ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଳଚେରର କୃଷ୍ଣଚନ୍ଦ୍ରପୁର ଗାଁରେ ଓଡ଼ିଆ ଜବାନ୍ ରାଣା ପ୍ରତାପଙ୍କ ଶେଷ କୃତ୍ୟ ସଂପନ୍ନ ହେଲା…

ବାସ୍ତବବ୍ୟୁରୋ:ଗତ ବୁଧବାର ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ବାୟୁସେନା ଅଧିକାରୀ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ।ତାଙ୍କ ପାର୍ଥିବ ଶରୀରକୁ ସଡ଼କ ପଥରେ ଜନ୍ମମାଟି ଅନୁଗୋଳ ଜିଲ୍ଲା ତାଳଚେରର କୃଷ୍ଣଚନ୍ଦ୍ରପୁରକୁ ନିଆଯାଇଥିଲା ।ଜନ୍ମମାଟିରେ ପହଂଚିବା ପରେ,ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଳଚେରର କୃଷ୍ଣଚନ୍ଦ୍ରପୁର ଗାଁରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି।

ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଓଡିଆ ଯବାନ ରାଣା ପ୍ରତାପ। ଏହା ପୂର୍ବତୁ ରାଣା ପ୍ରତାପଙ୍କୁ ତୋପ ସଲାମୀ ଦିଆଯାଇଛି।ରାଣା ପ୍ରତାପଙ୍କ ଶେଷ କୃତ୍ୟରେ ଅନେକ ମାନ୍ୟଗଣ ବ୍ୟକ୍ତି ସାମିଲ୍ ହୋଇଥିଲେ । ରାଣା ପ୍ରତାପ ଅମର ରହେ ଧ୍ଵନୀରେ ପ୍ରକମ୍ପିତ ହୋଇ ଉଠିଥିଲା ପରିବେଶ। ସମସ୍ତଙ୍କ ଆଖି ଲୁହର ବନ୍ୟା, ଶେଷ କୃତ୍ୟ ସମୟରେ ଶହ ଶହ ସଂଖ୍ୟାର ସ୍ଥାନୀୟ ବାସିନ୍ଦା ସାମିଲ୍ ହୋଇ ଅଶ୍ରୁଳ ବିଦାୟ ଦେଇଥିଲେ ତାଙ୍କର ପ୍ରିୟ ରାଣାଙ୍କୁ ।

ଏକ ସ୍ଵତନ୍ତ୍ର ଯାନରେ ରାଣା ପ୍ରତାପଙ୍କ ମରଶରୀରକୁ ଭୁବନେଶ୍ଵରରୁ ନିଜ ଗାଁ ତାଳଚେର କଣ୍ଢାଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଅଣାଯାଇଥିଲା। ଗାଁରେ ମରଶରୀର ପହଞ୍ଚିବା ପରେ ହଜାର ସଂଖ୍ୟକ ଲୋକେ ରାସ୍ତାର ଉଭୟ ପାର୍ଶ୍ଵରେ ଛିଡା ହୋଇ ନିଜ ପ୍ରିୟ ଯବାନଙ୍କ ଶେଷ ଦର୍ଶନ କରିଛନ୍ତି। ପାର୍ଥିବ ଶରୀର ଗାଁ ପରିକ୍ରମା କରାଯିବା ପରେ ଗାଁରେ ସତ୍କାର ହୋଇଛି। ସମସ୍ତ ରାଜ୍ୟନୈତିକ ଦଳର ନେତା ସାମିଲ୍ ହୋଇଥିଲେ ।ଗାଁର ପ୍ରବେଶ ପଥରେ ଏକ ଅସ୍ଥାୟୀ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ କରାଯାଇଛି ।

ସ୍ଥାନୀୟ ଲୋକଙ୍କ ତୁଣ୍ଡରେ ଗୋଟିଏ କଥା,ଯେଉଁ ସ୍ଥାନରେ ୨୦୧୭ ମସିହା ଜାନୁଆରୀରେ ରାଣା ପ୍ରତାପଙ୍କ ବାହାଘର ଭୋଜି ଆୟୋଜନ ହୋଇଥିଲା ,ସେହି ସ୍ଥାନରେ ଏବେ ତାଙ୍କର ଦଶାହ କାର୍ଯ୍ୟ ପାଇଁ ପ୍ରସ୍ତୁତି ଚାଲିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କରଞ୍ଜିମାଳ ଯୁବମୋର୍ଚ୍ଚା ପକ୍ଷରୁ ସିଡିଏସ୍ ବିପିନ ରାୱତ୍ ଙ୍କ ପାଇଁ କ୍ୟାଣ୍ଡେଲ ସୋଭାଯାତ୍ରା...

Sun Dec 12 , 2021
ଦେବକାନ୍ତ ମହାନ୍ତି (ଚାନ୍ଦବାଲି)କରଂଜମାଳ ଯୁବମୋର୍ଚ୍ଚା ପକ୍ଷରୁ କେଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସିଡିଏସ ବିପିନ ରାୱତ ଅମର ରହେ ସ୍ଲୋଗାନ ଦିଆଯାଇଛି। ବିର ମାନଙ୍କର ଏ ବଳିଦାନକୁ ଦେଶ ସବୁ ଦିନ ପାଇଁ ମନେରଖିବ କହିଛନ୍ତିକରଂଜମାଲ ଯୁବ ମର୍ଚ୍ଚା ସଭାପତି ସତ୍ୟରଞ୍ଜନ ଦାସ। ଏହି ଶୋଭାଯାତ୍ରାରେ ଆଇଟି ସେଲ୍ ସଂଯୋଜକ ଦେବାଶିଷ ବେହୁରା, ଏସସି ମାର୍ଚ ମଣ୍ଡଳ ସଭାପତି ପାର୍ଥସାରଥୀ ଦାସ, ବରିଷ୍ଠ ନେତା ଚିନ୍ତାମଣି ବଳ,ଜଗନ୍ନାଥ ଜେନା,ରାମକାନ୍ତ ଭଳ,ମନୁ […]

You May Like

Pin It on Pinterest