ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୨୩୭ କରୋନା ସଂକ୍ରମିତ ଚିହ୍ନଟ…

ଭୁବନେଶ୍ଵର(ବାସ୍ତବବ୍ୟୁରୋ): ୧।୧୨:ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୨୩୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୩୯ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୯୮ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏହି ଆକ୍ରାନ୍ତଙ୍କ ମଧ୍ୟରେ ୩୯ ଜଣ, ୧୮ ବର୍ଷରୁ କମ୍‌ ବୟସର ସଂକ୍ରମିତ ଅଛନ୍ତି ।

ରାଜ୍ୟର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବର ଜିଲ୍ଲାରୁ ୫ଜଣ, ଭଦ୍ରକ ରୁ ୨ଜଣ, ବଲାଙ୍ଗୀର ୫ଜଣ, ବୌଦ୍ଧ ଜଣେ, କଟକ ୧୯ଜଣ, ଢେଙ୍କାନାଳ ୩ଜଣ, ଗଞ୍ଜାମ ଜଣେ, ଜଗତସିଂହପୁର ୩ଜଣ, ଯାଜପୁର ୮ଜଣ, ଝାରସୁଗୁଡ଼ା ୪ଜଣ, କେନ୍ଦ୍ରାପଡ଼ା ୩ଜଣ, କେନ୍ଦୁଝର ଜଣେ, ଖୋର୍ଦ୍ଧା ୧୧୩ଜଣ ଚିହ୍ନଟ ହୋଇଥିବାବେଳେ, ମୟୁରଭଞ୍ଜ ଜିଲ୍ଲାରୁ ୮ଜଣ, ନୟାଗଡ଼ ୨ଜଣ, ପୁରୀ ୩ଜଣ, ସମ୍ବଲପୁର ୧୩ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୬,ଏବଂ ଷ୍ଟେଟ ପୁଲ୍ ରୁ ୨୭ ଜଣ ସଂକ୍ରମିତ ହୋଇଛନ୍ତ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୯୩୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୩୭୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୪୯୩୪୫ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୩୭୮୯୭୨୪ ସାମ୍ପୁଲ ଟେଷ୍ଟ୍ ହୋଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସତ୍ୟବାଦୀ ରେ 'ଦବା'ଇଣ୍ଡିଆର ନୂତନ ସୋରୁମ୍ ଉନ୍ମୋଚନ...

Thu Dec 2 , 2021
ତ୍ରିନାଥ ବାରିକ(ସାକ୍ଷୀଗୋପାଳ): ଏଡ୍ସ ଦିବସ ଅବସରରେ ପେଣ୍ଠପଡା ପଞ୍ଚାୟତ ଅହମଦପୁର ନିକଟସ୍ଥ ରେଳଫାଟକ ପାଖରେ ଥିବା ଭାରତ ଗ୍ୟାସ ଏଜେନ୍ସି ନିକଟରେ ଦବାଇ ଇଣ୍ଡିଆ ମେଡିସିନ ଷ୍ଟୋର ଆଜି ଉଦଘାଟିତ ହୋଇଯାଇଛି । ଏହା ଓଡ଼ିଶାର ୪୦ ତମ ଦବାଇ ଇଣ୍ଡିଆର ଶାଖା । ଏହି ମେଡିସିନ ଷ୍ଟୋର ଦବାଇ ଇଣ୍ଡିଆର ଓଡିଶା ଶାଖାର ସେଲ୍ସ ମ୍ୟାନେଜର ପିୟ ରଞ୍ଜନ ମହାନ୍ତି , ଲୁବସନ ହେଲର୍ଥ କେୟାରର ଡାଇରେକ୍ଟର ଶେଖ […]

You May Like

Pin It on Pinterest