ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୩୭ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୧୯୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୯୦୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୪୧୫୩୬ ଜଣ ସୁସ୍ଥ ହୋଇଛନ୍ତି । 

 ଆସନ୍ତା ୨୦ ତାରିଖରେ ରାଜ୍ୟରେ ହାଡ଼ ଭଙ୍ଗା ଜାଡ଼ ଅନୁଭୂତ ହେବ । ୧୯, ୨୦ ଓ ୨୧ ତାରିଖ ତିନି ଦିନ ରାଜ୍ୟରେ ପ୍ରବଳ ଶୀତ ହୋଇପାରେ । ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛନ୍ତି ।ସୋମବାର ରାଜ୍ୟର ୮ଟି ସହରରେ ପାରଦ ୧୫ଡିଗ୍ରୀ ତଳକୁ ଖସିଛି । ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ ହୋଇଛି । ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୭ଡିଗ୍ରୀ ରହିଛି । ଆସନ୍ତା ୧୫ତାରିଖରୁ ଭୁବନେଶ୍ୱର ସମେତ ଉପକୂଳ ଓଡିଶାରେ ତାପମାତ୍ରା କମିବ ।

ଆଜି(ମଙ୍ଗଳବାର) ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ସେବାରେ ଯୋଡ଼ି ହେବ ନୟାଗଡ଼ ଓ ଜଗତସିଂହପୁର ଜିଲ୍ଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ମାଧ୍ୟମରେ ଏହାର ଶୁଭାରମ୍ଭ କରିବେ। ଦିନ ୧୧ ଟା ୩୦ରେ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଏହାର ଶୁଭାରମ୍ଭ କରିବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ସହରର ପିଟିଏସ୍ ପଡିଆରେ ଜିଲ୍ଲାସ୍ତରୀୟ ସଭାର ଆୟୋଜନ କରାଯାଇଥିବା ବେଳେ ପ୍ରତ୍ୟେକ ବ୍ଲକ୍ ମୁଖ୍ୟାଳୟରେ କାର୍ଯ୍ୟକ୍ରମର ସିଧାପ୍ରସାରଣ ସହ କାର୍ଡ ବଣ୍ଟନର ବ୍ୟବସ୍ଥା କରାଯାଇଛି।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫୭୮୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୫୨ ଜଣଙ୍କ ମୃତ୍ୟୁ ହୋଇଛି । ଏବେସୁଦ୍ଧା ଦେଶରେ ପ୍ରାୟ ୩୪ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୮୮୯୯୩ ସକ୍ରିୟ ମାମଲା ରହିଛି ଏବଂ ୩୪୧୩୮୭୬୩ ଜଣ ସୁସ୍ଥ ହୋଇ ଫେରିଛନ୍ତି ।  ଏହା ବ୍ୟତୀତ ୪୭୫୮୮୮ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

 ମହାରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏବେ ପୁଣି ଗୁଜୁରାଟରୁ ଚତୁର୍ଥ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛି। ଭାରତରେ ଓମିକ୍ରନର ପ୍ରଥମ ଦୁଇଟି ମାମଲା ଚିହ୍ନଟ ହେବାର ଦୁଇଦିନ ପରେ ଗୁଜୁୁରାଟରେ ୩ୟ ମାମଲା ଚିହ୍ନଟ ହୋଇଥିଲା। ଗୁଜୁରାଟର ଜଣେ ୪୨ବର୍ଷ ବୟସ୍କ ବ୍ୟକ୍ତି କିଛି ଦିନ ତଳେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ବେଳେ କରୋନାଭାଇରସର ଓମିକ୍ରନ୍ ଭାରିଆଣ୍ଟ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ଭାରତରେ ୪୧ପହଞ୍ଚିଛି ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା।

ଜମ୍ମୁ କଶ୍ମୀରର ରାଜଧାନୀ ଶ୍ରୀନଗରରେ ସୋମବାର ପୋଲିସ ବସ୍‌ ଉପରେ ଆତଙ୍କବାଦୀ ମାନେ ଆକ୍ରମଣ କରିଛନ୍ତି। ଏଥିରେ ୨ ଜଣ ପୋଲିସ କର୍ମୀ ସହିଦ ହୋଇଛନ୍ତି। ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣରେ ୧୨ ଜଣ ଯବାନ ଗୁରୁତର ହୋଇଛନ୍ତି। ସେମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଜେୱନ ଅଞ୍ଚଳରେ ହୋଇଥିବା ଏହି ଆକ୍ରମଣ କରିବା ପୂର୍ବରୁ ଆତଙ୍କବାଦୀମାନେ ପୂରା ଯୋଜନା ପ୍ରସ୍ତୁତ କରିଥିଲେ। ସେମାନେ ବାଇକ୍‌ରେ ଆସି ପୋଲିସ ବସ୍‌ର ୩ ପାର୍ଶ୍ବରୁ ଆକ୍ରମଣ କରିଥିଲେ। ସୁରକ୍ଷାବାହିନୀ ଏହି ଅଞ୍ଚଳରେ ପହଞ୍ଚି ସର୍ଚ୍ଚ ଅପରେଶନ ଆରମ୍ଭ କରିଛନ୍ତି।

ଆଜି ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୭ କୋଟି ୯ ଲକ୍ଷ ୮୩ ହଜାର ୯୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୫୩ ଲକ୍ଷ ୨୭ ହଜାର ୩୧୦ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ବରେ ୨୪ କୋଟି ୩୫ ଲକ୍ଷ ୫୭ ହଜାର ୨୪୮ ଜଣ  କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୨ କୋଟି ୨୦ ଲକ୍ଷ ୯୯ ହଜାର ୩୬୯ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।

ଦୁବାଇ ବିଶ୍ବର ପ୍ରଥମ ଦେଶ ଭାବେ ଶତପ୍ରତିଶତ କାଗଜବିହୀନ (ପେପରଲେସ୍) ହୋଇପାରିଛି ବୋଲି ଏମିରେଟ୍‌ (ଅମିର-ଶାସିତ ଦେଶ)ର ରାଜକୁମାର ଶେଖ୍ ହମଦାନ ବିନ ମହମ୍ମଦ ବିନ ରଶିଦ ଅଲ୍ ମକତୁମ ଘୋଷଣା କରିଛନ୍ତି। ଏହାଦ୍ବାରା ବାର୍ଷିକ ୧୩୦ କୋଟି ଦିରହାମ୍ (୩୫ କୋଟି ଡଲାର) ଏବଂ ୧୪୦ ଲକ୍ଷ ମାନବ-ଘଣ୍ଟା ବଞ୍ଚିପାରୁଛି ବୋଲି ସେ କହିଛନ୍ତି। ଦୁବାଇ ସରକାରଙ୍କ ସବୁ ପ୍ରକାର ବାହ୍ୟ ଓ ଆଭ୍ୟନ୍ତରୀଣ କାରବାର ଓ ପ୍ରକ୍ରିୟା ଏବେ ଶତପ୍ରତିଶତ ଡିଜିଟାଲ ହୋଇଯାଇଛି ଏବଂ ଏକ ବ୍ୟାପକ ଡିଜିଟାଲ ସରକାରୀ ସେବା ପ୍ଲାଟଫର୍ମ ଦ୍ବାରା ଏହାର ପରିଚାଳନା କରାଯାଉଛି।

