ବାତ୍ୟା ଜୱାଦ କ୍ଷୟକ୍ଷତି ଆକଳନ ପାଇଁ ଆଜି କେନ୍ଦ୍ରାପଡା ଜିଲ୍ଲା ରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍…

ବାସ୍ତବବ୍ୟୁରୋ:(କେନ୍ଦ୍ରାପଡା)-ବାତ୍ୟା ଜୱାଦ କ୍ଷୟକ୍ଷତି ଆକଳନ ପାଇଁ ଆଜି କେନ୍ଦ୍ରାପଡା ଜିଲ୍ଲା ରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍। କେନ୍ଦ୍ରାପଡା ଜିଲ୍ଲାରେ ଅଦିନିଆ ବର୍ଷା ପ୍ରଭାବ ରେ ବ୍ୟାପକ ଧାନ ଫସଲ ସମେତ ବିଭିନ୍ନ ପନିପରିବା ଫସଲ ଅଦିନିଆ ବର୍ଷା ରେ ନଷ୍ଟ ହୋଇଛି। ପ୍ରଶାସନ ପକ୍ଷରୁ କୃଷି ବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ ମିଳିତ ଭାବେ ପ୍ରାଥମିକ କ୍ଷୟକ୍ଷତି ଆକଳନ କରାଯାଉଛି।

ତେବେ ଫସଲ ଅମଳ ସମୟ ହୋଇଥିବା ବେଳେ ବର୍ଷା ଛାଡିବାର ୬ଦିନ ପରେ ମଧ୍ୟ ବିଲରେ ଆଣ୍ଠୁଏ ଉପରେ ପାଣି ଜମି ରହିଛି।ଯାହା ଫଳରେ ଅମଳ ହେବାକୁ ଥିବା ଧାନ ପଚି ନଷ୍ଟ ହେବା ସହ ଗଜା ମଧ୍ୟ ହୋଇଗଲାଣି।ଆଜି କେନ୍ଦ୍ରୀୟ ଟିମ ଜିଲ୍ଲା ରେ ପହଞ୍ଚି ବିଭିନ୍ନ ଅଞ୍ଚଳ ଯାଇ କ୍ଷେତ ପରିଦର୍ଶନ କରିଥିବା ସହ ଚାଷୀ ଙ୍କ ସହ ଆଲୋଚନା କରିଥିଲେ ।

ଏହି ଗ୍ରସ୍ତ ସମୟ ରେ ଜିଲ୍ଲା ପ୍ରଶାସନ ର ବରିଷ୍ଠ ଅଧିକାରୀ ଉପଜିଲ୍ଲାପାଳ , ସ୍ଥାନୀୟ ତହସିଲଦାର ପ୍ରମୁଖ ଉପସ୍ଥିତ ରହିଥିଲେ ।କେନ୍ଦ୍ରୀୟ ଟିମ ପଟ୍ଟାମୁଣ୍ଡାଇ, ରାଜନଗର, ମାର୍ଶାଘାଇ ଓ ଗରଦପୁର ବ୍ଲକ ଅଞ୍ଚଳ ଯିବାର କାର୍ଯ୍ୟକ୍ରମ ରହିଛି।ତେବେ କ୍ଷୟକ୍ଷତି ର ଆକଳନ କରିବା ପାଇଁ କେନ୍ଦ୍ରୀୟ ଟିମ ଆସି କ୍ଷୟକ୍ଷତି ସମୀକ୍ଷା କରି ଥିବାରୁ ଚାଷୀ ମାନଙ୍କୁ କ୍ଷତିପୂରଣ ଅଧିକ ମିଳିବ ବୋଲି ଚାଷୀ ମାନେ ଆଶା ରଖିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଲମପୁର ବ୍ଲକରେ ଟୋକି'ମରା ଆଦ୍ୟପର୍ବ ଗୁଡିଚଘା ସମ୍ପନ୍ନ...

Sun Dec 12 , 2021
ଦୀପକ ସାହୁ(କଳାହାଣ୍ଡି):ଥିଲେକଳାହାଣ୍ଡି ଜିଲ୍ଲା-କଲମପୁର ବ୍ଲକ, ହାରାମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୋଦେଲବନ୍ଧ ଗ୍ରାମଠାରେ ଟୋକି ପର୍ବର ଆଦ୍ୟପର୍ବ ଗୁଡ଼ିଚଘା ପର୍ବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ ଉପସ୍ଥିତ ଥିବା ବେଳେ, ସମ୍ମାନିତ ଅତିଥି ଭାବେ ଆଇନଜୀବୀ ସୁଶିଳ କୁମାର ରାଉତ,ଅରୁଣ କୁମାର ଜଗରିଆ,ସମାଜସେବୀ ହୃଷୀକେଶ ପଟେଲ, ଚନ୍ଦ୍ର କିଶୋର ସିଂ,ଭକ୍ତ ଦୁର୍ଗା, ଲଳିତ ଠାକୁର,ଲୋକନାଥ ନାଗ,ପିତାମ୍ବର ଖର୍ସେଲ, […]

You May Like

Pin It on Pinterest