି ମାଜେଷ୍ଟ ପ୍ରଶାନ୍ତ ମହାରଣା, ରେଞ୍ଜ ଅଫିସର ସୁବାସ ନାୟକଙ୍କ ସହ ୨ ଜଣ ଫରେଷ୍ଟର ଏବଂ ଚାନ୍ଦବାଲି ପୋଲିସ ମିଳିତ ଭାବେ ବେଆଇନ ଡ଼ିପୋ ଉପରେ ରେଡ଼ କରିଥିଲେ ।



