ରାଜକନିକା ବ୍ଲକ କଣ୍ଟାପଡ଼ା ବଜାର ରେ ଅଗ୍ନିକାଣ୍ଡ…

ଆଶିଷ ନାୟକ(ରାଜକନିକା): କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ବାଘବୁଦା ଗ୍ରାମ ପଞ୍ଚାୟତର ଦିବାକର ବେହେରା ଙ୍କର କଟକ ଚାନ୍ଦବାଲି ମୁଖ୍ୟ ରାଜପଥକୁ ସଂଯୋଗ କରୁଥିବା କଣ୍ଟପଡା ବଜାର ପାଖରେ ଥିବା ଫାଷ୍ଟ ଫୁଡ୍ ଦୋକାନ କୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲା ସକାଳ ପ୍ରାୟ ଛଅ ଟା ସମୟରେ କେହି ଜଣେ ବୟସ୍କ ବ୍ୟକ୍ତି ଦିବାକର ବେହେରା (ବାବୁଲି)ବୟସ ୫୦ ଙ୍କୁ ତତକ୍ଷଣାତ ଜଣାଇବା ପରେ ରାଜକନିକା ଅଗ୍ନିଶମ ବିଭାଗ ପହଞ୍ଚି ଥିଲେ ଏବଂ ନିଆଁ କୁ ଆୟତ କରିଥିଲେ ।ହେଲେ ଦୋକାନ ଟି ସମ୍ପୂର୍ଣ୍ଣ ରୂପେ ଜଳି ପୋଡି ପାଉଁଶ ହୋଇଯାଇଛି।

ରାଜକନିକା ଥାନାକୁ ଲିଖିତ ଅଭିଯୋଗ କରିବାପରେ, ଘଟଣା ସ୍ଥଳରେ ରାଜକନିକା ଥାନାର ପୋଲିସ କର୍ମଚାରୀ ମାନେ ପହଞ୍ଚି ଘଟଣା କୁ ତଦନ୍ତ ଆରମ୍ଭ କରି ଥିଲେ ।

ଆଖପାଖ ଦୋକାନ ରେ ଥିବା ସିସିଟିଭି କୁ ଯାଂଚ କରିଥିଲେ ଏବଂ ଖୁବ୍ ଶୀଘ୍ର ଆସାମୀ କୁ ଧରିବା ପାଇଁ କହିଥିଲେ । ସୁଚନା ଅନୁସାରେ କିଛି ଦିନ ପୁର୍ବରୁ ଦିବାକର ବେହେରା ଙ୍କର ଘରକୁ କୌଣସି କାରଣ ବସତଃ ନିଆଁ ଲଗାଇ ଦେଇଥିଲେ ଏବଂ ତାଙ୍କୁ ଜୀବନ ରୁ ମାରିଦେବା ପାଇଁ ଚେଷ୍ଟା କରିଥିଲେ ‌।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସାତ ବର୍ଷ ମଧ୍ୟରେ ଆଇଆଇଟି-ଆଇଆଇଏମର ୧୨୨ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି...

Tue Dec 21 , 2021
ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ): କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଲୋକସଭାକୁ କହିଛନ୍ତି ଯେ ୨୦୧୪ ରୁ ୨୦୨୧ ମଧ୍ୟରେ ଆଇଆଇଟି, ଆଇଆଇଏମ୍, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଆଇଏସସି ଏବଂ ଅନ୍ୟାନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନରେ ୧୨୨ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି | ଲୋକସଭାରେ ଏକେ ପି ଚିନାରାଜଙ୍କ ପ୍ରଶ୍ନର ଉତ୍ତରରେ ଶିକ୍ଷା ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ୨୦୧୪ ରୁ ୨୦୨୧ […]

You May Like

Pin It on Pinterest