କଳାହାଣ୍ଡି ଜିଲ୍ଲା ଥୁଅlମୁଳ ରାମପୁର ମlଣିକେଶ୍ୱରୀ ମନ୍ଦିରକୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପାଣ୍ଠିରୁ ୨ କୋଟି ଟଙ୍କାର ଅନୁଦାନ

ମାଣିକେଶ୍ୱରୀ ମନ୍ଦିରର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ l ଭବ୍ୟ ମନ୍ଦିର ନିର୍ମାଣ ପାଇଁ ୨କୋଟି ଟଙ୍କା ସହାୟତା ରାଶି ପ୍ରଦାନ


ଦୀପକ କୁମାର ସାହୁ(କଳାହାଣ୍ଡି): କଳାହାଣ୍ଡି ଜିଲ୍ଲା ଥୁଅlମୁଳ ରାମପୁର ମlଣିକେଶ୍ୱରୀ ମନ୍ଦିରକୁ ଏକ ଭବ୍ୟ ମନ୍ଦିର ଭାବେ ନିର୍ମାଣ କରିବା ପାଇଁ ଆଜି ମାନ୍ୟବର ମୁଖମନ୍ତ୍ରୀ ନବୀନ ପଟ ନାୟକ ଭୁବନେଶ୍ୱରରୁ ଭରଚୁଆଲ ମାଧ୍ୟମରେ ଶିଳାନ୍ୟାସ କରିବା ସହ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପାଣ୍ଠିରୁ ୨ କୋଟି ଟଙ୍କାର ଅନୁଦାନ ରାଶି ପ୍ରଦାନ କରିଛନ୍ତି l ଥୁଅlମୁଳ ରାମପୁର ଠାରେ ଆୟୋଜିତ ଏହି ଶିଳାନ୍ୟାସ ଉତ୍ସବରେ ଗୃହ ରାଷ୍ଟ୍ରମନ୍ତ୍ରୀ କେପ୍ଟେନ ଦିବ୍ୟ ଶଙ୍କର ମିଶ୍ର , ରାଜ୍ୟସଭା ସଦସ୍ୟ ସୁଜିତ କୁମାର , ନର୍ଲା ବିଧାୟକ ଭୁପିନ୍ଦର ସିଂ ଉପସ୍ଥିତ ଥିବାବେଳେ ଜିଲ୍ଲାପାଳ ଗlଭlଲି ପରାଗ ହର୍ଷଦ ସ୍ୱାଗତ ଭାଷଣ ଏବଂ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଉତ୍ସବରେ ରାମପୁର ଅଂଚଳର ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥିଲେ l

କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମlଣିକେଶ୍ୱରୀଙ୍କ ଆଦି ପୀଠ ହେଉଛି ରାମପୁର ପୀଠ l ତନ୍ତ୍ର ଉପାଶନlର ଏହା ଏକ ଅନନ୍ୟ ପୀଠ ତେଣୁ ଏହି ପୀଠର ରହିଛି ସ୍ବତନ୍ତ୍ରୀୟତ llରାଜା ରାଜୁଡ଼ା ସମୟରୁ ମା ମାଣିକେଶ୍ୱରୀ ଶହ ଶହ ବର୍ଷ ଧରି ରାମପୁର ଠାରେ ଏକ କୁଡ଼ିଆ ଘରେ ପୂଜା ପାଇ ଆସୁଥିବାବେଳେ ମାଙ୍କ ପାଇଁ ଏକ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବି ହେଉଥିଲା l ମୁଖ୍ୟମନ୍ତ୍ରୀ ଏହି ପୀଠକୁ ଏକ ଭବ୍ୟ ରୂପ ଦେବାପାଇଁ ପ୍ରୟାସ କରିଥିବାରୁ ଅଞ୍ଚଳବାସୀଙ୍କ ଦୀର୍ଘଦିନର ପ୍ରତୀକ୍ଷାର ଅନ୍ତ ଘଟିଛି l ଅଞ୍ଚଳବାସୀ ବେଶ ଉତ୍ସାହିତ ଥିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ(OUAT) ଶିକ୍ଷକ ଓ ବୈଜ୍ଞାନିକ ସଂଘର ଧାରଣାର ୫୪ ଦିନରେ ୩ୟ ସାମ୍ବାଦିକ ସମ୍ମିଳନୀ...

Sat Dec 25 , 2021
ସାକ୍ଷୀଗୋପାଳ(ତ୍ରିନାଥ ବାରିକ): ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ouat)ଶିକ୍ଷକ ଓ ବୈଜ୍ଞାନିକ ସଙ୍ଘର ତୃତୀୟ ସାମ୍ବାଦିକ ସମ୍ବିଳନୀ ସତ୍ୟବାଦୀ ବ୍ଲକ ନିକଟସ୍ଥ ସ୍ୱାଦ୍ କାର୍ଯ୍ୟଳୟ ଠାରେ ଆୟୋଜିତ ହୋଇଯାଇଛି। ଏହାର ମୁଖ୍ୟ କାରଣ ଗୁଡିକ ହେଲା ଦୀର୍ଘଦିନ ଓୟୁଏଟି ସଂଘ ପକ୍ଷରୁ ୧୮ ଗୋଟି ଦାବି ନେଇ ରାଜ୍ୟ ସରକାର ଏଂବ ବିଶ୍ୱବିଦ୍ୟାଳୟ କୁଳପତି ଙ୍କୁ ବରମ୍ବାର ଦାବି କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।ନଭେମ୍ବର ୧ରୁ […]

You May Like

Pin It on Pinterest