- ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୨୧/୧୨/୨୦୨୧-ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ଼ରେ ଭଦ୍ରକ ଜିଲ୍ଲା ଯୋଡ଼ି ହେବା ପରେ ଜନସାଧାରଣ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।ଚନ୍ଦବାଲି ବ୍ଳକରେ ୫୬ହଜାରରୁ ଉର୍ଦ୍ଧ୍ବ ପରିବାର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଚାନ୍ଦବାଲିବାସୀ ।
- ବିଧାୟକ ଡ଼ଃ ବ୍ୟାମକେଶ ରାୟ ବିଭିନ୍ନ ପଞ୍ଚାୟତ ବୁଲି ବୁଲି କାର୍ଡ଼ ବାଣ୍ଟିବା ସହ ଏହି ସ୍ୱାସ୍ଥ୍ୟ କାର୍ଡ଼ ଉପକରିତା ବିଷୟରେ ଲୋକମାନଙ୍କୁ ବୁଝାଇଥିଲେ । ସ୍ୱାସ୍ଥ୍ୟ ସମସ୍ୟା ହେଲେ କାହା ପାଖରେ ହାତ ନ ପତାଇ ସ୍ୱାସ୍ଥ୍ୟ କାର୍ଡର ସୁବିଧା ନେବାକୁ ନିବେଦନ କରିଥିଲେ ।
- ଏହି ଅବସରରେ ମାଧପୁର ଓ ଘଟପୁର ପଞ୍ଚାୟତରେ କାର୍ଡ ବଣ୍ଟନ କରିଥିଲେ । ଉକ୍ତ ଉତ୍ସବରେ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ରଞ୍ଜନ ସାହୁ ,ଯୁବନେତା ପ୍ରିନ୍ସ ରକେଶ ନାୟକ , ବିଡ଼ିଓ ଜୋତ୍ୟି ବିକାଶ ଦାସ , ମାଧପୁର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ, ବିନୋଦ ଦାସ , ମୀନକେତନ ବିଶ୍ବାଳ, ଘଟପୁର ପଂଚାୟତର ସରପଂଚ ସରୋଜ ବଳ ପ୍ରମୁଖ ଉପସ୍ଥିତ ଥିଲେ ।
Tue Dec 21 , 2021
ଶୀତରେ ଥରୁଛି ସାରା ଓଡିଶା । ରାଜ୍ୟର ୧୯ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀ ତଳେ । କନ୍ଧମାଳ, କୋରାପୁଟ ଏବଂ କେନ୍ଦୁଝରର ଦୁର୍ଗମ ଇଲାକାରେ ତୁଷାରପାତ ହେଉଛି । ରାଜ୍ୟର ସବୁଠୁ ଥଣ୍ଡା ସ୍ଥାନ ପାଲଟିଛି ଦାରିଙ୍ଗବାଡି, ତାପମାତ୍ରା ୩.୫ଡିଗ୍ରୀ ରେକର୍ଡ କରାଯାଇଛି । ଏହାତଳକୁ ରହିଛି ଫୁଲବାଣୀ- ଏଠାରେ ପାରଦ ୪ଡିଗ୍ରୀକୁ ଖସିଛି । ଆସନ୍ତାକାଲି ସକାଳ ୮ଟା ପର୍ଯ୍ୟନ୍ତ ଶୀତ ଲହରୀ ନେଇ ୭ଜିଲ୍ଲା- ସୁନ୍ଦରଗଡ, ଝାରସୁଗୁଡା, […]