ଫ୍ଲାଏ ଓଭରବ୍ରିଜ୍ ନିର୍ମାଣ ଓ ସମସ୍ତ ଟ୍ରେନର ରହଣି ଦାବିକୁ ନେଇ କଂଗ୍ରେସ ପକ୍ଷରୁ ରେଳରୋକ !

ଭଦ୍ରକ(ରିପୋଟ୍-ରଞ୍ଜନ ପଣ୍ଡା) – ଫ୍ଲାଏ ଓଭରବ୍ରିଜ୍ ନିର୍ମାଣ ଓ ସମସ୍ତ ଟ୍ରେନର ରହଣି ଦାବିକୁ ନେଇ ଆଜି କଂଗ୍ରେସ ପକ୍ଷରୁ ରେଳରୋକ କରାଯାଇଛି । ଠିକ୍ ଦୁଇମାସ ପୂର୍ବରୁ ରେଳରୋକ କରାଯାଇଥିଲା । ଏବଂ ପରେ ବିଭାଗୀୟଙ୍କ ପ୍ରତିଶୃତି ପରେ ରେଳ ରୋକ ହଟିଥିଲା ।

ସୂଚନା ଅନୁଯାୟୀ ବିଭାଗୀୟଙ୍କ ପ୍ରତିଶୃତି ମୁତାବକ ୫ଟି ଦୃତଗତି ଟେନ୍ର ରହଣି ଏବଂ ଫ୍ଲାଏ ଓଭରବ୍ରିଜ୍ ନିର୍ମାଣ ଟେଣ୍ଡର ପ୍ରକ୍ରିୟା ଫେବୃଆରୀ ୨୮ ତାରିଖରେ ହେବାକୁ ନେଇ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ହଟିଥିଲା । କିନ୍ତୁ ଫେବୃଆରୀ ୨୮ ଯାଇସାରିବା ପରେ ମଧ୍ୟ ସେମିତି କିଛି ପ୍ରତିଶୃତି ମୁତିବକ କାମ ଦେଖିବାକୁ ମିଳିନଥିଲା । ତେଣୁ କଂଗ୍ରେସ ମହଲରେ ତିବ୍ର ଅସନ୍ତୋଷ ଦେଖା ଦେବା ସହ ଦଳ ବାଧ୍ୟହୋଇ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି । ତେବେ କଂଗ୍ରେସର କହିବା ଅନୁଯାୟୀ ସନ୍ତ୍ରାଗଛି-ତିରୁପତି, ସନ୍ତ୍ରାଗଛି-ବାଙ୍ଗାଲୋର,ହଳଦିଆ-ଚେନ୍ନାଇ, ପୁରୀ-ବେଲାପୁର, ଖଡଗପୁର-ବେଲାପୁର, ପରି ଏକ୍ସପ୍ରେସ୍ ଟ୍ରେନ୍ ଅନ୍ୟ ସବୁ ଷ୍ଟେସନରେ ରହୁଥିବାବେଳେ ଭଦ୍ରକ ପରି ଏକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ଏସବୁ ନରହିବା ଅତି ଦୁର୍ଭାଗ୍ୟଜନକ ।

ଏବଂ ଭଦ୍ରକ ଚରମ୍ପା ତାରିଣୀ ମନ୍ଦିର ଲେବୁଲ କ୍ରସିଂ ଠାରେ ଏକ ଫ୍ଲଏ ଓଭରବ୍ରିଜ୍ ନଥିବାରୁ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖିନର ହେବାର ଦେଖିବାକୁ ମିଳୁଛି । ଏଥିସହ ଜରୁରୀ କାଳୀନ ପରିସ୍ତିତିରେ ମଧ୍ୟ ବାଧ୍ୟହୋଇ ଲୋକ ମାନେ ଉଭୟ ପାର୍ଶ୍ୟରେ ଅଟକି ରହୁଛନ୍ତି । ତେଣୁ ଏନେଇ ବାରମ୍ବାର ରେଳ କର୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ମଧ୍ୟ ଏହାର କୌଣସି ସମାଧାନର ସୂତ୍ର ବାହାର କରୁନାହାନ୍ତି । ତେଣୁ ବାଧ୍ୟହୋଇ କଂଗ୍ରେସକୁ ଏ ଚରମ ପଦକ୍ଷେପ ନେବାକୁ ପଡ଼ିଲା ବୋଲି କହିଛି କଂଗ୍ରେସ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୁଣି ଓଡ଼ିଶା ଗସ୍ତରେ ରାହୁଲ !

Thu Mar 7 , 2019
ଭୁବନେଶ୍ୱର(ବାସ୍ତବ ଟିଭି): ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଦି । କୋରାପୁଟର ଜୟପୁର ଉପକଣ୍ଠ ଏକମ୍ବା ଠାରେ ସାଧରଣ ସଭା କରିବେ ରାହୁଲ । ସଭାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଞ୍ଚିଥିବାବେଳେ ଆସନ୍ତା କାଲି ଦିନ ୧୧ଟାରେ ସଭାକାର୍ଯ୍ୟକ୍ରମରେ ଯୋଗଦେବେ ରାହୁଲ । କଂଗ୍ରେସ ତିନୋଟି ରାଜ୍ୟରେ ସରକାର ଗଢ଼ିବାପରେ କଂଗ୍ରେସ ପାଖରେ ଉତ୍ସାହିତ ହେବାର ଦେଖିବାକୁ ମିଳିଛି । ତେଣୁଓଡ଼ିଶାରେ ମଧ୍ୟ କଂଗ୍ରେସ ପ୍ରଭାବ ବିସ୍ତାର […]
rahul

You May Like

Pin It on Pinterest