ସତ୍ୟବାଦୀ ରେ ‘ଦବା’ଇଣ୍ଡିଆର ନୂତନ ସୋରୁମ୍ ଉନ୍ମୋଚନ…

ତ୍ରିନାଥ ବାରିକ(ସାକ୍ଷୀଗୋପାଳ): ଏଡ୍ସ ଦିବସ ଅବସରରେ ପେଣ୍ଠପଡା ପଞ୍ଚାୟତ ଅହମଦପୁର ନିକଟସ୍ଥ ରେଳଫାଟକ ପାଖରେ ଥିବା ଭାରତ ଗ୍ୟାସ ଏଜେନ୍ସି ନିକଟରେ ଦବାଇ ଇଣ୍ଡିଆ ମେଡିସିନ ଷ୍ଟୋର ଆଜି ଉଦଘାଟିତ ହୋଇଯାଇଛି ।

ଏହା ଓଡ଼ିଶାର ୪୦ ତମ ଦବାଇ ଇଣ୍ଡିଆର ଶାଖା । ଏହି ମେଡିସିନ ଷ୍ଟୋର ଦବାଇ ଇଣ୍ଡିଆର ଓଡିଶା ଶାଖାର ସେଲ୍ସ ମ୍ୟାନେଜର ପିୟ ରଞ୍ଜନ ମହାନ୍ତି , ଲୁବସନ ହେଲର୍ଥ କେୟାରର ଡାଇରେକ୍ଟର ଶେଖ ଅବଦୁଲ ସମିିମ , ଲୁବସନ ହେଲଥ କେୟାର ମ୍ୟାନେଜର ପିୟ ଜିତ ଆଲମ ଓ ରିୟା ଗ୍ୟାସ ଏଜେନ୍ସିର କର୍ମଚାରୀ ମାନଙ୍କ ଉପସ୍ଥିତିରେ ମେଡିସିନ ଷ୍ଟୋର ଉଦଘାଟନ ହୋଇଯାଇଛି ।

ଏହା ଗରିବ ଶ୍ରେଣୀର ବ୍ୟକ୍ତି ବିଶେଷ ଙ୍କୁ ବେଶ ସହଯୋଗ କରିବ ଏଥି ସହ କମ ଦରରେ ସଠିକ ମେଡିସିନ ପାଇ ପାରିବେ ବୋଲି ଦବାଇ ଇଣ୍ଡିଆରର ସେଲସ ମ୍ୟାନେଜର ଶ୍ରୀ ମହାନ୍ତି କହିଛନ୍ତି । ସେହିପରି ଲୁବସାନ ହେଲଥ କେୟାରର ନିର୍ଦ୍ଦେଶକଶ୍ରୀ ସମିମ୍ କହନ୍ତି ତାଙ୍କ ବାପାଙ୍କର ବଡ ଇଛା ଥିଲା ଗରିବ ଲୋକମାନେ କିପରି କମ ପଇସାରେ ଗୋଟିଏ ଯାଗାରେ ସବୁ ସେବା ପାଇବେ ତାହା ସଫଳ କରିବା ପାଇଁ ଆମେ ଏବେ ଚେଷ୍ଟିତ ବୋଲି ସେ କହନ୍ତି ।

ଏଠାରେ ଖୁବ ଶୀଘ୍ର ବହୁତ କେୟାର ସେଣ୍ଟର ଖୋଲିବା ସହିତ ଚର୍ମ, ମେଡିସିନ, ଶିଶୁ, ସ୍ତ୍ରୀରୋଗ, ମଧୁମେହ ଆଦି ବିଭିନ୍ନ ମେଡିକାଲରୁ ପ୍ରଫେସର ମାନେ ଏଠାକୁ ଆସି ରୋଗୀ ଦେଖିବା ସହିତ ସମସ୍ତ ପରୀକ୍ଷୀ ନିରୀକ୍ଷା ବହୁ କମ ମୂଲ୍ୟରେ କରାଯିବ। ବିଶେଷ କରି ବଜାରରେ ଯେଉଁ ମେଡିସିନ ୧୦୦ଟଙ୍କା ରହିଛି ତାହା ଏଠାରେ ୧୫ରୁ ୨୦ ଟଙ୍କା ମଧ୍ୟରେ ମିଳିବ ବୋଲି ଜଣାପଡିଛି ।

ଏଣୁ ସାକ୍ଷୀଗୋପାଳରେ ଦବାଇ ଇଣ୍ଡିଆ ମେଡିସିନ ଷ୍ଟୋର ଦ୍ୱାରା ବହୁ ଗରିବ ଲୋକମାନେ ଉପକାର ପାଇ ପାରିବେ ବୋଲି ଆଶା ରଖିଛନ୍ତି ଲୁବସାନ ହେଲଥ କେୟାରର ମ୍ୟାନେଜର ଶ୍ରୀଆଲମ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସିଦ୍ଧାର୍ଥ ମହାବିଦ୍ୟାଳୟ ରେ ବିଶ୍ୱ ଏଡ୍ସ୍ ଦିବସ ପାଳିତ...

Thu Dec 2 , 2021
ବିନିକା(ଶାନ୍ତନୁ ପଣ୍ଡା): ସିଦ୍ଧାର୍ଥ ମହାବିଦ୍ୟାଳୟ ରେ ଯୁବ ରେଡ଼କ୍ରସ ଓ ଏନ ଏସ ଏସ ତରଫରୁ ବିଶ୍ୱ ଏଡ୍ସ ଦିବସ ପାଳନ କରାଯାଇଛି।ଏହି ଅଵସର ରେ ଅଧ୍ୟକ୍ଷ ଧୀରେନ୍ଦ୍ର କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଡ଼ ଅଂଶୁମାଳିନୀ ପଣ୍ଡା ମେଡିକାଲ ଅଫିସର ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଂମାନିୟ ଅତିଥି ଭାବରେ ଶ୍ରୀମତୀ ରେଖା ପଧାନ ଅଧ୍ୟକ୍ଷା ସିଦ୍ଧାର୍ଥ ଜୁନିୟର କଲେଜ ବିନିକା। […]

You May Like

Pin It on Pinterest