ଆଜିର ଖାସ୍ ଖବର

୧-ଭାରତରେ ଲଞ୍ଚ ହେଲା ୟୁଟ୍ୟୁବର ପ୍ରିପେଡ୍ ମ୍ୟୁଜିକ୍ ସର୍ଭିସ୍, ମାତ୍ର ୧୦୯ ଟଙ୍କାରୁ ଆରମ୍ଭ।

୨-ଆଜି ପ୍ରଥମାଷ୍ଟମୀ।ମହାପ୍ରଭୁ ବଳଭଦ୍ର ହେବେ ପୋଢୁଆଁ। ସେଥିପାଇଁ ମାମୁଁ ଘର ଭାବେ ପରିଚିତ ନିଆଳିସ୍ଥିତ ମାଧବାନନ୍ଦ ମନ୍ଦିରରୁ ଶ୍ରୀମନ୍ଦିରକୁ ଆସିଛି ପୋଢ଼ୁଆଁ ଭାର।

୩-ଲକ୍ଷ୍ନୌ ସମେତ ଦିଲ୍ଲୀର ଆଖପାଖ ଅଞ୍ଚଳରେ ଭୂମିକମ୍ପ, ଲୋକେ ଭୟଭୀତ।

୪-ଅନ୍ତର୍ଜାତୀୟ ସ୍ତରରେ ପୁଣି କିଟ୍‌କୁ ସମ୍ମାନ, ମିଳିଲା ଇଣ୍ଟରନ୍ୟାସନାଲାଇଜେସନ୍‌ ଷ୍ଟ୍ରାଟେଜିଜ୍‌ ଆଡଭାଇଜରୀ ସର୍ଭିସ୍‌ (ISAS) ବ୍ୟାଜ୍‌।

୫-ଭୁବନେଶ୍ୱର:ସେଞ୍ଚୁରିଆନ ୟୁନିଭରସିଟିର ସମାବର୍ତ୍ତନ ଉତ୍ସବରେ କମଲ ହାସନଙ୍କୁ ଦିଆଗଲା ସମ୍ମାନସୂଚକ ଡକ୍ଟରେଟ ଡିଗ୍ରୀ।

୬ -୨୦୨୦ ସୁଦ୍ଧା ସହର ଓ ୨୦୨୫ ସୁଦ୍ଧା ପ୍ରତ୍ୟେକ ଗାଁରେ ପିଇବା ପାଣି ଯୋଗାଇ ଦିଆଯିବ:ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

୭ -ଯିବାକୁ ପଡିବନି ଫାୟାର ଅଫିସ୍‌, କ୍ଷେତ୍ରୀୟ କର୍ମଚାରୀ ଦେବେ ଅଗ୍ନି ସୁରକ୍ଷା ପ୍ରମାଣପତ୍ର – ୨୦୨୦ ଏପ୍ରିଲ୍‌ ପହିଲାରୁ ସଂପୂର୍ଣ୍ଣ ପ୍ରକ୍ରିୟା ଅନ୍‌ଲାଇନରେ ହେବ।

୮-ରାଜ୍ୟର ୧୯ଟି ନଦୀ ଜଳ ପ୍ରଦୂଷିତ, ବିଧାନସଭାରେ ଉଠିଲା ପ୍ରସଙ୍ଗ।ଭୁବନେଶ୍ୱରର ଗଙ୍ଗୁଆ, ଦୟା, କୁଆଖାଇ, ପୁରୀର ମଙ୍ଗଳା, ରାଉରକେଲାରେ ବ୍ରାହ୍ମଣୀ, ଗୁରଡିହା ନାଳ, ତାଳଚେର ନନ୍ଦିରା ଆଦି ନଦୀ ଜଳ ପ୍ରଦୂଷିତ ।

୯-ଦୋକାନରେ ଦୋକାନୀ ଓଡିଆରେ ନାମଫଳକ ନ ଲେଖିଲେ ୨୫ ହଜାର ଟଙ୍କା ଜରିମାନା । http://odiaphalaka.odisha.gov.in/ ରେ ଦେଇ ପାରିବେ ଅଭିଯୋଗ।

୧୦-ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସଂସଦରେ ପ୍ରଶ୍ନ କଲେ ସାଂସଦ ଅଚ୍ୟୁତ ସାମନ୍ତ, ଉତ୍ତର ରଖିଲେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ମନ୍ କି ବାତ୍': ନଭେମ୍ବର ୨୪

Wed Nov 20 , 2019
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର 24 ରବିବାର ଦିନ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ମାଧ୍ୟମରେ ଦେଶବାସୀକୁ ସମ୍ବୋଧିତ କରିବେ । ଯଦି ଆପଣଙ୍କ ପାଖରେ କିଛି ଅଭିନବ ପରାମର୍ଶ ଏବଂ ଅନ୍ତର୍ଦୃଷ୍ଟି ଅଛି ,ତ ଏହାକୁ ସିଧା ପ୍ରଧାନମନ୍ତ୍ରୀଙ୍କ ସହ ସେୟାର କରିବାର ଏକ ସୁଯୋଗ ଅଛି । ପ୍ରଧାନମନ୍ତ୍ରୀ ସେଥିରୁ କିଛି ଉତ୍ତମ ବିଚାର ଏବଂ ଅନ୍ତର୍ଦୃଷ୍ଟିକୁ ନିଜ ସମ୍ବୋଧନରେ ସାମିଲ କରିପାରନ୍ତି […]

You May Like

Pin It on Pinterest