ଆଜିର ଖାସ୍ ଖବର

 ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୫୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨ଜଣଙ୍କ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୧୫ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୯୫୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୪୩୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୩୮୬୯୫ ଜଣ ସୁସ୍ଥ ହୋଇଛନ୍ତି । 

  ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଲଘୁଚାପ ଆଜି(ଗୁରୁବାର) ସକାଳେ ସଦୃଶ ଲଘୁଚାପରେ ପରିଣତ ହୋଇଥିବା ବେଳେ ଆସନ୍ତା ୧୨ ଘଣ୍ଟାରେ ଅବପାତରେ ରୂପାନ୍ତରିତ ହେବା ସମ୍ଭାବନା ରହିଛି । ତେବେ ଏହାର ଗତିପଥ ନେଇ ଆକଳନ ହୋଇନାହିଁ । ଅବପାତ ପରେ ଏହା ସ୍ପଷ୍ଟ ହେବ ।ଆସନ୍ତା ୨୪ ଘଣ୍ଟା ତଥା ୩ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହା ଏକ ବାତ୍ୟାର ରୂପ ନେଇପାରେ । ୪ ତାରିଖରେ ଉପକୂଳ ଓଡିଶାରେ ସର୍ବାଧିକ ପ୍ରଭାବ ସହ ୪ ଜିଲ୍ଲା ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।  ପବନର ବେଗ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ଏବଂ ଝଟକା ପବନ ୧୦୦ ଛୁଇଁବା ସମ୍ଭାବନା ରହିଛି ।

ବିଧାନସଭା ଶୀତ ଅଧିବେଶନର ଆଜି(ଗୁରୁବାର) ହେଉଛି ଦ୍ବିତୀୟ ଦିନ । ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଉଲ୍ଲେଖଯୋଗ୍ୟ ଯେ, ହତ୍ୟା, ଗଣଦୁଷ୍କର୍ମ, ନାବାଳିକା ଚାଲାଣ, ମହିଳାଙ୍କୁ ଅସମ୍ମାନ, ଆଇନ ଶୃଙ୍ଖଳାର ଅବନତି, ଅପ୍ରସହ ରୋକିବାରେ ରାଜ୍ୟ ସରକାରଙ୍କ ନାହିଁ ନିୟନ୍ତ୍ରଣ ମୁଲତବୀ ପ୍ରସ୍ତାବ ବିରୋଧୀ ଦଳ ବିଜେପି ପକ୍ଷରୁ ଦିଆଯାଇଥିଲା ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୯୭୬୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୭୭ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ୯୯୭୬୩ ସକ୍ରିୟ ମାମଲା ରହିଛି ଏବଂ ୩୪୦୩୭୦୫୪ ଜଣ ସୁସ୍ଥ ହୋଇ ଫେରିଛନ୍ତି ।  ଏହା ବ୍ୟତୀତ ୪୬୯୭୨୪ ସଂକ୍ରମିତ ପ୍ରାଣ ହରାଇଛନ୍ତି ।  

 ରାଜଧାନୀରେ ବାୟୁ ପ୍ରଦୂଷଣ ପାଇଁ ଆସନ୍ତାକାଲିଠୁ(ଶୁକ୍ରବାର) ଦିଲ୍ଲୀର ସମସ୍ତ ସ୍କୁଲ ବନ୍ଦ ରହିବ । ଏକ୍ୟୁଆଇରେ ଦିଲ୍ଲୀର କିଛି ସ୍ଥାନରେ ବାୟୁ ପ୍ରଦୂଷଣ ସ୍ତର ୬୦୦ ପାର୍‌ ହୋଇଥିଲା । ତେବେ ଦିଲ୍ଲୀର ବାୟୁ ପ୍ରଦୂଷଣ ନେଇ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ତାଗିଦ୍‌ କରିଥିଲେ । ଚାକିରିଆ ଲୋକେ ଘରେ ବସି କାମ କରୁଥିବା ବେଳେ ଛୋଟ ପିଲାମାନେ କଣ ପାଇଁ ସ୍କୁଲ ଯାଉଛନ୍ତି । ଯାହାକୁ ନେଇ ଖପ୍ପା ହୋଇଥିଲେ ସୁପ୍ରିମକୋର୍ଟ ।

