ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୫୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୨୪ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୦୫୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୧୦୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୩୯୯୨୧ ଜଣ ସୁସ୍ଥ ହୋଇଛନ୍ତି । 

  ଆଜି ବିଧାନସଭା ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ଗୃହ ମଧ୍ୟ ଭାଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରି ହୋହଲ୍ଲା କଲେ। ବିଧାନସଭାରେ ବିଜେପି ସଭ୍ୟମାନେ ଘଣ୍ଟମାଡ଼ କରିଥିଲେ ଓ କଂଗ୍ରେସ ବିଧାୟକମାନେ ନାରାବାଜି କରିଥିଲେ। ଏହାପରେ ଅପରାହ୍ଣ ୪ଟା ଯାଏଁ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଏହି ଘଟଣା ସଂପର୍କରେ ବିଜେପି ବିଧାୟକ ଦଳର ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସୁନାହାନ୍ତି, ତାଙ୍କ ନିଦ ଭଙ୍ଗାଇବା ଲାଗି ବିଜେପି ସଭ୍ୟମାନେ ଘଣ୍ଟନାଦ କରିଛନ୍ତି। ଏଣେ ଶାସକ ଦଳର ସଦସ୍ୟାମାନେ ବିରୋଧୀ ସଦସ୍ୟମାନଙ୍କ ଉପରେ ଗଙ୍ଗାଜଳ ସିଞ୍ଚନ କରିଛନ୍ତି।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୮୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨୦ ଜଣଙ୍କ ମୃତ୍ୟୁ ହୋଇଛି । ଏବେସୁଦ୍ଧା ଦେଶରେ ପ୍ରାୟ ୩୬ ଲକ୍ଷରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୯୫୦୧୪ ସକ୍ରିୟ ମାମଲା ରହିଛି ଏବଂ ୩୪୦୭୯୬୧୨ ଜଣ ସୁସ୍ଥ ହୋଇ ଫେରିଛନ୍ତି ।  ଏହା ବ୍ୟତୀତ ୪୭୩୭୫୭ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

ଦିଲ୍ଲୀ ହାଇଦ୍ରାବାଦ୍ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଛି । ୨ ଦେଶ ମଧ୍ୟରେ ପ୍ରତିରକ୍ଷା, ଶକ୍ତି ଏବଂ ପ୍ରଯୁକ୍ତିବିଦ୍ୟା ଆଦି ପ୍ରସଙ୍ଗ ବିଷୟରେ ଆଲୋଚନା ହୋଇଛି । ଭାରତ-ରୁଷ ମଧ୍ୟରେ୧୦ ବର୍ଷିଆ ସାମରିକ ସହଯୋଗ ଚୁକ୍ତି ସହ ୨୮ ଟି ରାଜିନାମା ସ୍ୱାକ୍ଷର ହୋଇଛି । ଏହି ଅବସରରେ ମୋଦି କହିଛନ୍ତି, କୋଭିଡ୍ ମହାମାରୀ ସ୍ଥିତି ସତ୍ବେ ଭାରତ ଏବଂ ରୁଷ ୨ ଦେଶ ଭିତରେ ସଂପର୍କ ମଜଭୁତ ହୋଇଛି । ଭାକସିନ୍ ପରୀକ୍ଷଣ ଏବଂ ଉତ୍ପାଦନ କ୍ଷେତ୍ରରେ ଦ୍ବିପାକ୍ଷିକ ସହଯୋଗ ବୃଦ୍ଧି ପାଇଛି । ଆର୍ଥିକ ସଂପର୍କ ବୃଦ୍ଧି ନେଇ ଭାରତ ଦୀର୍ଘମିଆଦି ରଣନୀତି ଉପରେ ଜୋର ଦେଉଛି । ୨୦୨୫ ସୁଦ୍ଧା ୩୦ ଅରବ ଡଲାର ବ୍ୟବସାୟ ଏବଂ ୫୦ ଅରବ ଡଲାର ନିବେଶ ଲକ୍ଷ୍ୟ ରଖାଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।ଋଷ ସହ ପ୍ରତିରକ୍ଷା ସଂପର୍କ ବଢ଼ାଇବୁ ବୋଲି ମୋଦି କହିଛନ୍ତି । ସେପଟେ ପୁଟିନ୍ କହିଛନ୍ତି, ରୁଷର ଦୀର୍ଘସ୍ଥାୟୀ ଏବଂ ନିର୍ଭରଯୋଗ୍ୟ ବନ୍ଧୁ ଭାରତ । ୨ ଦେଶର ସାମରିକ ସହଯୋଗ ବଢ଼ାଯିବ, ଭାରତ ସହ ବାଣିଜ୍ୟ ୩୮ ପ୍ରତିଶତ ବୃଦ୍ଧି କରାଯିବ ବୋଲି ପୁଟିନ୍ କହିଛନ୍ତି ।

