
ଦେବକାନ୍ତ ମହାନ୍ତି(ଚାନ୍ଦବାଲି,)୨୦-୧୨-୨୧-ଭଦ୍ରକ ଜିଲ୍ଲା ସତ୍ୟସାଇ ସେବା ସଂଗଠନ ନେତୃତ୍ୱରେ ଚାନ୍ଦବାଲିରେ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସ୍ଥାନିୟ କିଶୋର କ୍ଲବ ପରିସରରେ ପ୍ରେମ ସଂଜୀବନୀ ରକ୍ତଦାନ ଶିବିର ଅନୁଷ୍ଟିତହୋଇ ଯାଇଛି ।
ଏହି ରକ୍ତଦାନ ଶିବିରରେ ଭଦ୍ରକ ସତ୍ୟସାଇ ସେବା ସଂଗଠନର ଜିଲ୍ଲା ସଭାପତି ବୃନ୍ଦାବନ ଚନ୍ଦ୍ର ବେହରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବରକୁ ଉଦଘାଟାନ କରିଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସଂଜଯୋକ ସଂଜୟ ଦାସ, ଆବାହକ ରବିନ୍ଦ୍ର ବଳ, ଆଧାୟିକ ସଂଯୋଜକ ଶିତାକାନ୍ତ ଜେନା , ସମାଜସେବୀ ସୁଧୁର ମହାନ୍ତି, ଜିଲ୍ଲା ସେବା ସଂଯୋଜିକା ଦେବକୀ ଦାଶ ପ୍ରମୁଖ ଯୋଗଦେଇଥିଲେ। ଏହି ରକ୍ତଦାନ ଶିବିରରେ ମୋଟ ୫୦ ୟୁନିଟ ରକ୍ତ ସଂଗ୍ରହ କାରାଯାଇଥିଲା ।