
ଦେବକାନ୍ତ ମହାନ୍ତି (ଚାନ୍ଦବାଲି) ୧୬-୧୨-୨୦୨୧ ଭଦ୍ରକ ଚାନ୍ଦବାଲି ମୁଖ୍ୟରାସ୍ତା ନାଲଗୁଣ୍ଡା ଛକ ନିକଟରେ କାର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକ ଜଣକ ଭୋର ସମୟରେ ମଣ୍ଡି ୱାର୍କ କରୁଥିବା ସମୟରେ ବିବାହ ଭୋଜିରେ ଫେରୁଥିବା ଏକ କାର ଯୁବକଙ୍କୁ ଧକ୍କାଦେଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା, ଯୁବକଙ୍କୁ କାରରେ ଯାତ୍ରୀ ମାନେ ଉଦ୍ଧାର କରି ଚାନ୍ଦବାଲି ମେଡ଼ିକାଲରେ ଭର୍ତୀ କରିଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣ କରିଛନ୍ତି ।
ମୃତ ଯୁବକ ଜଣକ ହେଉଛନ୍ତି ନାଲଗୁଣ୍ଡା ପଂଚାୟତର ବାଇଧର ବାରିଙ୍କ ପୁଅ ଶିବାଜୀ ଚରଣ ବାରିକ, ସିବାଜୀ ଜଣେ ସେବା ବିଭାଗର କର୍ମଚାରୀ ଥିଲେ , ସେ ଘରକୁ ଆସି ଭୋର ସମୟରେ ମର୍ଣ୍ଣିଂ ୱାର୍କ କରୁଥିବା ସମୟରେ କାର ତାଙ୍କୁ ଧକ୍କା ଦେଇ ଓଲଟି ପଡ଼ିଥିଲା ।