କଲମପୁର ବ୍ଲକରେ ଟୋକି’ମରା ଆଦ୍ୟପର୍ବ ଗୁଡିଚଘା ସମ୍ପନ୍ନ…

ଦୀପକ ସାହୁ(କଳାହାଣ୍ଡି):ଥିଲେକଳାହାଣ୍ଡି ଜିଲ୍ଲା-କଲମପୁର ବ୍ଲକ, ହାରାମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୋଦେଲବନ୍ଧ ଗ୍ରାମଠାରେ ଟୋକି ପର୍ବର ଆଦ୍ୟପର୍ବ ଗୁଡ଼ିଚଘା ପର୍ବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ ଉପସ୍ଥିତ ଥିବା ବେଳେ, ସମ୍ମାନିତ ଅତିଥି ଭାବେ ଆଇନଜୀବୀ ସୁଶିଳ କୁମାର ରାଉତ,ଅରୁଣ କୁମାର ଜଗରିଆ,ସମାଜସେବୀ ହୃଷୀକେଶ ପଟେଲ, ଚନ୍ଦ୍ର କିଶୋର ସିଂ,ଭକ୍ତ ଦୁର୍ଗା, ଲଳିତ ଠାକୁର,ଲୋକନାଥ ନାଗ,ପିତାମ୍ବର ଖର୍ସେଲ, ଖଗେଶ୍ୱର ଦଳପତି,ପୂର୍ବ କମିଟି ସଂଘଠକ ଚୈତନ୍ୟ ଲହଜଳ ପ୍ରମୁଖ ଉପସ୍ଥିତ ଥିଲେ ।

ଏଥିରେ ତୋତ୍ତରା ଗୁଡ଼ା,ଝରାବାହାଲି,ବ୍ରାହ୍ମଣ କେନ୍ଦୁଗୁଡା, ଚୁରାଗାଁ,ଆଟିଗାଁ,ପଣ୍ଡିଗାଁ,ତେନ୍ତୁଳି ଖୁଣ୍ଟି,ପରୁଆଗୁଡା,ହାରାମାଲ ଏମିତି ବିଭିନ୍ନ ଗ୍ରାମପଞ୍ଚାୟତର ଜାନୀମାନେ ବରଣୀ ଧରି ଆସିଥିବା ବେଳେ, ଏକ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲେ ।ଗୌନ୍ତିଆ ଦୁତିକୃଷ୍ଣ ଖର୍ସେଲ ଓ ପୂଜାକମିଟି ସଭାପତି ଅଭୟ ଶବର ଙ୍କ ପ୍ରତିନିଧିତ୍ୟରେ ପ୍ରଦୀପ ବାଗ,ଶ୍ୟାମ କାଣ୍ଡ,ଜକ୍ତା ଖର୍ସେଲ,ଧନଞ୍ଜୟ ଖର୍ସେଲ, ସୀତାରାମ ଗହୀର, ରବୀନ୍ଦ୍ର ବାଗ, ସାଧୁରାମ ଲହଜଳ,କେଶରୀ ବାଗ, ସୁଶିଳ ହାତୀ ପ୍ରମୁଖ ସହଯୋଗ କରିଥିଲେ ।
ଗୁରମେ ହିଂଦାର ମାଝୀ,କାର୍ଯ୍ୟସମ୍ପାଦନ କରୁଥିବା ବେଳେ, ପୁଝାରୀ ମୋହନ ଜାନୀ, ମୁଦ୍ରାଧରିଆ ଚନ୍ଦ୍ର ମାଝୀ, ରପିଆ ଉଗ୍ରେ ମାଝୀ, ରନ୍ଧନିଆ ଭାବେ ପୁରୁନ ମାଝୀ ନିୟୋଜିତ ହୋଇଥିଲେ ।ଗୁଡ଼ି ଉପରକୁ ଚଢ଼ି ଯେଉଁ ପୂଜା କରାଯାଏ ତାହାକୁ ଗୁଡିଚଘା ବୋଲି କୁହାଯାଏ । ନିମନ୍ତ୍ରିତ ଆତିଥି ଗ୍ରାମରେ ପ୍ରବେଶ କଲାପରେ ତାଙ୍କୁ ସ୍ବାଗତ କରାଯାଇ ଗୁଡିର ଚାରିପାର୍ଶ୍ୱ ପରିକ୍ରମା କରାଯାଇ ଥିଲା ଓ ଏହାପରେ ଭୋଜନରେ ଆପ୍ୟାୟିତ କରି ବିଦାୟ ଦିଆଯାଇଥିଲା ।
ଶେଷରେ ଏହି ବୋଦେଲ ବନ୍ଧ ଗ୍ରାମରେ ଆସନ୍ତା ଜାନୁୟାରୀ ୯ ତାରିଖରେ ଟୋକିମରା ପର୍ବ ପାଳନ କରାଯିବା ନେଇ ଲଗ୍ନ ଧାର୍ଯ୍ୟ କରାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୮ କରୋନା ସଂକ୍ରମିତ ଚିହ୍ନଟ...

Mon Dec 13 , 2021
ବାସ୍ତବବ୍ୟୁରୋ (ଭୁବନେଶ୍ୱର):୧୩।୧୨-ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୫ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୭୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।ସେଥିମଧ୍ୟରୁ ୧୮ ବର୍ଷରୁ କମ୍‌ ବୟସର ୩୭ ଜଣ ସଂକ୍ରମିତ ରହିଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୮୫ଜଣ ଥିବାବେଳେ କଟକ ଜିଲ୍ଲାରୁ ୧୩ଜଣ, ଅନୁଗୁଳ ଜିଲ୍ଲାରୁ ୨ଜଣ, ବାଲେଶ୍ୱର […]

You May Like

Pin It on Pinterest