ଆଜି ଗୋରଖପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାର କାରଖାନା ଏବଂ ଏମ୍ସ ସହିତ ୧୦୦୦କୋଟି ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ସେ ଦିନ ଦ୍ୱିପହର ୧୨:୩୦ ରେ ସ୍ୱତନ୍ତ୍ର ବିମାନ ଯୋଗେ ଗୋରଖପୁର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ଦିନ ୧ଟାରୁ ୨:୧୫ ପର୍ଯ୍ୟନ୍ତ ମଞ୍ଚରେ ଉପସ୍ଥିତ ରହିବେ। ଏମ୍ସ ଏବଂ ସାର କାରଖାନା ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ । ତେବେ ଏହି ସବୁ ପ୍ରକଳ୍ପ ଉତ୍ତରପ୍ରଦେଶରେ ବିକାଶର ନୂଆ ମାଇଲଖୁଣ୍ଟ ହେବ ।

  ଓମିକ୍ରନ୍‌ ପାଇଁ ଦକ୍ଷିଣ ଆଫ୍ରିକାରେ ଅଚାନକ ସଂକ୍ରମଣ ବୃଦ୍ଧି ହୋଇଛି ଏବଂ ଚତୁର୍ଥ ଲହର ଆସିଛି। ସଂକ୍ରମଣ ବୃଦ୍ଧି ସତ୍ତ୍ବେ ଦକ୍ଷିଣ ଆଫ୍ରିକାରେ ହସ୍ପିଟାଲ୍‌ରେ ରୋଗୀଙ୍କ ସଂଖ୍ୟା ବଢ଼ିନାହିଁ। କିନ୍ତୁ ଦକ୍ଷିଣ ଆଫ୍ରିକାରେ ଯେଉଁଭଳି ଭାବେ ସଂକ୍ରମଣ ବଢ଼ୁଛି ତାହା ଆଗକୁ ବିପଜ୍ଜନକ ସ୍ଥିତି ସୃଷ୍ଟି କରିପାରେ। ତେଣୁ କୌଣସି ଜଟିଳ ସ୍ଥିତିର ମୁକାବିଲା ପାଇଁ ଦକ୍ଷିଣ ଆଫ୍ରିକା ହସ୍ପିଟାଲ୍‌ ପ୍ରସ୍ତୁତ ରଖୁଛି ବୋଲି କହିଛନ୍ତି ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଗୋଟିଏ ଦିନ ବ୍ୟବଧାନରେ ରାଜ୍ୟରେ କରୋନା ସଂକ୍ରମିତ ୧୫୨ ରୁ ୨୫୫କୁ ବୃଦ୍ଧି...

Wed Dec 8 , 2021
ବାସ୍ତବବ୍ୟୁରୋ(ଭୁବନେଶ୍ବର):୦୮।୧୨-ଗୋଟିଏ ଦିନ ବ୍ୟବଧାନରେ ରାଜ୍ୟରେ ୧୦୩ ଜଣ ଅଧିକ ଯୋଡ଼ିହେଲେ କରନା ସଂକ୍ରମିତ ।ଅର୍ଥାତ ଗତ ୭ ତାରିଖ ୧୫୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ,ଗତ ୨୪ ଘଣ୍ଟା ମଧ୍ୟରେ,୨୫୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୨ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୦୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୫୦୭୬୦ରେ ପହଞ୍ଚିଛି […]

You May Like

Pin It on Pinterest