
ମଧୁସ୍ମିତା ପ୍ରଧାନ(ସମ୍ବଲପୁର): ୬।୧୨- ଭିଜିଲାନ୍ସ ଜାଲରେ ସମ୍ବଲପୁର ଯୁଯୁମୁରା ବ୍ଲକ ଝାଙ୍କରପାଲି ପାଞ୍ଚୟତ ନିର୍ବାହୀ ଅଧିକାରୀ ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ପାଞ୍ଚୟତ ନିର୍ବାହୀ ଅଧିକାରୀ ଅଚ୍ୟୁତ ନନ୍ଦ ଖୁଣ୍ଟିଆଙ୍କ ଘରେ ଚଢାଉ କରିଛି ।
ଝଙ୍କରପାଲି ସ୍ଥିତ ଅଫିସ ସମେତ,ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୩ଟି ସ୍ଥାନରେ ଚଢାଉ କରାଯାଇଛି । କୁଚିଣ୍ଡା ଏନଏସି ସ୍ଥିତ ଦୁଇ ମହଲା ବାସଭବନ, ନିଜ ପୈତୃକ ଘର ସୁବର୍ଣ୍ଣପାଲିରେ ଚଢାଉ ଜାରି ରହିଛି ।