ବଡ଼ଧରଣର ଭୂକମ୍ପ ଝଟକାରେ ଥରିଛି ଇଷ୍ଟର୍ଣ୍ଣ ଇଣ୍ଡୋନେସିଆ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ରହିଥିବା ଜଣାପଡ଼ିଛି। ତେଣୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି। ସେହିପରି ଭୂକମ୍ପ ଝଟକା ପରେ ଭୟଙ୍କର ସୁନାମି ଆସିବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଆପଲ୍‌ କଥିତ ଭାବେ ବିଗତ କିଛି ବର୍ଷ ହେବ ଏକ ଇଲେକ୍ଟ୍ରିକାର ଉପରେ କାମ କରୁଛି। ଡିଜାଇନ,ସ୍ପେସିଫିକେଶନ, ଲଞ୍ଚର ତାରିଖ ସଂପର୍କରେ କୌରସି ସୂଚନା ନାହିଁ। ଅନ୍ୟପଟରେ କାର୍‌ର ରେଣ୍ଡର ଅନ୍‌ଲାଇନ୍‌ ସାମ୍ନାକୁ ଆସିଛି। ରେଣ୍ଡର ବିଶୁଦ୍ଧ ଭାବେ କାଳ୍ପନିକ ଏବଂ ଏହା ଦେଖାଇବାକୁ ସେୟାର କରାଯାଇଥିବା କାର୍‌ କିଭଳି ଦେଖାଯାଇପାରିବ। କଥିତ ଆପଲ୍‌ କାର୍‌ର କନସେପ୍ଟ ରେଣ୍ଡରର୍ସକୁ କାର ଲିଜିଙ୍ଗ କଂପାନୀ ୱନରାମା ଦ୍ବାରା ଅନ୍‌ଲାଇନ୍‌ ସେୟାର କରାଯାଇଛି। ଏହି ଡିଜାଇନ୍‌କୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। ୱାନରାମା ନାମରେ ଏକ କାର୍‌ ଲିଜିଙ୍ଗ୍‌ କଂପାନୀ ଆପଲ୍‌ ଇଲେକ୍ଟ୍ରି କାରର ରେଣ୍ଡର ପ୍ରସ୍ତୁତ କରିଛି, ଯେଉଁଥିରେ କି ସମ୍ଭାବିତ ଡିଜାଇନ୍‌ର ଦାବି କରାଯାଇଛି। କାରକୁ ଷ୍ଟାଇଲିସ କରାଯାଇଛି। ଏହି କାର୍‌ ୨୦୨୫ ପର୍ଯ୍ୟନ୍ତ ଲଞ୍ଚ ହୋଇପାରେ। 

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଂଗ୍ରେସ କର୍ମୀଙ୍କ ଉପରେ ପୋଲିସର ଜୁଲମ କୁ ବିରୋଧ କରି ଏସପିଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ସହ ଦାବିପତ୍ର ପ୍ରଦାନ...

Tue Dec 14 , 2021
ବବିତା ସାମଲ(ଭଦ୍ରକ):ଯୁବ କଂଗ୍ରେସ କାର୍ଯ୍ଯକର୍ତ୍ତାଙ୍କ ଉପରେ ପୋଲିସ ଜୁଲୁମ୍ ପ୍ରତିବାଦରେ ଏସପି ଅଫିସ ଆଗରେ ଧାରଣା ଦେଇଛି ଭଦ୍ରକ ଜିଲ୍ଲା କଂଗ୍ରେସର କାର୍ଯ୍ୟକର୍ତା ଓ କର୍ମୀମାନେ । ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ ଙ୍କ ନୈତୃତ୍ବରେ ଧାରଣା ରେ ଜିଲ୍ଲାର ବହୁ କଂଗ୍ରେସ କାର୍ଯ୍ଯକର୍ତ୍ତା ଙ୍କ ସାମିଲ ରହିଥିଲେ । ଏହି ଧାରଣା ମାଧ୍ୟମରେ କଂଗ୍ରେସ ଅଭିଯୋଗ କରିଛି ଯେ ଭୁବନେଶ୍ୱର ଠାରେ ଶାନ୍ତିପୂର୍ଣ୍ଣ ଭାବରେ ରାଜ୍ୟର ମମତା […]

You May Like

Pin It on Pinterest