
ତ୍ରିନାଥ ବାରିକ(ପିପିଲି):ପୁରୀ ଜିଲ୍ଲା ପିପିଲି ବାଇପାସ ଓଭର ବ୍ରିଜ ଛକରେ ଦୁର୍ଘଟଣା । ଶବଦାହ ଗାଡିକୁ ପିଟିଲା କାର ଦୁଇଟି ଯାକ ଗାଡି ଚୁରମାର ।ଭୁବନେଶ୍ୱର ରୁ ଶବ ନେଇ ପୁରୀକୁ ଯାଉଥିବା ଶବ ଦାହ ଗାଡି ଓଭର ବ୍ରିଜ ନିକଟରେ ଅଟକିଥିବା ବେଳେ ପୁରୀ ପଟୁ ଦ୍ରୁତଗତି ରେ ଆସୁଥିବା କାରଟି ଭାରସାମ୍ୟ ହରାଇ ବିପରିତ ଦିଗରେ ଡିଭାଇଡ଼ର କ୍ରସ କରି ଶବ ଥିବା ଗାଡିକୁ ସାମ୍ନାପଟୁ ପିଟିଥିଲା।
ଫଳରେ ଉଭୟ ଗାଡିର ଡ୍ରାଇଭର ଗୁରୁତ୍ୱର ଆହତ ହୋଇଥିଲେ।ଘଟଣା ସ୍ଥଳରେ ପିପିଲି ପୋଲିସ ପହଞ୍ଚି ଉଭୟ ଗାଡିକୁ ଜବତ କରି ଆହତ ମାନଙ୍କୁ ଭୁବନେଶ୍ୱର ହସ୍ପିଟାଲ କୁ ପଠାଇଥିବା ବେଳେ ଗାଡି ଭିତରେ ଥିବା ଶବକୁ ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ପୁରୀ ପଠାଇ ଥିଲା ପୋଲିସ ।



