ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୮୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୪୫ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୩୦୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୮୨୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୪୨୭୦୧ଜଣ ସୁସ୍ଥ ହୋଇଛନ୍ତି । 

ଦାରିଙ୍ଗବାଡି ଓଡ଼ିଶାର ଥଣ୍ଡା ସହର । ଦାରିଙ୍ଗବାଡିରେ ରାତ୍ରି ତାପମାତ୍ରା ୪ ଡ଼ିଗ୍ରୀ । ଏହା ବ୍ୟତୀତ ୧୩ଟି ସ୍ଥାନରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୦ ଡ଼ିଗ୍ରୀ ତଳେ ରେକର୍ଡ କରାଯାଇଛି । ଝାରସୁଗୁଡାରେ ୫.୬ ଡ଼ିଗ୍ରୀ, ଫୁଲବାଣୀରେ ୬.୫ ଡ଼ିଗ୍ରୀ, ସୋନପୁରରେ ୬.୯ ଡ଼ିଗ୍ରୀ, କେନ୍ଦୁଝରରେ ୭.୪ ଡ଼ିଗ୍ରୀ ରହିଛି ରାତ୍ରି ତାପମାତ୍ରା ।

ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା । ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାଥମିକ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାକୁ ବାୟୁ ସ୍ବାସ୍ଥ୍ୟ ସେବାରେ ସାମିଲ କରାଯାଇଛି । ଆଜି ଏସସିବିରୁ ଏକ ଡାକ୍ତର ଟିମ ମାଲକାନଗିରିକୁ ଯାଉଛନ୍ତି । ଯେଉଁ ଜିଲ୍ଲାରେ ଉନ୍ନତ ଚିକିତ୍ସା ସୁବିଧା ନାହିଁ, ସେଠାକୁ ବିମାନ ମାଧ୍ୟମରେ ସ୍ପେସାଲିଷ୍ଟ ଡାକ୍ତର ଯିବେ । 

ଲୋକାର୍ପିତ ହେଲା ବହୁ ପ୍ରତିକ୍ଷିତ ବଡ଼ମ୍ବା ଗୋପିନାଥପୁରକୁ ବାଙ୍କୀ-ବୈଦେଶ୍ୱର ସହିତ ସଂଯୋଗ ହୋଇଥିବା ଟି-ସେତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିଛନ୍ତି । ଏହି ସମୟରେ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ସମେତ 5ଟି ସଚିବ ଭି.କେ ପାଣ୍ଡିଆନ ଉପସ୍ଥିତ ଥିଲେ।

ବିଜେଡିରେ ମିଶିଲେ କରମଚାନ୍ଦ ମହାନ୍ତି । ସୋନପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ସଭାପତି କରମଚାନ୍ଦ ମହାନ୍ତି ବିଜେଡିରେ ଯୋଗଦେଇଛନ୍ତି । ଦଳୀୟ କାର୍ଯ୍ୟାଳୟରେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକଶ ଦାସଙ୍କ ଉପସ୍ଥିତିରେ କରମ ଚାନ୍ଦ ଦଳରେ ସାମିଲ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୫୬୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୩୨ ଜଣଙ୍କ ମୃତ୍ୟୁ ହୋଇଛି । ଏବେସୁଦ୍ଧା ଦେଶରେ ପ୍ରାୟ ୩୪ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୮୨୨୬୭ ସକ୍ରିୟ ମାମଲା ରହିଛି ଏବଂ ୩୪୧୮୭୦୧୭ ଜଣ ସୁସ୍ଥ ହୋଇ ଫେରିଛନ୍ତି ।  ଏହା ବ୍ୟତୀତ ୪୭୭୫୪୪ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

ପାନାମା ପେପର୍‌ ଲିକ୍‌ ମାମଲାରେ ଜେରା କରିବା ଲାଗି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ (ଇ.ଡି.) ବଲିଉଡ୍‌ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ ସମନ୍‌ ଜାରି କରିଛି। ବୟାନ ରେକର୍ଡ କରାଇବା ଲାଗି ଆଜି ଐଶ୍ବର୍ଯ୍ୟା ଇ.ଡି. କାର୍ଯ୍ୟାଳୟରେ ହାଜର ହେବେ। ସୂଚନାଯୋଗ୍ୟ, ପାନାମା ପେପର୍‌‌ ହେଉଛି ୨୦୧୬ ଏପ୍ରିଲ୍‌ରେ ପ୍ରକାଶିତ ସାଙ୍କେତିକ ଭାଷାରେ ପରିବର୍ତ୍ତିତ ୧୧.୫ ନିୟୁତ ଡଲାର୍‌ର ଗୁପ୍ତ ଦଲିଲପତ୍ର। ଏହା ଲିକ୍‌ ହେବା ଯୋଗୁଁ ୨୧୪,୪୮୮ଟି ବିଦେଶୀ ସତ୍ତାର ପୁଙ୍ଖାନୁପୁଙ୍ଖ ଅର୍ଥନୈତିକ ବିବରଣୀ ପଦାରେ ପକାଇ ଦେଇଥିଲା। ଲିକ୍‌ ହୋଇଥିବା କିଛି ଦଲିଲପତ୍ରରେ ରହିଛି ୧୯୭୦ ଦଶକର ତଥ୍ୟାବଳୀ ଯାହାକ, ‘ପାନାମିଆନ୍‌ ଅଫ୍‌ସୋର୍‌ ଲ’ ଫାର୍ମ’ ଏବଂ କର୍ପୋରେଟ୍‌ ସେବା ଯୋଗାଣକାରୀ ‘ମୋଜାକ୍‌ ଫନ୍‌ସିକା’ ପ୍ରସ୍ତୁତ କରିଥିଲେ।ଏହି ଦଲିଲ୍‌ରେ ରହିଛି ବିଶ୍ବର ସାମ୍ପ୍ରତିକ ଏବଂ ପୂର୍ବତନ ନେତା, ସରକାରୀ ଅଧିକାରୀ, ରାଜନେତା, ସେଲିବ୍ରିଟି ଏବଂ କର୍ପୋରେଟ୍‌ ବ୍ୟକ୍ତିତ୍ବଙ୍କ ବ୍ୟକ୍ତିଗତ ଆର୍ଥିକ ସୂଚନା।

