କଟକ ସହରର ରାସ୍ତା ଅବରୋଧ ଉଚ୍ଛେଦ ପାଇଁ ପୋଲିସ୍ ର ତତ୍ପରତା…

ଦେବାଶିଷ ମିଶ୍ର (କଟକ): କଟକ-ଭୁବନେଶ୍ବର ପୋଲିସ୍ କମିଶନରେଟ୍ ର କଟକ ପୋଲିସ୍ ଉପ-ଆୟୁକ୍ତ ଶ୍ରୀ ପ୍ରତୀକ ସିଂ କଟକ ସହରର ରାସ୍ତା ଅବରୋଧକାରୀଂକୁ ଉଚ୍ଛେଦ କରିବା ତଥା ଆବଶ୍ଯକସ୍ଥଳେ ଜବରଦଖଲ କାରୀଂକ ବିରୁଦ୍ଧ ରେ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ କମିଶନରେଟ୍ ଅଧୀନରେ ଥିବା ସମସ୍ତ ଥାନାର ଭାରପ୍ରାପ୍ତ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିବା ପରିପ୍ରେକ୍ଷୀରେ, ଆଜି କଟକ ଲାଲବାଗ ଥାନା ପକ୍ଷରୁ ଭାରପ୍ରାପ୍ତ ନିରୀକ୍ଷକ ଶ୍ରୀ ରବିନାଙ୍କ ଭଞ୍ଜଙ୍କ ନିର୍ଦ୍ଦେଶ ରେ ଉପ-ନିରୀକ୍ଷକ ପ୍ରିୟଦର୍ଶିନୀ ସାହୁ ସଦଳବଳେ କଟକର ନୟାସଡକ ଠାରୁ ବାଲୁବଜାର ପର୍ଯ୍ୟନ୍ତ ସରକାରୀ ରାସ୍ତାର ଦୁଇ ପାର୍ଶ୍ୱରେ ଦୁଇଚକିଆ,ଚାରିଚକିଆ ଯାନବାହାନ ରଖୂଥୂବା ତଥା ଦୋକାନ ସମ୍ମୁଖଭାଗ ରାସ୍ତାକୁ ଜବରଦଖଲକୁ ଉଚ୍ଛେଦ କରିବା ସହ ଜୋରିମାନା ଆଦାୟ କରିଥୂଲେ ।

ଯଦି ପୁନର୍ବାର ଏଭଳି ଜବରଦଖଲ ହୁଏ ତେବେ ଯାନବାହାନ ଜବତ ସହ ଦୋକାନମାଲିକଂକ ବିରୁଦ୍ଧ ରେ ମାମଲା ରୁଜୁ କରାଯିବ ବୋଲି ସତର୍କ କରାଇ ଦେଇଥିଲେ। ରାସ୍ତାର ଦୁଇ ପାର୍ଶ୍ୱରେ ଯାନବାହାନ ରଖି,ରାସ୍ତା କୁ ଜବରଦଖଲ କରିବା ଲାଗି ଜରୁରୀ ପରିସ୍ଥିତି ରେ ଆମ୍ବୁଲାନ୍ସ, ପୋଲିସ୍ ଗାଡି ଇତ୍ୟାଦି ଯିବାରେ ବାଧା ଉପୁଜିବାରୁ ପୋଲିସ୍ କମିଶନରେଟ୍ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ଜନସାଧାରଣଙ୍କ ପକ୍ଷରୁ ପୋଲିସ୍ ର ଏହି ପଦକ୍ଷେପକୁ ସ୍ବାଗତ କରାଯାଇଥିବା ବେଳେ ଖାଲି ଉଠାଦୋକାନୀ ନୁହଁନ୍ତି ଯେଉଁ ଗାଡି ମାଲିକମାନେ ଚାରିଚକିଆ ଯାନ ରାସ୍ତା କଡରେ ରଖୂ ରାସ୍ତା ଭିଡ଼ କରୁଛନ୍ତି ସେମାନଙ୍କ ବିରୁଦ୍ଧ ରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଗଲେଏହା କଟକ ପୋଲିସ୍ କମିଶନରେଟ୍ ର ଏକ ଯୁଗାନ୍ତକାରୀ ପଦକ୍ଷେପ ହୁଅନ୍ତା ବୋଲି ମତପ୍ରକାଶ ପାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଓଡିଶାରେ ୮ ଛୁଇଁଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା...

Sun Dec 26 , 2021
ବାସ୍ତବବ୍ୟୁରୋ(ଭୁବନେଶ୍ୱର): ୨୬/୧୨- ଓଡିଶାରେ ୮ ଛୁଇଁଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ।ଗତ ୨୪ ଘଂଟାରେ ଚିହ୍ନଟ ହେଲେ ଆଉ ୪ଜଣ ଓମିକ୍ରନ୍‌ ଆକ୍ରାନ୍ତ।ସୂଚନା ଅନୁସାରେ ଏନେଇ ଆଇଏଲଏସ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଛି । ରାଜ୍ୟରେ ଏବେ ସୁଧା ୮ଜଣ ଓମିକ୍ରନରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ପୂର୍ବରୁ ୪ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ୪ଜଣ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ୮ରେ ପହଞ୍ଚିଛି ମୋଟ ଓମିକ୍ରନ୍‌ […]

You May Like

Pin It on Pinterest