ଚାନ୍ଦବାଲିରେ ଭଦ୍ରକ ଆଞ୍ଚଳିକ ପରିବହନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୨୮/୧୧-ଚାନ୍ଦବାଲି ବ୍ଲକ କନେଫେରେନ୍ସ ହଲ ପରିସରରେ ଭଦ୍ରକ ଅଂଚଳିକ ପରିବହନ ବିଭାଗ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ (ରକ୍ଷକ) ଅନୁଷ୍ଟିତ ହୋଇ ଯାଇଛି ।

ଏହି ରକ୍ଷକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଦିଲ୍ଲୀର ସଡ଼କ ସୁରକ୍ଷା ପ୍ରଶିକ୍ଷକ ଆଦିତ୍ୟ ଚୌଧୁରୀ ଓ ଚାନ୍ଦବାଲି ଏସ ଡ଼ି ପିଓ ଦେବୀ ଶଙ୍କର ପ୍ରତାପ, ଏମ୍ ଭି ଆଇ ଡ଼ିକେ ନାୟକ, ଜୁନିଅର ଏମ୍ ଭି ଆଇ ସେକ୍ ରହିମ ପ୍ରମୁଖ ଯୋଗଦେଇ ସଚେତନତା ରକ୍ଷକ ଉପରେ ମତାମତ ଦେଇଥିଲେ , ଏହି ରକ୍ଷକ ସଚେତନତା କାର୍ଯ୍ୟକ୍ରମରେ ଦୁର୍ଘଟଣା ପରେ କେମିତି ପ୍ରାଥମିକ ସ୍ତରରେ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ସୁରକ୍ଷା ଦେଇହେବ ତାହା ଉପରେ ଟ୍ରେନର ମାନେ ସଚେତନତା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଟ୍ରେନର ତରୁଣ ସେନ ଜେନା, ଲିଜା ଦାସ, ଶୁଶାନ୍ତ ବିଶ୍ବାଳ, ଡ଼ ବିକ୍ରମ ମହାନ୍ତି ପ୍ରମୁଖ ରକ୍ଷକ ଉପରେ ପ୍ରଜେକ୍ଟର ମାଧ୍ୟମରେ ଲୋକମାନଙ୍କୁ (ରକ୍ଷକ)ର ନିୟମାବଳୀ, ଆଇନ ବ୍ୟବସ୍ଥା ଓ ଦୁର୍ଘଟଣା ପରିବର୍ତ୍ତୀ ସମୟରେ କେମିତି ପ୍ରାଥମିକ ଚିକିତ୍ସା ଦେଇ ଜଣକ ଜୀବନ ବଂଚାଇ ହେବ ସେ ସଂପର୍କରେ ସଚେତନତା କରିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ବ୍ଲକ ଓରାସାହି ପଂଚାୟତରେ ୭୨ ତମ ସମ୍ବିଧାନ ଦିବସ ପାଳିତ...

Mon Nov 29 , 2021
ଦେଵକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ବ୍ଲକ ଓରାସାହି ପଂଚାୟତରେ ୭୨ତମ ସ୍ୱମ୍ବିଧାନ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ରିପୋର୍ଟ -ଦେବକାନ୍ତ ମହାନ୍ତି,ଚାନ୍ଦବାଲି -ଚାନ୍ଦବାଲି ବ୍ଲକ ଓରାସାହି ପଂଚାୟତରେ ଅଲ ଇଣ୍ଡିଆ ସମତା ସୈନିକ ଦଳ ପକ୍ଷରୁ ୭୨ତମ ସମ୍ବିଧାନ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି।ଏହି ଅବସରରେ ସାଧାରଣ ସଭା ଅନୁଷ୍ଠିତ ହୋଇଛି l ଏହି ସାଧାରଣ ସଭାରେ ଅଲ ଇଣ୍ଡିଆ ସମତା ଦଳ ବ୍ଲକ ସଭାପତି ଗୟାଧର ଦାସଙ୍କ ସଭାପତିରେ ମୁଖ୍ୟ […]

You May Like

Pin It on Pinterest