
ତ୍ରିନାଥ ବାରିକ(କଣାସ):କଣାସ ବ୍ଲକ କୃଷି କାର୍ଯ୍ୟାଳୟ ପରିସରରେ ଆତ୍ମା ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ ଚାଷୀ ମାନଙ୍କୁ ପୁରସ୍କାର ପ୍ରଦାନ ସମାରୋହ ସହ କୃଷି ରଥର ଶୁଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଆନୁଷ୍ଠାନିକ ଭାବେ ସମାରୋହକୁ ଉଦଘାଟନ କରିଥିଲେ ।
କୃଷି ବିଭାଗର ଏକ ସଚେତନତା ରଥ କୃଷି କାର୍ଯ୍ୟାଳୟ ପରିସରରୁ ବାହାରି କଣାସ ଅଞ୍ଚଳର ୨୮ଟି ବ୍ଲକ ପରିକ୍ରମା କରି ସରକାର ଙ୍କ ସମସ୍ତ ସୁବିଧା ଓ ଯୋଜନା ଗୁଡିକ ଜନସାଧାରଣ ଙ୍କ ପାଖରେ ପହଞ୍ଚାଇବାର ଏକ ବଡ଼ ମାଧ୍ୟମ ସାଜିବା ସହିତ କୃଷକ ମାନଙ୍କ ପାଖରେ ସଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ପ୍ରେରଣା ସାଜିବାର ବଡ଼ ଭୂମିକା ଗ୍ରହଣ କରିବ lଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ସତ୍ୟବାଦୀ ବିଧାୟକ ଶ୍ରୀ ଉମକାନ୍ତ ସମାନ୍ତରାୟ ସବୁଜ ପତକା ହଲାଇ ଉଦଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ସମ୍ପୂର୍ଣ ମଞ୍ଚକୁ ପରିଚାଳନା ଭାବେ କରିଥିଲେ ଆତ୍ମା ଅଧକ୍ଷ ତଥା କଣାସ ବ୍ଲକ ର ଜଣାଶୁଣା ନେତା ଶ୍ରୀ ସଂଜୟ କୁମାର ଭୋଳ,କଣାସ ତହସିଲଦାର ଲକ୍ଷ୍ମୀଧର ମହାରଣା ଏବଂ ବିଯୁଜନତା ଦଳର କର୍ମକର୍ତ୍ତା ଙ୍କ ସହ ଆତ୍ମା କାର୍ଯ୍ୟାଳୟ ର ଅଧିକାରୀ ମାନେ l

ଅନୁଷ୍ଠିତ ସଭାରେ ବିଧାୟକ ଶ୍ରୀ ସମାନ୍ତରାୟ କୃଷି ଓ କୃଷକ ମାନଙ୍କର ଉନ୍ନତି ପାଇଁ ବିଭିନ୍ନ ଯୋଜନା ମାନ ମୁଖ୍ୟମନ୍ତ୍ରୀ କରିଛନ୍ତି । ବିଶେଷ କରି ମହିଳା ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଅଗ୍ରାଧିକାରୀ ଦେଇ ଆସିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ବିଜେଡି ସଭାପତି ବସନ୍ତ କୁମାର ଜେନା, ବ୍ଲକ କୃଷି ଅଧିକାରୀ , ସହକାରୀ କୃଷି ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ କିଛି ଚାଷୀଙ୍କୁ ପୁରସ୍କାର ପ୍ରଦାନ ସହିତ କିଛି ଚାଷୀଙ୍କୁ ବିଭିର୍ଣ କିସୀମର ଫଳ ଗଛ ଚାରା ବଣ୍ଟନ ସହିତ ବିଭିର୍ଣ ଚାଷ ପାଇଁ ସହାୟତା ପ୍ରଦାନ କରାଯାଇଥିଲା ।