ଆଜି ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୬ କୋଟି ୩୭ ଲକ୍ଷ ୫ ହଜାର ୮୦୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୫୨ ଲକ୍ଷ ୪୧ ହଜାର ୩୯୮ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ବରେ ୨୩ କୋଟି ୭୯ ଲକ୍ଷ ୭୮ ହଜାର ୫୦୨ ଜଣ  କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୨ କୋଟି ୪୮ ଲକ୍ଷ ୮୫ ହଜାର ୯୦୦ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।

ପାକିସ୍ତାନର ବେଲୁଚିସ୍ତାନରେ ଶତାଧିକ ମହିଳା ସେମାନଙ୍କ ଅଧିକାର ପାଇଁ ବିଚ୍‌ ରାସ୍ତାକୁ ଓହ୍ଲାଇଛନ୍ତି । ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅଲ ଜୋହର ପବ୍ଲିକ ସ୍କୁଲ୍‌ରୁ ଏହ ବିଶାଳ ରାଲି ଆରମ୍ଭ ହୋଇଥିଲା । ଯାହା ବନ୍ଦର ସହର ଠାରୁ  ଗ୍ବାଦର ମେରାଇନ୍ ଡ୍ରାଇଭ୍‌ ପର୍ଯ୍ୟନ୍ତ ଚାଲିଥିଲା । ଏହା ଗ୍ବାଦର ଅଧିକାର ପାଇଁ ଆନ୍ଦୋଳନ କୁହାଯାଏ । ଏହି ରାଲିର ନେତା ତଥା ଜମାତା-ଇ-ଇସଲାମିକର ସାଧାରଣ ସମ୍ପାଦକ ଏନେଇ କହିଛନ୍ତି କି ଦେଶର ପ୍ରତ୍ୟେକ ନାଗରିକ ସେମାନଙ୍କ ମୌଳିକ ଅଧିକାର ପାଇଁ ଏଠାରେ ଏକତ୍ରିତ ହୋଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଫଟୋରେ ଏବଂ ଭିଡିଓରେ ମହିଳାମାନେ ପୋଷ୍ଟର ଧରି ସ୍ଲୋଗାନ ଦେଉଥିବାର ଦେଖିବାକୁ ମିଳିଛି । ଏହା ସହ ଆହୁରି କୁହାଯାଇଛି କି ସମସ୍ତ ମହିଳାଙ୍କ ଗୋଟିଏ ପ୍ରକାରର ଦାବି ରହିଛି କି ମାକ୍ରାନ ଅଞ୍ଚଳକୁ “ପାନୀୟ ଏବଂ ବିଶୁଦ୍ଧ ଜଳ ପରି ସୁବିଧା” ଯୋଗାଇବା । ଭୌଗୋଳିକ ଦୃଷ୍ଟିରୁ ମାକ୍ରାନ୍‌ ଏକ ଅର୍ଦ୍ଦ-ମରୁଭୂମି ଉପକୂଳବର୍ତ୍ତୀ ଅଞ୍ଚଳ । ଯେଉଁଥିପାଇଁ ସେଠାରେ ଜଳ ସଙ୍କଟର ସମ୍ମୁଖୀନ ହେଉଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Fri Dec 3 , 2021
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୯୮୬୭ରେ ପହଞ୍ଚିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୯୮୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୪୨୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୩୮୯୭୧ ଜଣ ସୁସ୍ଥ ହୋଇଛନ୍ତି । ବାତ୍ୟାର ରୂପ ନେଲା ଜଓ୍ୱାଦ୍ । ଏନେଇ […]

You May Like

Pin It on Pinterest