
ବବିତା ସାମଲ(ଭଦ୍ରକ):୧୫/୧୨- ପଂଚାୟତ ନିର୍ବାଚନ ପୂର୍ବରୁ ଭଦ୍ରକ ଜିଲ୍ଲାରେ କାୟା ବିସ୍ତାର କରୁଛି ବିଜେଡି ।ବିଭିନ୍ନ ବ୍ଲକ ସ୍ତରରେ ଚାଲିଛି ମିଶ୍ରଣପର୍ବ ।ଏହି ପରିପେକ୍ଷୀରେ ଧାମନଗର ବ୍ଲକ ସାହାସପୁର ପଞ୍ଚାୟତର ଅନ୍ୟଦଳର ଶତାଧିକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳୀୟ ସଙ୍ଗଠନ ବୃଦ୍ଧି ନିମନ୍ତେ ଧାମନଗର ବିଜେଡି ପକ୍ଷରୁ ବ୍ଳକର ବିଭିନ୍ନ ପଞ୍ଚାୟତର ମିଶ୍ରଣ ପର୍ବ ଓ କର୍ମୀ ସମାବେଶ ଅନୁଷ୍ଠିତ କରାଯାଉଛି ।
ବ୍ଲକ ସଭାପତି ଉମେଶ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ମିଶ୍ରଣ ପର୍ବରେ,ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକ, ପର୍ଯ୍ୟବେକ୍ଷକ ତଥା ଯାଜପୁର ଜିଲା ବିଜେଡି ସଭାପତି ସରୋଜ ମହାପାତ୍ର ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନା, ସ୍ଥିର ଶାସନ ଓ ମହିଳାଙ୍କ ପାଇଁ ବିଭିନ୍ନ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖୁଥିଲେ ।
ସଭାରେ ପଞ୍ଚାୟତର ଅନ୍ୟ ଦଳର ନେତୃତ୍ୱ ନେଉଥିବା କର୍ମୀ ନିଜର ଶତାଧିକ ସମର୍ଥକଙ୍କୁ ନେଇ ବିଜେଡିରେ ସାମିଲ ହୋଇଛନ୍ତି । ସାହାସପୁର ପଞ୍ଚାୟତ ବିଜେପି ଦଳର ଶତାଧିକ କର୍ମୀ ବିଧିବଦ୍ଧ ଭାବରେ ବିଜେଡିରେ ଯୋଗଦାନ କରିଛନ୍ତି । ସମସ୍ତଙ୍କୁ ଦଳୀୟ ଉତରୀୟ ଦେଇ ସ୍ଵାଗତ କରାଯାଇଅଛି ।



