ପଞ୍ଚାୟତକୁ ଆସିଥିବା ଗୋଖାଦ୍ୟ କୁ ସରପଞ୍ଚ ବିକ୍ରି କରୁଥିବା ବେଳେ ଘେରିଲେ ପଞ୍ଚାୟତବାସୀ…

ଦେବକାନ୍ତ ମହାନ୍ତି,(ଚାନ୍ଦବାଲି): ୩୦/୧୧/୨୧ ପଞ୍ଚାୟତକୁ ଆସିଥିବା ଗୋଖାଦ୍ୟକୁ ଦିନ ଦୀପହରେ ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଚଞ୍ଚକତାର ସହ ଗୋଖାଦ୍ୟ ବିକ୍ରି କରୁଥିଲେ ସରପଞ୍ଚ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ଚାନ୍ଦବାଲି ବ୍ଲକ ନଳଗୋହିରା ପଞ୍ଚାୟତରୁ ।

ସୂଚନାଯୋଗ୍ୟ ବାତ୍ୟା ୟସ ରେ ପଞ୍ଚାୟତକୁ ଆସିଥିବା ଗୋ ଖାଦ୍ୟକୁ ନଳଗୋହିରା ପଞ୍ଚାୟତର ସରପଞ୍ଚ ଆଶୁତୋଷ ଭୋଇ ଅନ୍ୟତ୍ର ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଆଜି ସକାଳେ ସରପଞ୍ଚ ମହାଶୟ ଏକ ପିକପ୍ ଭ୍ୟାନ୍ ଯୋଗେ ୩୦ ବସ୍ତା ଗୋଖାଦ୍ୟକୁ ନେଇ ଅନ୍ୟତ୍ର ବିକ୍ରି କରିବା ପାଇଁ ଯାଉଥିବା ସମୟରେ ଖବର ପାଇ ସ୍ଥାନୀୟ ଲୋକେ ଗାଡ଼ିଟିକୁ ଅଟକ ରଖିଥିବା ଶହ ସରପଞ୍ଚଙ୍କୁ ମଧ୍ୟ ଦୀର୍ଘ ସମୟ ଧରି ଅଟକ ରଖିଥିଲେ ଯାହାଫଳରେ ଘଟଣା ସ୍ଥଳରେ ଉତେଜନା ଲାଗିରହିଥିଲା।

ଏ ସମ୍ପର୍କରେ ସରପଞ୍ଚଙ୍କୁ ପଚାରିବାରୁ ସେ କହିଛନ୍ତି ଦୀର୍ଘ ଦିନ ଧରି ଖାଦ୍ୟ ପଡି ରହିବାରୁ ତାହା ଏବେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଉକ୍ତ ଖାଦ୍ୟକୁ ଫେରାଇ ନୂତନ ଖାଦ୍ୟ ଆଣିବାକୁ ଯାଇଥିବା ବେଳେ ଲୋକେ ଗାଡିଟିକୁ ଅଟକ ରଖିଛନ୍ତି ବୋଲି ସଫେଇ ଦେଇଥିଲେ lଏପଟେ ସରପଞ୍ଚଙ୍କ ଏଭଳି ବୟାନକୁ ଗ୍ରାମବାସୀ ଖଣ୍ଡନ କରିବା ସହ ସରପଞ୍ଚଙ୍କ ଉପରେ ବର୍ଷିଛନ୍ତି ଗ୍ରାମବାସୀ ।ସରପଞ୍ଚଙ୍କ ଏଭଳି କାର୍ଯ୍ୟକୁ ଗ୍ରାମବାସୀ ବିରୋଧ କରିବା ସହ ସରପଞ୍ଚଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆସୁଛି ବାତ୍ୟା'ଜଓ୍ବାଦ୍'ଆସନ୍ତା ୪ ତାରିଖ ସକାଳେ ଉପକୂଳ ଛୁଇଁବ...

Tue Nov 30 , 2021
ଭୁବନେଶ୍ଵର(ବାସ୍ତବବ୍ୟୁରୋ):୩୦।୧୧-ଆସୁଛି ବାତ୍ୟା ‘ଜଓ୍ବାଦ୍’ ଆସନ୍ତା ୪ ତାରିଖ ସକାଳେ ଉପକୂଳ ଛୁଇଁବ।IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏ ନେଇ ଆଜି ସ୍ପଷ୍ଟ କରିଛନ୍ତି ।ଶନିବାର ସକାଳେ ବାତ୍ୟା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ମଧ୍ୟରେ ସ୍ଥଳ ଭାଗ ଛୁଇଁବ ।୩ ସଂଧ୍ୟାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା । ସିଭିଅର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇପାରେ । ଆଜି ପୂର୍ବାହ୍ନରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି […]

You May Like

Pin It on Pinterest