ଆସୁଛି ବାତ୍ୟା’ଜଓ୍ବାଦ୍’ଆସନ୍ତା ୪ ତାରିଖ ସକାଳେ ଉପକୂଳ ଛୁଇଁବ…

ଭୁବନେଶ୍ଵର(ବାସ୍ତବବ୍ୟୁରୋ):୩୦।୧୧-ଆସୁଛି ବାତ୍ୟା ‘ଜଓ୍ବାଦ୍’ ଆସନ୍ତା ୪ ତାରିଖ ସକାଳେ ଉପକୂଳ ଛୁଇଁବ।IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏ ନେଇ ଆଜି ସ୍ପଷ୍ଟ କରିଛନ୍ତି ।ଶନିବାର ସକାଳେ ବାତ୍ୟା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ମଧ୍ୟରେ ସ୍ଥଳ ଭାଗ ଛୁଇଁବ ।
୩ ସଂଧ୍ୟାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା । ସିଭିଅର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇପାରେ । ଆଜି ପୂର୍ବାହ୍ନରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା କାଳକ୍ରମେ ପଶ୍ଚିମ-ଉତ୍ତର-ପଶ୍ଚିମକୁ ଗତି କରି ୨ ତାରିଖରେ ଡିପ୍ରେସନରେ ପରିଣତ ହେବ ।

୩ ତାରିଖ ରାତିରୁ ଓଡ଼ିଶା ଉପକୂଳରେ ଆରମ୍ଭ ହୋଇଯିବ ବର୍ଷା । ୩ ତାରିଖ ମଧ୍ୟ ରାତ୍ରିରୁ ପବନର ବେଗ ବଢ଼ିବ । ଘଣ୍ଟା ପ୍ରତି ୪୫ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । କ୍ରମେ ଏହା ସିଭିଅର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇପାରେ। ୪ ତାରିଖ ସକାଳେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳରେ ପହଞ୍ଚିବ ବାତ୍ୟା ଜଓ୍ବାଦ୍ । ତେବେ ଉପକୂଳରେ ପହଞ୍ଚିଲେ ବି ଏହା ତୁରନ୍ତ ସ୍ଥଳଭାଗ ଛୁଇଁ ନପାରେ । ଉପକୂଳ ଛୁଇଁବା ପରେ ବାତ୍ୟା ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ ।
ଉପକୂଳ ଓଡ଼ିଶାରେ ବାତ୍ୟା ଜଓ୍ବାଦ୍ର ପ୍ରଭାବ ଅଧିକ ରହିବ । ଦକ୍ଷିଣ ଓଡ଼ିଶାରେ ପ୍ରଥମେ ବର୍ଷା ହେବ । ଏହା ପରେ ଉତ୍ତର ଉପକୂଳରେ ବର୍ଷାର ପରିମାଣ ବଢ଼ିବ । ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିବ । ୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ସେହିଭଳି ୫ ତାରିଖରେ ମଧ୍ୟ କିଛି ଜାଗାରେ ପ୍ରବଳ ବର୍ଷା ହୋଇପାରେ ।
ଓଡ଼ିଶା ଉପରେ ବାତ୍ୟା ଜଓ୍ବାଦର ପ୍ରଭାବ ଅଧିକ ରହବ ବୋଲି ଆକଳନ କରାଯାଉଥିବା ବେଳେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରଶାସନିକସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସାକ୍ଷୀଗୋପାଳ ଖବର କାଗଜ ବିତରକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା... 

Wed Dec 1 , 2021
ତ୍ରିନାଥ ବାରିକ(ସାକ୍ଷୀଗୋପାଳ):ସାକ୍ଷୀଗୋପାଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ସ୍ୱାଧୀନତାର 76 ବର୍ଷ ପରେ ଓ ଦେଶରେ ପ୍ରଥମ କରି ଖବରକାଗଜ ବିତରକ ମାନଙ୍କ ନିମନ୍ତେ ସୁରକ୍ଷା ଓ ସହାୟତା ବ୍ୟବସ୍ଥା କରିଥିବାରୁ ସତ୍ୟବାଦୀ ଖବର କାଗଜ ବିତରକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା l ଏହି ଅବସରରେ ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ସମ୍ମୁଖରେ  ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ, ସୁସ୍ଥ […]

You May Like

Pin It on Pinterest