
ବାସ୍ତବବ୍ୟୁରୋ(ପୁରୀ):ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇଙ୍କ ମୃତଦେହ,ଆଜି ପୁରୀ ଭାର୍ଗବୀ-ନୂଆନଈରୁ ମିଳିଥିଲା । ଚିତ୍ତରଞ୍ଜନଙ୍କ ପରିବାର ଲୋକଙ୍କ ଅଭିଯୋଗ ଚିତ୍ତରଞ୍ଜନଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି ।ଏତଲା ଆଧାରରେ ପୁଲିସ୍ ୩୦୨ IPCରେ ମାମଲା ରୁଜୁ କରିଛି। ତ୍ୱରିତ ତଦନ୍ତ ପାଇଁ ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ (SIT) ଗଠନ କରାଯାଇଛି।
ପରିବାର ଲୋକଙ୍କ ସନ୍ଦେହର କାରଣ,ଗତ ଶନିବାର ରାତିରେ ପୁରୀ ମାଟିଆପଡ଼ା ଅଞ୍ଚଳର ଜଗନ୍ନାଥ ଷଡ଼ଙ୍ଗୀ ଓରଫ ଜଗା ଘରେ ଆୟୋଜିତ ହୋଇଥିବା ଭୋଜିରେ,ସାମିଲ ହୋଇଥିଲେ ଚିତ୍ତରଂଜନ,ହେଲେ ଘରକୁ ଆଉ ଫେରିନଥିଲେ। ତାଙ୍କ ମୋବାଇଲ ସୁଇଚ ଅପ ରହିଥିଲା। ରବିବାର ଯାଏ ପରିବାର ଲୋକେ କୌଣସି ଖବର ନପାଇବାରୁ ସଦର ଥାନାରେ ଅଭିଯୋଗ କରିଥିଲେ ।
ପୁଲିସ୍ କାହିବାନୁଯାଇ, ଶନିବାର ରାତିରେ ଭୋଜି ଚାଲିଥିବା ବେଳେ ଜଗା ଓ ଚିତ୍ତ ବାଇକ୍ରେ ଭୋଜିସ୍ଥଳରୁ ପ୍ରାୟ ୨୦ କିଲୋମିଟର ଦୂର ଯିବା ପରେ ବାଇକ ଛିଟିକି ପଡ଼ିଥିଲା। ଘଟଣାସ୍ଥଳରେ ଅକ୍ଷତ ଅବସ୍ଥାରେ ଚେତା ହରାଇଥିଲେ ଜଗା। ରକ୍ତଛିଟା ମଧ୍ୟ ପଡ଼ିଥିଲା। ଘଟଣାସ୍ଥଳରେ ଘୋଷରା ଯାଇଥିବା ଚିହ୍ନ ମଧ୍ୟ ରହିଥିଲା।ଏଠି ପ୍ରଶ୍ନ ଅନେକ ଉତ୍ତର ଉପରବାଲା ପାଖରେ,ତେବେ ନଈରୁ ଚିତ୍ତଙ୍କ ମୃତଦେହ ମିଳିବା ପଛର କାରଣ କଣ? ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚିବାକୁ ଯାଇ ଦୁର୍ଘଟଣାର ରୂପ ଦିଆଯାଉନି ତ?ପୁଲିସ ଏହି ମାମଲାରେ ଶାସନ ଦାମୋଦରପୁର ଗାଁର ଜଗା ଓ ଅନ୍ୟ ୨ ଜଣଙ୍କୁ ଧରି ପଚରାଉଚରା କରୁଛି।
ଅନ୍ୟ ପଟେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା,ଚିତ୍ତରଞ୍ଜନଙ୍କ ମୃତ୍ୟରେ ଦୁଃଖ ପ୍ରକାଶ କରିଛନ୍ତି। ଶ୍ରୀ ବର୍ମା କହିଛନ୍ତି, ମୋର ଶ୍ରଦ୍ଧେୟ ଚିତ୍ତରଞ୍ଜନ ପଲେଇଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ। ସ୍ବର୍ଗତ ଚିତ୍ତରଞ୍ଜନଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ଜ୍ଞାପନ କରୁଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରୁଛି। ପ୍ରଭୁ ଅଲାରନାଥ ଚିତ୍ତରଞ୍ଜନଙ୍କ ପରିବାରକୁ ଏହି ଅସମୟରେ ଧୈର୍ଯ୍ୟ ଦିଅନ୍ତୁ ।