
ତ୍ରିନାଥ ବାରିକ(ସାକ୍ଷୀଗୋପାଳ):ସି ଡି ଏସ ବିପିନ ରାୱତ ଙ୍କର ଆକ୍ସମିକ ହେଲିକାପ୍ଟର ଦୁର୍ଘଟଣାରେ ମୃତ୍ୟୁ ପାଇଁ ଆଜି ସାରା ଦେଶରେ ଶୋକ ର ଛାୟା ଖେଳି ଯାଇଥିବା ବେଳେ ସତ୍ୟବାଦୀ ରେ ମଧ୍ୟ ଏହି ଦୁର୍ଘଟଣା ସମସ୍ତ ଜନସାଧାରଙ୍କ ମନଙ୍କୁ ବ୍ୟଥିତ କରିଛି | ଏହି ପରୀପେକ୍ଷୀରେ ପ୍ରେସ କ୍ଳବସାକ୍ଷୀଗୋପାଳ ତରଫରୁ ସାକ୍ଷୀଗୋପାଳ ମନ୍ଦିର ସିଂଘ ଦ୍ଵାରା ସାମ୍ନାରେ କ୍ୟାଣ୍ଡେଲ ଜାଳି ଏହି ବିର ପୁରୁଷଙ୍କର ଅମର ଆତ୍ମାର ସଦ୍ଗତି କାମନା କରାଯାଇଥିଲା |
ଏହି କାର୍ଯ୍ୟକ୍ରମ ରେ ସାକ୍ଷୀଗୋପାଳ ପ୍ରେସ କ୍ଲବର ଉପସଭାପତି ନିରଞ୍ଜନ ମିଶ୍ର, ସମ୍ପାଦକ ତୁଷାର ରଞ୍ଜନ ନାୟକ, କୋଷାଧ୍ୟକ ପୂର୍ଣାନନ୍ଦ ତ୍ରିପାଠୀ ଙ୍କ ସହ ପ୍ରେସ କ୍ଲବ ସତ୍ୟବାଦୀ ର ସମ୍ପାଦକ ଅଶୋକ ବେହେରାଙ୍କ ସମେତ ସମସ୍ତ ସଭ୍ୟ ସଭ୍ୟ ଉପସ୍ଥିତ ରହି ସାକ୍ଷୀଗୋପାଳ ମନ୍ଦିର ପ୍ରାଙ୍ଗଣରେ ଦୀପଦାନ କରିଥିଲେ |
ଅନ୍ୟ ପଟେ ସତ୍ୟବାଦୀ ବିଜେଡି ପକ୍ଷରୁ ପଟନାଇକିୟା ସ୍ଥିତ ଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଏହି ଦୁଖଃଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ବୀର ଯବାନଙ୍କ ଆତ୍ମା ର ସଦ୍ଗତି ପାଇଁ,ଦୀପ ଦାନ କାଯ୍ୟକର୍ମ ଆୟୋଜନ କରାଯାଇଥିଲା |ଏହିକାଯ୍ୟକର୍ମକୁ ପରୀଚାଳନା କରିଥିଲେ ସତ୍ୟବାଦୀର ବିଧାୟକ ଉମାକାନ୍ତ ସାମନ୍ତରାୟ ଙ୍କ ପ୍ରତିନିଧି ସୁନିଲି କୁମାରପଣ୍ଡାଙ୍କ ସହ ଦଳର ପଚାଶରୁ ଉର୍ଦ୍ଧକର୍ମୀ ଯୋଗ ଦେଇ ଥିଲେ | ସହିଦ ବିପିନ ରାୱତ ଅମର ରହେ ସ୍ଲୋଗାନ ଦେଇ ତାଙ୍କର ଅମର ଆତ୍ମା ପାଇଁ ନୀରବ ପାର୍ଥନା କରିଥିଲେ |