ଓଡିଶାରେ ୮ ଛୁଇଁଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା…

ବାସ୍ତବବ୍ୟୁରୋ(ଭୁବନେଶ୍ୱର): ୨୬/୧୨- ଓଡିଶାରେ ୮ ଛୁଇଁଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ।ଗତ ୨୪ ଘଂଟାରେ ଚିହ୍ନଟ ହେଲେ ଆଉ ୪ଜଣ ଓମିକ୍ରନ୍‌ ଆକ୍ରାନ୍ତ।ସୂଚନା ଅନୁସାରେ ଏନେଇ ଆଇଏଲଏସ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଛି ।

ରାଜ୍ୟରେ ଏବେ ସୁଧା ୮ଜଣ ଓମିକ୍ରନରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ପୂର୍ବରୁ ୪ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ୪ଜଣ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ୮ରେ ପହଞ୍ଚିଛି ମୋଟ ଓମିକ୍ରନ୍‌ ସଂଖ୍ୟା ।

ରାଜ୍ୟରେ ପ୍ରଥମେ ଡିସେମ୍ବର ୨୧ ତାରିଖରେ ୨ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଜଣେ ଆକ୍ରାନ୍ତ ନାଇଜେରିଆରୁ ଆସିଥିବା ବେଳେ ଆଉ ଜଣେ କତାରୁ ଆସିଥିଲେ । ପରେ ଆଉ ୨ ଓମିକ୍ରନ୍‌ ଆକ୍ରାନ୍ତ ୨୩ ତାରିଖରେ ