ପ୍ରଦୂଷଣ ରେ ଏକ ନମ୍ବର ନୂଆଦିଲ୍ଲୀ

ବାସ୍ତବ ବ୍ୟୁରୋ: ଦିଲ୍ଲୀର ବାୟୁ ପ୍ରଦୂଷଣର ମାତ୍ରା ୬ଶହ ଟପିଗଲାଣି। ଶନିବାର ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଥିଲା ପ୍ରାୟ ୫୨୭।  ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତର ଶନିବାର ସୁଦ୍ଧା ଅତି ବିପଜ୍ଜନକ ଥିବାବେଳେ ଏହା ବିଶ୍ବର ସବୁଠାରୁ ପ୍ରଦୂଷିତ ସହର ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି। ଆଇକ୍ୟୁ ଏୟାର ଭିଜୁଆଲ ନାମକ ସ୍ବିଜରଲାଣ୍ଡର ଏକ ସଂସ୍ଥା ଦ୍ବାରା ପ୍ରସ୍ତୁତ ଏହି ରିପୋର୍ଟରେ ବିଶ୍ବର ଷଷ୍ଠ ଏବଂ ନବମ ପ୍ରଦୂଷିତ ସହର ଭାବେ ଯଥାକ୍ରମେ କଲିକତା ଓ ମୁମ୍ବାଇ ର ନାମ ସ୍ଥାନିତ ହୋଇଛି। ଚଳିତବର୍ଷ ଅକ୍ଟୋବର ଶେଷ ଭାଗରୁ ନଭେମ୍ବର ପର୍ଯ୍ୟନ୍ତ ଦିଲ୍ଲୀରେ ସର୍ବାଧିକ ସମୟ ଧରି ପ୍ରଦୂଷଣ ଲାଗି ରହିଛି। ଦିଲ୍ଲୀର ବାୟୁ ପ୍ରଦୂଷଣ ସମସ୍ୟା ଦୂର କରିବା ଲାଗି ବାୟୁ ବିଶୋଧନ ବ୍ୟବସ୍ଥା ପ୍ରତିଷ୍ଠା ଦିଗରେ ପଦକ୍ଷେପ ଗ୍ରହଣ ଲାଗି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Mon Nov 18 , 2019
୧-ରାଜଧାନୀବାସୀ ହୁସିଆର, ଡ୍ରେନରେ ପକାନ୍ତୁ ନାହିଁ ଅଳିଆ, ଜଗିବ ବିଏମସି ସ୍କ୍ଵାର୍ଡ଼। ୨-ଏଥର ଶୀତ ଅଧିବେଶନରେ ବହିବ ଗରମ ହାଓ୍ୱା, ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ -ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ, କାଶ୍ମୀର ପ୍ରସଙ୍ଗ, ରାଫେଲ ଡିଲ, ଦରଦାମ ବୃଦ୍ଧିକୁ ନେଇ ସରକାରଙ୍କୁ ଘେରି ପାରନ୍ତି ବିରୋଧୀ । ୩-ଭୁବନେଶ୍ୱର:ମଞ୍ଚେଶ୍ବର ରେଲେଓ୍ଵ ସ୍ପୋର୍ଟସ୍‌ କମ୍ପ୍ଲେକ୍ସରେ ଅନୁଷ୍ଠିତ ହେଲା ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସୁଧା-ସର୍ଜ୍ଜନା ମହୋତ୍ସବ, ଯୋଗଦେଲେ ମୁଖ୍ୟମନ୍ତ୍ରୀ। ୪-ପୃଥିବୀ ଉପରକୁ ମାଡ଼ି […]

You May Like

Pin It on Pinterest