ଆଜିର ଖାସ୍ ଖବର

୧-ଓଜନ ମାପରେ ଠକୁଛନ୍ତି ସୁନା ଦୋକାନୀ, ଚଢାଉ କରିବାକୁ ନିର୍ଦ୍ଦେଶ ଦେଲେ ବାଚସ୍ପତି।

୨ -ଆସନ୍ତା ୫ଦିନ ମଧ୍ୟରେ ରାଜ୍ୟରେ ପଡ଼ିବ ପ୍ରଚଣ୍ଡ ଶୀତ। ବିଭିନ୍ନ ସ୍ଥାନ​‌ରେ ଘନ କୁହୁଡି ଅନୁଭୁତ ହେବ ବୋଲି ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

୩-ଖାଦ୍ୟଯୋଗାଣ ବିଭାଗର ୩୨୭ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚଦାବି ଗୃହୀତ।

୪-ଡିଜି ପଦରୁ ହଟିଲେ ବିଜୟ ଶର୍ମା , ନୂଆ ଡିଜି ହେଲେ ଅଭୟ, ବିଜୟ ଶର୍ମା ଅଗ୍ନି ନିରାପତ୍ତା ସାର୍ଟିଫିକେଟ ପ୍ରଦାନ ଘୋଟାଲା ତଦନ୍ତର ହେବେ ସମ୍ମୁଖୀନ ।

୫-ସାଉଥ-ସେଣ୍ଟ୍ରାଲ ରେଳବାଇ ପୂରଣ କରିବ ୪ ହଜାର ୧୦୩ ପଦବୀ, ୧୦ମ ଓ ଆଇଟିଆଇ ପାସ୍ କରିଥିବା ଛାତ୍ରଛାତ୍ରୀ କରିପାରିବେ ଆବେଦନ।ଡିସେମ୍ବର ୮ ତାରିଖ ହେଉଛି ଶେଷ ତାରିଖ।

୬-ସାଉଥ୍ ଏସିଆନ ଗେମ୍ସ ରେ ଭାଗନେବେ କିଟ୍‌ ଛାତ୍ରୀ ଶ୍ରୀୟଙ୍କା ଷଡଙ୍ଗୀ, ଡିସେମ୍ବର ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ହେବ ଏହି ଖେଳ।

୭-ସରିଲା କଟକ ବାଲିଯାତ୍ରା।ବୁଲିଲେ ୪୦ଲକ୍ଷ,ହେଲା ୮୦କୋଟିର କାରବାର।

୮-ସାରା ଦେଶରେ ଲାଗୁ ହେବ NRC: ଅମିତ୍ ଶାହା

୯-ବାଲେଶ୍ଵର: ୩୦୦ କିମିରେ ଥିବା ଶତ୍ରୁ ହେବ ଧ୍ଵଂସ, ଦୁଇଟି ପୃଥ୍ଵୀ ବାଲାଷ୍ଟିକ କ୍ଷେପଣାସ୍ତ୍ରର ସଫଳ ରାତ୍ରୀ ପରୀକ୍ଷଣ।

୧୦-WhatsAppରେ ଆସୁଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଫିଚର, ଏବେ ଆପଣଙ୍କ କାମ ହୋଇଯିବ ଆହୁରି ସହଜ।କାହାକୁ ବ୍ଲକ କରନ୍ତୁ କିମ୍ବା ଅନବ୍ଲକ ସବୁ ସ୍ଥିତିରେ ତାଙ୍କୁ ମିଳିବ ନୋଟିଫିକେସନ ।

୧୧-ରାଜ୍ୟରେ ୧୦DEO ଓ ୭BEOଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବିଚାରାଧୀନ।୧୩୨ପ୍ରାଥମିକ ଓ କନିଷ୍ଠ ଶିକ୍ଷକ ନକଲି , ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା ଜାରି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Fri Nov 22 , 2019
୧-ଭୁବନେଶ୍ୱର ଏବଂ ରାସ୍-ଅଲ- ଖଇମା ମଧ୍ୟରେ ସିଧାସଳଖ ବିମାନ ସେବା ପାଇଁ ଧର୍ମେନ୍ଦ୍ରଙ୍କ ଚିଠି। ୨-ରାସ୍ତା ପାଲଟିଛି ମୃତ୍ୟୁର ମୁକ ସାଖୀ, ୪ ବର୍ଷରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ଗଡ଼ିଛି ୧୮ହଜାର ମୁଣ୍ଡ। ୩-ପିଆଜ ଏବେ ୮୦ଟଙ୍କା; ୧୦୦ ଟପିବ ବୋଲି କହୁଛନ୍ତି ବ୍ୟବସାୟୀ। ୪-ମଧ୍ୟବର୍ତ୍ତିକାଳୀନ ଡିଜିପି ଭାବେ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି। ୫-ଆଗାମୀ ୬ ମାସ ଯାଏଁ ହୁ ହୁ ହୋଇ ବଢିବ ସୁନା ଦର । […]

You May Like

Pin It on Pinterest