
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୨୨-୧୧-କେନ୍ଦ୍ର ସରକାରଙ୍କ ରନ୍ଦନ ଗ୍ୟାସ ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଚାନ୍ଦବାଲିରେ ଆଜି ବିଜୁ ମହିଳା ଦଳ, ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଚାନ୍ଦବାଲି ତହସିଲ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ସଭା ସହ ଧାରଣା ଦିଆଯାଇଥିଲା।

ଏଥିନେଇ ମହିଳାଙ୍କ ବିଜେଡ଼ି ଦଳର ଏକ ପ୍ରତିବାଦ ରାଲି ଚାନ୍ଦବାଲି ମା କାଳି ମନ୍ଦିର ନିକଟରୁ ବାହାରି ନାରୀସଭାନେତ୍ରୀ ମାନସୀ ପାଢ଼ୀଙ୍କ ନେତ୍ଵତ୍ବରେ ଶତାଧିକ ମହିଳା କର୍ମୀ ମାନେ ଶୋଭାଯାତ୍ରାରେ ବାହାରି କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିବା ସହ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ଏହି ପ୍ରତିବାଦ ସଭାରେ ଯୁବ ବିଜୁଜନତା ଦଳର ରାଜ୍ୟ ସମ୍ପାଦକ ପ୍ରିନ୍ସ ରାକେଶ ନାୟକ , ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧ ରଂଜନ ସାହୁ , ଅକ୍ଷୟ ନାୟକ ଙ୍କ ସହ ଦଳର ବହୁ ଛାମୁଆ ନେତୃମଣ୍ଡଳୀ ରନ୍ଦନ ଗ୍ୟାସର ଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ ।
