
ଦେବକାନ୍ତ ମହାନ୍ତି (ଚାନ୍ଦବାଲି):ଚାନ୍ଦବାଲି ବ୍ଲକ ବଡ଼ଓସ୍ତିଆ ପଂଚାୟତର ବିଜେପି ଦଳର ଟାଣୁଆ ନେତା ଲଲାଟେନ୍ଦୁ ରାଏ ଆଜି ତାଙ୍କର ବିଭିନ୍ନ ପଞ୍ଚାୟତ ର ତିନିଶହ ପଚାଶ କର୍ମୀଙ୍କୁ ଧରି ବିଜେଡ଼ିରେ ବିଧିବଦ୍ଧ ଭାବରେ ସାମିଲ ହୋଇଛନ୍ତି ।ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ଚାନ୍ଦବାଲି ରେ ଶଙ୍ଖ ର ଶବ୍ଦ ସେତେ ଯୋରରେ ଶୁଭିଲାଣି ଅନ୍ଯଦଳରୁ ଲୋକମାନେ ମୁଁହ ଫେରାଇ ନେଉଥିବାର ଦେଖିବାକୁ ମିଳିଛି ।
ଏଥିନେଇ ଚାନ୍ଦବାଲି ବିଜୁ ସ୍ମୃତି ଭବନରେ ଏକ ମେଗା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଚାନ୍ଦବାଲି ବିଧାୟକ ଡ଼ ବ୍ୟମୋକେଶ ରାଏ ଲଲାଟେନ୍ଦୁ ରାଏଙ୍କ ସହ ତାଙ୍କର ତିନିଶହ ପଚାଶ ଜଣ ସମର୍ଥକଙ୍କୁ ଦଳୀୟ ଉତରୀୟ ଦେଇ ଦଳକୁ ସ୍ବାଗତ କରିଥିଲେ । ଏହି ମିଶ୍ରଣ ପର୍ବରେ ଚାନ୍ଦବାଲି ବିଧାୟକଙ୍କ ସହିତ ଭଦ୍ରକ ବିଧାୟକ ସଂଜୀବି ମଲ୍ଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦିଜବର ରାଉତ, ବିଜେଡ଼ି ଜିଲ୍ଲା ଉପସଭାପତି ପ୍ରତାପ ଧଳ , ସାଂସଦଙ୍କ ପ୍ରତିନିଧ୍ଵ ଅଶୋକ ବଳ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧ୍ଵ ରଂଜନ ସାହୁ ପ୍ରମୁଖ,ଖଗେଶ୍ବର ବଳ, ଯୋଗଦେଇଥିଲେ ।

ଏଥିସହ ବଡ ଓସ୍ତିଆ ପଂଚାୟତର ସଭାପତି ନିରଞ୍ଜନ ସାହୁ , ସରପଂଚଙ୍କ ପ୍ରତିନିଧି ମହେଶ୍ବର ସାହୁ, ବରିଷ୍ଠ ନେତା ବ୍ରଜ ସୁନ୍ଦର ମହାନ୍ତି, ସରୋଜ ସାହୁ, ପୁର୍ଣ୍ଣଚନ୍ଦ୍ର ପରିଡ଼ା, ଚକ୍ରଧର ତାଢୀ , କମଳାକାନ୍ତ ପଣ୍ଡା ଙ୍କ ସହ ଅନେକ କର୍ମୀ ଯୋଗ ଦେଇଥିଲେ ।