ଶିକ୍ଷକ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ମିଳୁନାହାନ୍ତି,ସପ୍ତାହେ ମଧ୍ୟରେ ଆଉ ଥରେ ବିଜ୍ଞପ୍ତି ପ୍ରକାଶ କରିବୁ-ସମୀର ରଞ୍ଜନ ଦାଶ…

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)-ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି କହିଛନ୍ତିକି, ଶିକ୍ଷକ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ମିଳୁନାହାନ୍ତି। ବିଶେଷ କରି ସଂରକ୍ଷିତ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଅଭାବ ।

ଶ୍ରୀ ଦାସ କହିଛନ୍ତିକି,ଚଳିତ ଡିସେମ୍ବର ମାସରେ ୧୬ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବା ପାଇଁ ଯୋଜନା ରଖିଥିଲୁ। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୧୧,୪୦୦ଟି ପଦ ପାଇଁ ବିଜ୍ଞପ୍ତି ବାହାରିଥିଲା। ସେଥିମଧ୍ୟରୁ ୭ ହଜାର ପଦ ପାଇଁ ମନୋନୟନ ସରିଯାଇଛି। ଅବଶିଷ୍ଟ ୪,୪୦୦ଟି ପଦ ପାଇଁ ଯୋଗ୍ୟ ପ୍ରାର୍ଥୀ ମିଳିନାହାନ୍ତି। ବିଶେଷ କରି ସଂରକ୍ଷିତ ସ୍ଥାନ ମାନଙ୍କରେ ଯୋଗ୍ୟ ପ୍ରାର୍ଥୀ ମିଳିନାହାନ୍ତି।

ଗଣ ଶିକ୍ଷାମନ୍ତ୍ରୀ ଆହୁରି କହିଛନ୍ତି, ଶିକ୍ଷକମାନଙ୍କ ନିଯୁକ୍ତି ପାଇଁ କଟ୍‌ଅଫ୍‌ ମାର୍କ ରଖାଯାଇଥିଲା। ସେହି କଟ୍‌ ଅଫ୍‌ମାର୍କରେ ବାକି ୪,୪୦୦ଟି ପଦ ପାଇଁ କେହି ପ୍ରାର୍ଥୀ କ୍ୱାଲିଫାଏ କରିପାରିଲେ ନାହିଁ। ସେଥିପାଇଁ ଆମେ ସପ୍ତାହେ ମଧ୍ୟରେ ଆଉ ଥରେ ବିଜ୍ଞପ୍ତି ପ୍ରକାଶ କରିବୁ। ଯେହେତୁ ସଂରକ୍ଷିତ ବର୍ଗରେ ଆମକୁ ଉପଯୁକ୍ତ ପ୍ରାର୍ଥୀ ମିଳି ନାହାନ୍ତି, ତେଣୁ କ’ଣ କୋହଳ କରାଯାଇପାରିବ, ସେ ନେଇ ବିଶେଷଜ୍ଞମାନଙ୍କ ସହିତ ବିଚାରବିମର୍ଶ କରାଯାଉଛି।

ନବ ନିଯୁକ୍ତ ଶିକ୍ଷକମାନଙ୍କ ପାଇଁ କଳିଙ୍ଗଷ୍ଟାଡିମରେ ଓରିଏଣ୍ଟେସନ କାର୍ଯ୍ୟକ୍ରମ ରଖାଯାଇଛି। ୧୬ ତାରିଖରେ ଏହି କାର୍ଯ୍ୟକ୍ରମ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ଓ ନଯୁକ୍ତି ପତ୍ର ପ୍ରଦାନ କରିବେ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।

ସେ କହିଛନ୍ତି, ପ୍ରାଥମିକ ଭାବେ 5T ସ୍କୁଲ ଗୁଡ଼ିକରେ ଶିକ୍ଷକ ପଦବୀ ପୂରଣ ପାଇଁ ସରକାର ଟାର୍ଗେଟ ରଖିଛନ୍ତି । କେବଳ ସ୍କୁଲ କୋଠା ନବୀକରଣ ନୁହେଁ, ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ହେଉଛି ରାଜ୍ୟ ସରକାରଙ୍କ ଲକ୍ଷ୍ୟ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନୂଆନଈରୁ ଚିତ୍ତରଞ୍ଜନ ପଲେଇଙ୍କ ମୃତଦେହ ମିଳିବା ପଛର କାରଣ କଣ ? ହତ୍ୟା ନା ଦୁର୍ଘଟଣା ?

Mon Dec 13 , 2021
ବାସ୍ତବବ୍ୟୁରୋ(ପୁରୀ):ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇଙ୍କ ମୃତଦେହ,ଆଜି ପୁରୀ ଭାର୍ଗବୀ-ନୂଆନଈରୁ ମିଳିଥିଲା । ଚିତ୍ତରଞ୍ଜନଙ୍କ ପରିବାର ଲୋକଙ୍କ ଅଭିଯୋଗ ଚିତ୍ତରଞ୍ଜନଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି ।ଏତଲା ଆଧାରରେ ପୁଲିସ୍‌ ୩୦୨ IPCରେ ମାମଲା ରୁଜୁ କରିଛି। ତ୍ୱରିତ ତଦନ୍ତ ପାଇଁ ସ୍ପେଶାଲ ଇନଭେଷ୍ଟିଗେସନ୍‌ ଟିମ (SIT) ଗଠନ କରାଯାଇଛି। ପରିବାର ଲୋକଙ୍କ ସନ୍ଦେହର କାରଣ,ଗତ ଶନିବାର ରାତିରେ ପୁରୀ ମାଟିଆପଡ଼ା ଅଞ୍ଚଳର […]

You May Like

Pin It on Pinterest