ସିଦ୍ଧାର୍ଥ ମହାବିଦ୍ୟାଳୟ ରେ ବିଶ୍ୱ ଏଡ୍ସ୍ ଦିବସ ପାଳିତ…

ବିନିକା(ଶାନ୍ତନୁ ପଣ୍ଡା): ସିଦ୍ଧାର୍ଥ ମହାବିଦ୍ୟାଳୟ ରେ ଯୁବ ରେଡ଼କ୍ରସ ଓ ଏନ ଏସ ଏସ ତରଫରୁ ବିଶ୍ୱ ଏଡ୍ସ ଦିବସ ପାଳନ କରାଯାଇଛି।ଏହି ଅଵସର ରେ ଅଧ୍ୟକ୍ଷ ଧୀରେନ୍ଦ୍ର କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଡ଼ ଅଂଶୁମାଳିନୀ ପଣ୍ଡା ମେଡିକାଲ ଅଫିସର ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଂମାନିୟ ଅତିଥି ଭାବରେ ଶ୍ରୀମତୀ ରେଖା ପଧାନ ଅଧ୍ୟକ୍ଷା ସିଦ୍ଧାର୍ଥ ଜୁନିୟର କଲେଜ ବିନିକା। ସଭା କାର୍ଯ୍ୟ କୁ ଯୁବ ରେଡ଼କ୍ରସ କାଉନସିଲର ବିଶ୍ୱନାଥ ମିଶ୍ର ପରିଚାଳନା କରିଥିବାବେଳେ ମହିଳା ଯୁବ ରେଡ଼ କ୍ରସ କାଉନସିଲର ବିଘନେଶ୍ୱରୀ ପୁଝାରି ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ସଭାରେ ବିଭିନ୍ନ ଅତିଥି ଓ ଛାତ୍ର ଛାତ୍ରୀ ମାନଙ୍କୁ ଏଡ୍ସ ରୋଗର କାରଣ ନିରାକରଣ ଓ ନିଦାନ ଉପରେ ଗୁରୁତ୍ୱ ଆରୋପ କରିବା ସହିତ ଲୋକମାନେ କିଭଳି ଭାବେ ସଚେତନ ରହି ପାରିବେ ସେହି ବିଷୟରେ ବକ୍ତବ୍ୟ ରାକିଥିଲେ।ଜନ ସାଧାରଣ ଙ୍କୁ ସଚେତନ କରିବା ପାଇଁ କଲେଜ ର ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ ବିଶାଳ ରେଲି ର ଆୟୋଜନ କରି ଏଡ୍ସ ରୋଗ ଉପରେ ବିଭିନ୍ନ ସ୍ଲୋଗାନ ଦିଆ ଯାଇଥିଲା। ଏହି ସଭାରେ ଅଧ୍ୟାପକ ଗୋପାଳକୃଷ୍ଣ ଦାସ, ରୁଦ୍ର ନାରାୟଣ ଦାସ,ବାଣୀ ପ୍ରସାଦ ମିଶ୍ର, ଭଗବାନ ସାହୁ,ଅଧ୍ୟାପିକା ଦୀପ୍ତି ରାଣୀ ସ୍ବାଇଁ,ପ୍ରମିତା ମିଶ୍ର, ମିତାଲି ପଧାନ,ସୁପ୍ରଭା ପୁଝାରି ,ଜାନକୀ ସମିନି,ଦୀପିକା ବାରିକ ସହଯୋଗ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Thu Dec 2 , 2021
 ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୫୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨ଜଣଙ୍କ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୧୫ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୯୫୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୪୩୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୩୮୬୯୫ ଜଣ […]

You May Like

Pin It on Pinterest