
ଭୁବନେଶ୍ୱର (ବାସ୍ତବବ୍ୟୁରୋ): ୪ ତାରିଖ ସଂଧ୍ୟାରୁ ୫ ତାରିଖ ସକାଳ ମଧ୍ୟରେ ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା। ସ୍ଥଳଭାଗ ଅଳ୍ପ ଛୁଇଁବା ପରେ ପୁଣି ସମୁଦ୍ରକୁ ଫେରି ଯାଇପାରେ,ଯଦି ଅଧିକ ଦିଗ ବଦଳାଏ, ତେବେ ହୁଏତ ସ୍ଥଳଭାଗ ନଛୁଇଁପାରେ।ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) ପ୍ରଦୀପ ଜେନାଙ୍କ ସୂଚନାନୁଯାୟୀ, ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ଆକଳନ କରିଛନ୍ତିକି, ସ୍ଥଳ ଭାଗ ନ ଛୁଇଁ ଓଡ଼ିଶା ଉପକୂଳ ଦେଇ ଫେରିଯାଇପାରେ। ବାତ୍ୟା ସ୍ଥଳଭାଗ ନିକଟତର ହେଲେ ଘଣ୍ଟାପ୍ରତି ସର୍ବାଧିକ ୯୦ରୁ ୧୦୦ କିମି ବେଗରେ ପବନ ବହିପାରେ।
ଏସ୍ଆରସି କହିଛନ୍ତି, ବାତ୍ୟାର ପ୍ରଭାବ ପୁରୀ, ଗଞ୍ଜାମ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଅଧିକ ରହିବ। ଆଜି ମଧ୍ୟରାତ୍ରରୁ ସେସବୁ ସ୍ଥାନରେ ବର୍ଷା ଆରମ୍ଭ ହେବ। କାଲି ଅଧିକ ବର୍ଷା ହେବ। ତଳିଆ ଅଞ୍ଚଳ ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଗଞ୍ଜାମ, ଆଜି ଅପରାହ୍ନରୁ ସ୍ଥାନାନ୍ତରଣ କାର୍ଯ୍ୟ ଆରମ୍ଭ ହେବ ଓ ଆସନ୍ତାକାଲି ମଧ୍ୟାହ୍ନରେ ଶେଷ ହେବ।
ସୂଚନାଯୋଗ୍ୟ,ପଶ୍ଟିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି। ।ଆଜି ପୂର୍ବାହ୍ନରେ ଏହା ବାତ୍ୟାରେ ପରିଣତ ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ବାତ୍ୟା ‘ଜୱାଦ’ ଏବେ ବିଶାଖାପାଟଣାରୁ ୪୨୦ କିମି ଦୂରରେ ରହିଛି। ଆସନ୍ତାକାଲି ସକାଳ ସୁଦ୍ଧା ଉତ୍ତର ଆନ୍ଧ୍ର-ଓଡ଼ିଶା ଉପକୂଳରେ ବାତ୍ୟା ପହଞ୍ଚିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏବେ ଘଣ୍ଟା ପ୍ରତି ୩୨ କିଲୋମିଟର ବେଗରେ ଉପକୂଳ ମୁହାଁ ହେଉଛି ବାତ୍ୟା ।
୪ ତାରିଖ ସନ୍ଧ୍ୟା ପରେ ଏହାର ଦିଗ ପରିବର୍ତ୍ତନ ହେବ।ଏହାର ପ୍ରଭାବରେ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଗଜପତି, ଗଂଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ଦିଆଯାଇଛି ରେଡ୍ ଓ୍ୱାର୍ଣ୍ଣିଂ । ଓଡ଼ିଶାର ସମସ୍ତ ବନ୍ଦର ପାଇଁ ଜାରି ହୋଇଛି ୧ ନମ୍ବର ବିପଦ ସଂକେତ ।