ଲାଞ୍ଜିଗଡ଼ ରୋଡ଼-ଜୁନାଗଡ଼ ରୋଡ଼ ଏବଂ ନୌପଡା-ଗୁଣୁପୁର ରେଳବାଇ ବିଦ୍ୟୁତିକରଣ କାର୍ଯ୍ୟ ଚଳିତ ବର୍ଷ ଶେଷସୁଦ୍ଧା ସମାପ୍ତ ହେବ

ବିଜୟନଗରମ-ଟିଟିଲାଗଡ଼-ରାଇପୁର ରେଳ ଲାଇନର ୫୬ କିମି ଲମ୍ବା ଲାଞ୍ଜିଗଡ଼ ରୋଡ଼-ଜୁନାଗଡ଼ ରୋଡ଼ ରେଳ ସେକ୍ସନରେ ଏବଂ ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ଲାଇନର ୯୦କିମି ଲମ୍ବା ନୌପଡା-ଗୁଣୁପୁର ରେଳ ସେକ୍ସନରେ ବିଦ୍ୟୁତିକରଣ କାର୍ଯ୍ୟ ଖୁବ ଶୀଘ୍ର ଶେଷ ହେବ ଏବଂ ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ସମ୍ପାଦନ କରାଯାଉଅଛି I

ଲାଞ୍ଜିଗଡ଼ ରୋଡ଼-ଜୁନାଗଡ଼ ରୋଡ଼ ରେଳ ସେକ୍ସନରେ ୫୬ କିମି ରେଳ ଲାଇନ ପାଇଁ ବିଦ୍ୟୁତିକରଣ ବାବଦରେ ପ୍ରାୟ ୬୨ କୋଟି ଟଙ୍କାଖର୍ଚ କରାଯାଉଥିବା ବେଳେ ନୌପଡା-ଗୁଣୁପୁର ରେଳ ସେକ୍ସନରେ ୯୦ କିମି ରେଳ ଲାଇନ ପାଇଁ ବିଦ୍ୟୁତିକରଣ ବାବଦରେ ପ୍ରାୟ ୧୦୫ କୋଟି ଟଙ୍କା ଖର୍ଚ୍ଚ କରାଯାଉଅଛି I

ବର୍ତମାନ ସମ୍ବଲପୁର ରେଳ ମଣ୍ଡଳରେ ବିଭିନ୍ନ ରେଳ ସେକ୍ସନ ଯଥା ଝାରସୁଗୁଡା-ସମ୍ବଲପୁର, ସମ୍ବଲପୁର-ଅନୁଗୁଳ, ସମ୍ବଲପୁର-ଟିଟିଲାଗଡ଼, ଟିଟିଲାଗଡ଼-ସିଙ୍ଗାପୁର ରୋଡ଼ ଏବଂ ଟିଟିଲାଗଡ଼-ରାଇପୁର ରେଳ ସେକ୍ସନ ମାନଙ୍କରେ ବିଦ୍ୟୁତିକରଣ କାର୍ଯ୍ୟ ସମାପ୍ତ କରାଯାଇ ଇଲେକ୍ଟ୍ରିକ ରେଳ ଇଞ୍ଜିନ ଦ୍ୱାରା ଟ୍ରେନ ଚଳାଚଳ କରୁଅଛି I ଏହା ବ୍ୟତୀତ, ଟିଟିଲାଗଡ଼-ରାଇପୁର ରେଳ ସେକ୍ସନର ବେଲସୋଣ୍ଡା-କୋମାଖନ-ଖରିଆର ରୋଡ଼ ରେଳ ସେକ୍ସନ ରେ କାର୍ଯ୍ୟ ଚଳିତ ମାସ ଶେଷ ସୁଦ୍ଧା ସମାପ୍ତ ହୋଇଯିବ I

ଏହା ସହିତ ଚାଲୁ ରହିଥିବା ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପରେ ଉଭୟ ପାର୍ଶ୍ୱରୁ ବିଦ୍ୟୁତିକରଣ କାର୍ଯ୍ୟ ପ୍ରାରମ୍ଭ କରାଯାଇଅଛି I ୨୮୯ କିମି ଲମ୍ବ ଏହି ରେଳପ୍ରକଳ୍ପ ପାଇଁ ପ୍ରାୟ ୨୬୫ କୋଟି ଟଙ୍କା ବ୍ୟୟ କରାଯିବ I

ପୂର୍ବତଟ ରେଳପଥ ମଧ୍ୟରେ ଏହି ସବୁ ରେଳ ସେକ୍ସନରେ ବିଦ୍ୟୁତିକରଣ କାର୍ଯ୍ୟ ସମ୍ପାଦନ ପରେ ଡିଜେଲ ଇଞ୍ଜିନ ପରିବର୍ତ୍ତେ ଇଲେକ୍ଟ୍ରିକ ଇଞ୍ଜିନ ଦ୍ୱାରା ଟ୍ରେନ ଚଳାଚଳ କରିବ I ଏହା ଟ୍ରେନ ମାନଙ୍କର ବେଗ ବୃଦ୍ଧି କରିବା ସହିତ ଡିଜେଲ ବାବଦରେ ବ୍ୟୟ କମ କରିବ ଏବଂ କମ ଖର୍ଚ୍ଚରେ ଟ୍ରେନ ଚଳାଚଳ କରିବ I

ଚଳିତ ବର୍ଷ ଡିସେମ୍ବର ମାସ ୩୧ ତାରିଖ ଠାରୁ ଏହି ପ୍ରକଳ୍ପ ଗୁଡିକର କାର୍ଯ୍ୟ ସମ୍ପାଦନ ହେବ ଦ୍ୱାରା ଏଥିରେ ବିଦ୍ୟୁତ ସଂଯୋଗ କରାଯାଇ ଚାର୍ଜ କରାଯିବ ଏବଂ ସାଧାରଣ ଜନତା ଓ ରାସ୍ତା ବ୍ୟବହାରକାରୀ ମାନଙ୍କ ସହିତ ବାହାନ ଚାଳକ ମାନେ ଟ୍ରେନ ଲାଇନ ପାଖରେ କିମ୍ବା ପାରିହେବା ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଅଛି I

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନୂଆ ଟ୍ରାଫିକ ନିୟମ ଡିସେମ୍ବର୧ ରୁ...ପୁଣି ଆଦାୟ ହେବ ଜୋରିମାନା

Fri Nov 15 , 2019
ବାସ୍ତବ ବ୍ୟୁରୋ (ଭୁବନେଶ୍ୱର)- କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ସଂଶୋଧିତ ମୋଟର ଯାନ ଆଇନ ଆସନ୍ତା ଡିସେମ୍ବର ୧ ତାରିଖରୁ ପୁଣି କଡ଼ାକଡି଼ ଭାବେ ଲାଗୁ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ମୋଟର ଯାନ ଆଇନ ଲାଗୁ ନେଇ ଚାଲିଥିବା ଧରପଗଡ଼ ଉପରେ ଯେଉଁ ୩ ମାସ କୋହଳ ଲାଗି ନିର୍ଦ୍ଦେଶ ଦେଇଥିଲେ, ଇତି ମଧ୍ୟରେ ତାହା ‌ଶେଷ ହେବାକୁ ଯାଉଛି। ଫଳରେ ରାଜ୍ୟରେ ପୁଣି କଡାକଡି […]

You May Like

Pin It on Pinterest