
କଣାସ(ତ୍ରିନାଥ ବାରିକ):୨୨/୧୧ -ବିଶ୍ୱ ଶିଶୁ ଦିବସ କୁ ଏକ ଅଭିନବ ପ୍ରୟାସ ରେ ପାଳନ କରାଯାଇଛି । କଣାସ ଅଞ୍ଚଳ ରେ ଥିବା ରେଡିଓ ଅଭିନନ୍ଦନ କେନ୍ଦ୍ର ଠାରେ ଅଞ୍ଚଳର ଛାତ୍ରଛାତ୍ରୀ ଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରାଯାଇଛି । ବିଶ୍ୱ ପାଳନ କରୁଛି ୬୭ ତମ ବିଶ୍ୱ ଶିଶୁ ଦିବସ । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ କଣାସ ର ରେଡ଼ିଓ ଅଭିନନ୍ଦନ କେନ୍ଦ୍ର ଠାରେ ଅନୁଷ୍ଠିତ ହେଉଛି ବିଶ୍ୱ ଶିଶୁ ଦିବସ ।
ପ୍ରାୟତ ୨ ଦିନ ଧରି ଅଞ୍ଚଳର ପ୍ରତ୍ୟେକ ବିଦ୍ୟାଳୟ ରୁ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଶିଶୁ ମାନଙ୍କ ବିଭିନ୍ନ ପ୍ରସଙ୍ଗ କୁ ନେଇ ଏକ ପାଠ ଚକ୍ର ଆୟଜନ କରାଯାଇଥିଲା । ଶିଶୁମାନଙ୍କ ର ଅଧିକାର , ଶିଶୁ ଶ୍ରମିକ ର ଉଚ୍ଛେଦ, ଶିଶୁମାନଙ୍କ ର ଉତ୍ତମ ଶିକ୍ଷ୍ୟା, ସ୍ୱାସ୍ଥ୍ୟ ଓ ଅନ୍ତର୍ନିହିତ ଦକ୍ଷତା ବୃଦ୍ଧିସହିତ ନୈତିକ ଓ ମୌଖିକ ଶିକ୍ଷା ର ବିକାଶ ଆଦି ବିଷୟରେ ଆଲଚନା ହୋଇଥିଲା ।
ଏହି ଦୁଇଦିନିଆ କାର୍ଯ୍ୟକ୍ରମ ରେ କଣାସ ଅଞ୍ଚଳର ଶିକ୍ଷ୍ୟାବିତ ପ୍ରତାପ କେଶରୀ ଛୋଟରାୟ, ଶୁସାନ୍ତ କୁମାର ନରେନ୍ଦ୍ର, ଅଧ୍ୟାପକ ପ୍ରେମାନଦ ଜାଲି,ଅଧ୍ୟପାକ ବିଶ୍ୱରଞ୍ଜନ ପଣ୍ଡା,ମଦର ଇଣ୍ଡିଆ ବିଦ୍ୟାଳୟ ର ଅଧକ୍ଷ୍ୟା ଜ୍ୟୋଷ୍ଣା ରାଣୀ ପାଲଟାସିଂ , ତୃଷ୍ନାମୟୀ ବଳିଆରସିଂହ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶିଶୁ ମାନ ଙ୍କ କଥାକୁ ଗୋଷ୍ଟି ବେତାର କେନ୍ଦ୍ର ମାଧ୍ୟମରେ ଶକ୍ତିଶାଳି କରିବା । ଛାତ୍ରଛାତ୍ରୀ ମାନଙ୍କଦ୍ଵାରା ଗୋଷ୍ଠୀ ବେତାର କେନ୍ଦ୍ର ପରିଚାଳନା କରିବାର ଦକ୍ଷତା ବୃଦ୍ଧି କରିବା । ଶିଶୁମାନଙ୍କ ର ମୌଳିକ ଅଧିକାର ।
କରୋନା ପରେ ବିଦ୍ୟାଳୟ ଖୋଲିଥିବାରୁ ସଚେତନତା ଅବଲମ୍ବନ କରି ପାଠପଢିବା । ଶିଶୁ ସୁରକ୍ଷା ପାଈଁ ସରକାରି ଓ ବେସରକାରୀ ସଂସ୍ଥା ମାନଙ୍କ ର ଭୂମିକା ସମ୍ପର୍କରେ ସୂଚନା ଦିଆଯାଇଥିଲା । ନିର୍ଭୀକତା ର ସହ ଛାତ୍ରଛାତ୍ରୀ ଅତିଥି ମାନଙ୍କୁ ପ୍ରଶ୍ନ ପଚାରିଥିଲେ ଏବଂ ଅତିଥି ମାନେ ସମସ୍ଥ ପ୍ରଶ୍ନ ର ଉତର ଦେବା ସହ । ଶିଶୁ ଅଧିକାର ସମ୍ବନ୍ଧ ରେ ସୂଚନା ଦେଇଥିଲେ ।



