ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୮୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୩ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୩୧ କୁ ବୃଦ୍ଧି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୧୨୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୧୩୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୪୦୬୨୦ ଜଣ ସୁସ୍ଥ ହୋଇଛନ୍ତି ।

ନବମ ଦିନରେ ବି ଅଚଳ ବିଧାନସଭା । ମମିତା ମେହେର ହତ୍ୟା ପ୍ରସଙ୍ଗକୁ ନେଇ ଆଜି ବି ଗୃହରେ ବିରୋଧୀ ହଙ୍ଗାମା କରିଛନ୍ତି । ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କଲେ ବିରୋଧୀ ସଦସ୍ୟ । ଆଜି ବି ଗୃହର ମଧ୍ୟଭାଗରେ ପ୍ଲା କାର୍ଡ ଦେଖାଇବା ସହ ଘଣ୍ଟ ପିଟି ପ୍ରତିବାଦ ଜଣାଇଲେ । ବିରୋଧୀଙ୍କ ହଟ୍ଟଗୋଳ, ହଙ୍ଗାମା ଯୋଗୁଁ ଗୃହକୁ ସାଢେ ୧୧ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ବରିଷ୍ଠ ଅଭିନେତା ମିହିର ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି । ସେ ଏବେ କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ପୂର୍ବରୁ କିଡ୍‌ନୀ ରୋଗରେ ଆକ୍ରାନ୍ତ ମିହିର ଦାସଙ୍କୁ ଗତ ୭ ତାରିଖରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା ।

ଆଜି(ଶୁକ୍ରବାର) ଉପକୂଳ ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି । ଓଡ଼ିଶାରେ ମେଘୁଆ ପାଗ ରହିଛି ତେବେ ଶନିବାରଠୁ ପାଗ ବଦଳିବ । ଆକାଶ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ।

ପୁରୀ ବଡ଼ଦାଣ୍ଡ ସ୍ଥିତ ନୀଳାଦ୍ରି ଭକ୍ତ ନିବାସ ଠାରେ ଆଜି(ଶୁକ୍ରବାର) ଅନୁଷ୍ଠିତ ହେବ ଛତିଶା ନିଯୋଗ ବୈଠକ। ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ଅନୁଷ୍ଠିତ ହେବ ବୈଠକ।ଆସନ୍ତା ୧୬ ତାରିଖ ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ଧରି ଶ୍ରୀମନ୍ଦିରରେ ଚାଲିବାକୁ ଥିବା ପହିଲି ଭୋଗ ନୀତି ନିର୍ଘଣ୍ଟ ଅନୁମୋଦନ କରାଯିବ। ନୀତି ନିର୍ଘଣ୍ଟ କିଭଳି ଶୃଙ୍ଖଳିତ ହେବ ସେନେଇ ପ୍ରଥମେ ନୀତି ସବକମିଟି ବୈଠକ ଅନୁଷ୍ଠିତ ହେବ। ଏହାସହ ଡିସେମ୍ବର ୨୫ ବଡଦିନ ଓ ୩୧ ତାରିଖ ବର୍ଷର ଶେଷ ଦିନ ସହ ନୂଆବର୍ଷ ଅବସରରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ କି ନାହିଁ ସେନେଇ ବୈଠକରେ ଚୁଡାନ୍ତ ନିଷ୍ପତି ନିଆଯିବ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮୫୦୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୨୪ ଜଣଙ୍କ ମୃତ୍ୟୁ ହୋଇଛି । ଏବେସୁଦ୍ଧା ଦେଶରେ ପ୍ରାୟ ୩୪୬୭୪୭୪୪  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୯୪୯୪୩ ସକ୍ରିୟ ମାମଲା ରହିଛି ଏବଂ ୩୪୧୦୫୦୬୬ ଜଣ ସୁସ୍ଥ ହୋଇ ଫେରିଛନ୍ତି ।  ଏହା ବ୍ୟତୀତ ୪୭୪୭୩୫ ସଂକ୍ରମିତ ପ୍ରାଣ ହରାଇଛନ୍ତି । 

ତାମିଲନାଡୁର କୁନୁର ନିକଟରେ ବୁଧବାର ଦିନ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦେଶର ସର୍ବୋଚ୍ଚ ସୈନିକ ଅଧିକାରୀ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ବିପିନ ରାୱତଙ୍କୁ ଶୁକ୍ରବାର ଅପରାହ୍ନ ନୂଆଦିଲ୍ଲୀରେ ସମ୍ପୂର୍ଣ୍ଣ ସାମରିକ ସମ୍ମାନରେ ଶବଦାହ କରାଯିବ। ସମସ୍ତ ମୃତଦେହ ଗୁରୁବାର ସନ୍ଧ୍ୟାରେ କୋଏମ୍ବାଟୁର ନିକଟ ସୁଲୁରରୁ ପାଲାମ ଏୟାର ବେସକୁ ନିଆଯାଇଥିଲା ଯେଉଁଠାରେ ପରିବାର ସଦସ୍ୟଙ୍କୁ ଭେଟିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରତ୍ୟେକ ୧୩ ଟି ମର ଶରିରରେ ପୁଷ୍ପଗୁଚ୍ଛ ଦେଇ ଦେଶକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସିଡିଏସ୍ ବିପିନ ରାୱତ୍ ଙ୍କ ଆତ୍ମାର ସଦ୍ଗତି ପାଇଁ ଦୀପ ଦାନ....

Fri Dec 10 , 2021
ତ୍ରିନାଥ ବାରିକ(ସାକ୍ଷୀଗୋପାଳ):ସି ଡି ଏସ ବିପିନ ରାୱତ ଙ୍କର ଆକ୍ସମିକ ହେଲିକାପ୍ଟର ଦୁର୍ଘଟଣାରେ ମୃତ୍ୟୁ ପାଇଁ ଆଜି ସାରା ଦେଶରେ ଶୋକ ର ଛାୟା ଖେଳି ଯାଇଥିବା ବେଳେ ସତ୍ୟବାଦୀ ରେ ମଧ୍ୟ ଏହି ଦୁର୍ଘଟଣା ସମସ୍ତ ଜନସାଧାରଙ୍କ ମନଙ୍କୁ ବ୍ୟଥିତ କରିଛି | ଏହି ପରୀପେକ୍ଷୀରେ ପ୍ରେସ କ୍ଳବସାକ୍ଷୀଗୋପାଳ ତରଫରୁ ସାକ୍ଷୀଗୋପାଳ ମନ୍ଦିର ସିଂଘ ଦ୍ଵାରା ସାମ୍ନାରେ କ୍ୟାଣ୍ଡେଲ ଜାଳି ଏହି ବିର ପୁରୁଷଙ୍କର ଅମର ଆତ୍ମାର ସଦ୍ଗତି […]

You May Like

Pin It on Pinterest