ମୟୁରଭଞ୍ଜର କୁଡୁମୀ ସମ୍ପ୍ରଦାୟଙ୍କ ପାଇଁ କୁଡୁମୀ ସାମାଜିକ,ଶିକ୍ଷା ଓ ସାଂସ୍କୃତିକ ଭବନର ଶିଳାନ୍ୟାସ, ପ୍ରତିଶୃତି ପୁରଣକଲେ ମୁଖ୍ୟମନ୍ତ୍ରୀ

ବାସ୍ତବବ୍ୟୁରୋ(ମୟୁରଭଞ୍ଜର):୨୨।୧୨- ମୟୁରଭଞ୍ଜର କୁଡୁମୀ ସମ୍ପ୍ରଦାୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭେଟି। କୁଡୁମୀ ସାମାଜିକ,ଶିକ୍ଷା ଓ ସାଂସ୍କୃତିକ ଭବନ ନିର୍ମାଣ ପାଇଁ ମୟୁରଭଞ୍ଜର କୁଡୁମୀ ସମ୍ପ୍ରଦାୟଙ୍କ ଦାବି ପୁରାଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଭବନ ନିର୍ମାଣ ପାଇଁ ଘୋଷଣା କରିଥିବା ୧ କୋଟି ଟଙ୍କାର ଅନୁଦାନର ପ୍ରତିଶୃତି ଆଜି ପୁରାଣ କରିଛନ୍ତି ।

ବିଧାୟକ ପ୍ରଣବ ପ୍ରକାଶ ଦାସ,ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ କୁଡୁମୀ ସାମାଜିକ, ଶିକ୍ଷା ଓ ସାଂସ୍କୃତିକ ଭବନର ଶିଳାନ୍ୟାସ ପାଇଁ ଆୟୋଜିତ ଭୂମି ପୂଜନ ଉତ୍ସବରେ ଯୋଗଦେଇଥିଲେ । କୁଡୁମୀଙ୍କୁ କଥା ଦେଇ କଥା ରଖିଥିବାରୁ ଜିଲ୍ଲାର କୁଡୁମୀ ସମ୍ପ୍ରଦାୟର ଲୋକେ ଖୁସିବ୍ୟକ୍ତ କରିଛନ୍ତି ।

କିଛି ଦିନ ପୂର୍ବରୁ ନବୀନ ପଟ୍ଟନାୟକ ମୟୁରଭଞ୍ଜର କୁଡୁମୀ ଲୋକଙ୍କୁ ଡାକି ସେମାନଙ୍କର ସାମାଜିକ ଶିକ୍ଷା ଓ ସଂସ୍କୃତି ସମ୍ପର୍କରେ ଆଲୋଚନା କରିବା ପରେ ଏକ କୁଡୁମୀ ଭବନ ପାଇଁ ନିଷ୍ପତ୍ତି ନେଇଥିଲେ । ଆଲୋଚନାର ଏକ ମାସ ଭିତରେ ଏକ କୋଟି ଟଙ୍କାର କୁଡୁମୀ ଭବନ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି କୁଡୁମୀ ଲୋକେ । ଏହି ଅବସରରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ସହିତ ବହୁ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତି ଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମଣ୍ଡୀ ଖୋଲୁ ଖୋଲୁ ଜରିବସ୍ଥାକୁ ନେଇ ମିଲ୍ ମାଲିକ ଚାଷୀଙ୍କ ମଧ୍ୟରେ ତୁମ୍ଭିତୋଫାନ...

Wed Dec 22 , 2021
ନମୋଗୁରୁ(ସୁବର୍ଣ୍ଣପୁର):ମଣ୍ଡି ଖୋଲିବା ଆଗରୁ ଚାଷୀ ଙ୍କ ପାଇଁ ନୂଆ ସମସ୍ୱା ଦେଖା ଦେଇଛିବସ୍ତା ପାଇଁ ମଣ୍ଡି ରେ ଚାଷୀ ଜରିବସ୍ତା ରେ ଧାନ ନେଲେ ରଖୁ ଛନ୍ତି ମାତ୍ର ମିଲ ରେ ନା କରୁଛନ୍ତି, ଏପରି ସମସ୍ୟା ଦେଖଦେଇଛି | ସୁବର୍ଣ୍ଣପୁର ଜିଲ୍ଲା ଅନ୍ତଗତ ଖରଜୁରା ସମବାୟ ସମିତି ରେ ଚାଷୀ ମାନେ ଜରିବସ୍ତା ରେ ଧାନ ଆଣିଥିଲା ବେଳେ ଶୀତଳା ରାଇସ ମିଲମାଲିକ ନେବା ପାଇଁ ମନା କରିଦେଇଥିଲେ, […]

You May Like

Pin It on Pinterest