ବାତ୍ୟା ‘ଜୱାଦ’ର ପ୍ରଭାବରେ ଗତ ରାତିରୁ ଭଦ୍ରକ ଜିଲ୍ଲାରେ ବର୍ଷା….

ବବିତା ସାମଲ(ଭଦ୍ରକ):୪/୧୨-ବାତ୍ୟା ‘ଜୱାଦ’ର ପ୍ରଭାବରେ ଗତ ରାତିରୁ ଭଦ୍ରକ ଜିଲ୍ଲାରେ ଝିପି ଝିପି ବର୍ଷା ଲାଗିରହିଛି । ବର୍ଷା ପାଇଁ କେତେକ ଦୋକାନ ବଜାର ବନ୍ଦ ରହିଥିବାବେଳେ,ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏଥିପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ସତର୍କତାମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି ।

ସମୁଦ୍ର ଉପକୂଳବର୍ତ୍ତି କୁହାଯାଉଥିବା ଧାମରା, ଚାନ୍ଦବାଲି ଓ ବାସୁଦେବପୁର ଅଞ୍ଚଳକୁ ବରିଷ୍ଠ ଅଧିକାରୀମାନଙ୍କୁ ପଠାଯାଇଛି । ଧାମରା ଏବଂବାସୁଦେବପୁରରେ ଏନଡ଼ିଆରଏଫ ଟିମ ଓ ଓଡ୍ରାଫ ଟିମ ମୁତୟନ କରାଯାଇଛି ।ଜିଲ୍ଲାରେ ଥିବା ୯ ଟି ଓ ରାଜ୍ୟରୁ ଆସିବାକୁ ଥିବା ୧୩ଗୋଟି, ଅଗ୍ନିଶମ ଟିମ୍ କୁ ମଧ୍ୟ ବିଭିନ୍ନ ଅଞ୍ଚଳକୁ ଉଦ୍ଧାର କାର୍ଯ୍ୟ ପାଇଁ ପଠାଯିବ ।

ଆବଶ୍ୟକ ସ୍ଥଳେ ସମୁଦ୍ର ଉପକୂଳରେ ଥିବା ବାସୁଦେବପୁର ବ୍ଲକର ୧୭ଗୋଟି ଗାଁ ଏବଂ ଚାନ୍ଦବାଲି ବ୍ଲକର ୨୯ଗୋଟି ଗାଁର ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯିବାର ବ୍ୟବସ୍ଥା କରାଯାଇଛି । ବର୍ଷା ଓ ପବନର ବେଗ ଜୋର ରହିଲେ ତଳିଆ ଅଞ୍ଚଳର ଲୋକମାନଙ୍କୁ ଜିଲ୍ଲାରେ ଥିବା ୧୦୪ଗୋଟି ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯିବାର ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ କହିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର...

Sat Dec 4 , 2021
ବାସ୍ତବବ୍ୟୁରୋ: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୯୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨ଜଣଙ୍କ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୨୦ ବୃଦ୍ଧି ପାଇଛି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୨୩ ଜଣ ରହିଛନ୍ତି ।  ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୦୦୬୦ ଜଣ […]

You May Like

Pin It on Pinterest