ଭଦ୍ରକ ଜିଲ୍ଲା କଂଗ୍ରେସ ତରଫରୁ କୃଷକ ବିଜୟ ଦିବସ ପାଳନ…

ବବିତା ସାମଲ(ଭଦ୍ରକ):ବହୁ ପ୍ରତିକ୍ଷିତ ତିନିଟି କୃଷି ଆଇନ କୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିବା ପରେ ସାରା ଦେଶରେ କୃଷକ ମାନଙ୍କ ତରଫରୁ ଖୁସି ଜାହିର କରାଯାଇ କୃଷକ ବିଜୟ ଦିବସ ମଧ୍ୟ ପାଳନ କରାଯାଉଛି |ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ଏକ ରାଲି ବାହାରି ପୁରୁଣା ଜିଲ୍ଲାପାଳ କାର୍ଯ୍ୟାଳୟ ପାଖରେ ଜିଲ୍ଲା କଂଗ୍ରେସ ତରଫରୁ ସବୁ କର୍ମୀ ଏକ ହୋଇ କେନ୍ଦ୍ର ସରକାର ଙ୍କ କୃଷି ବିଲ୍ ପ୍ରତ୍ୟାହାର କୁ ନେଇ ଦଳ ତରଫରୁ ଏହାକୁ କୃଷକ ବିଜୟ ଦିବସ ଭାବେ ପାଳନ କରାଯାଇଛି |

କାରଣ ଏହି ଆଇନ୍ ଆସିବା ଦିନଠାରୁ କଂଗ୍ରେସ ନେତା ଏହାକୁ ବିରୋଧ କରି ଆଇନ କୁ ପ୍ରତ୍ୟାହାର ପାଇଁ ଦାବୀ ରଖି କୃଷକ ମାନଙ୍କ ଆନ୍ଦୋଳନ କୁ ସମର୍ଥନ ଦେଇ ଆସୁଥିଲେ ଶେଷରେ କୃଷକ ମାନଙ୍କ ଦାବୀ ଆଗରେ ସର୍କାର ମୁଣ୍ଡ ନୁଆଇଁ କୃଷି କାନୁନ୍ ପ୍ରତ୍ୟାହାର କରିବାରୁ ଆମେ ଆଜି କୃଷକ ବିଜୟ ଦିବସ ପାଳନ କରୁଛୁ ବୋଲି କହିଥିଲେ କଂଗ୍ରେସ ନେତୃମଣ୍ଡଳୀ |ଦେଶର 66 କୋଟି କୃଷକ ଙ୍କ ସ୍ଵାର୍ଥ ତଥା ସହିଦ୍ ହୋଇଥିବା ୭୦୦ ରୁ ଉର୍ଦ୍ଧ କୃଷକ ମାନଙ୍କ ସମ୍ମାନାର୍ଥେ ଏକ ” କୃଷକ ବିଜୟ ରାଲି କରାଯାଇଛି ବୋଲି କହିଥିଲେ ଭଦ୍ରକ କଂଗ୍ରେସ ଜିଲ୍ଲା ସଭାପତି ସୁବ୍ରତ ଦାସ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Nov 23 , 2021
ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୧୨ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୨ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୯୬ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୭୩୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୧୯୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୩୬୭୪୬ ଜଣ ସୁସ୍ଥ ହୋଇଛନ୍ତି । […]

You May Like

Pin It on Pinterest