 ‘ଅଲ ହୁସେନି’ ନାମକ ଏକ ପାକିସ୍ତାନୀ ବୋଟ୍ ଉପରେ ସନ୍ଦେହ ହେବାରୁ ରେଡ କରାଯାଇଥିଲା। ସେଥିରେ ୬ ଜଣ କ୍ର୍ୟୁ ମେମ୍ବର ଥିଲେ। ଏହି ବୋଟ୍‌ଟି ଭାରତୀୟ ସମୁଦ୍ର ଇଲାରେ ବିଚରଣ କରୁଥିଲା । ଯାଞ୍ଚ ପରେ ସେଥିରୁ ୭୭ କେଜିର ହେରୋଇନ ଜବତ କରାଯାଇଛି। ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ଏବଂ ଗୁଜୁରାଟର ଆତଙ୍କବାଦୀ ନିରୋଧୀ ସ୍କ୍ୱାର୍ଡ଼ (ଏଟିଏସ) ପକ୍ଷରୁ ମିଳିତ ଚଢ଼ାଉ କରି ୭୭ କେଜିର ହେରୋଇନ ଜବତ କରାଯାଇଛି। ଯାହାର ମୂଲ୍ୟ ୪୦୦ କୋଟି ଟଙ୍କା ହେବ।

ଇସ୍ରାଏଲରେ କରୋନାର ପଞ୍ଚମ ଲହର । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ତାଣ୍ଡବ ଖେଳାଇବା ଆରମ୍ଭ କଲାଣି । ପ୍ରଧାନମନ୍ତ୍ରୀ ନଫତାଲୀ ବେନେଟ୍ ଜନତାଙ୍କୁ ଟିକା ନେବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଦେଶରେ ଏବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କତାମୂଳକ ପଦକ୍ଷେପ ନେବାକୁ କହିଛନ୍ତି । ରେଡ୍ ଲିଷ୍ଟରେ ଥିବା ଦେଶକୁ ବିମାନ ଚଳାଚଳ ସହ ଯିବା ଆସିବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇବାକୁ ଚାହୁଁଛନ୍ତି । ଏପରିକି ବିଶେଷଜ୍ଞମାନେ ଆମେରିକାକୁ ମଧ୍ୟ ରେଡ୍ ଲିଷ୍ଟରେ ରଖିବାକୁ ପରାମର୍ଶ ଦେଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସ୍ଵୟଂ ଚାଳିତ ଯାନ ଚାଳନା ପରୀକ୍ଷଣ କେନ୍ଦ୍ର ର ଲୋକାର୍ପଣ ଉତ୍ସବ...

Mon Dec 20 , 2021
ନମୋଗୁରୁ(ସୋନପୁର): ସ୍ୱୟଂଚlଳିତ ଯାନଚlଳନା ପରୀକ୍ଷଣ କେନ୍ଦ୍ରର ଶୁଭ ଉଦଘାଟଣ ଓ ଲୋକାର୍ପଣ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ସାହାଯପିଟା ଠାରେ ସ୍ୱୟଂ ଚାଳିତ ଯାନଚଳନା ପରୀକ୍ଷଣ କେନ୍ଦ୍ର ର ଶୁଭ ଉଦଘାଟଣ ଲୋକାର୍ପଣ ହୋଇଯାଇଛି l ନବ ନିର୍ମିତ କୋଠlକୁ ମୁଖ୍ୟ ଅତିଥି ପରିବହନ ମନ୍ତ୍ରୀ ଶ୍ରୀ ଯୁକ୍ତ ପଦ୍ମନାଭ ବେହେରା ଉଦଘାଟନ କରିଛନ୍ତି l ଏହି ସଭରେ ଓଡ଼ିଆ ର ପ୍ରମୁଖ ସଚିବ ଶ୍ରୀ ଯୁକ୍ତ ମଧୁସୂଦନ ପଢି ବାଣିଜ୍ୟ […]

You May Like

Pin It on Pinterest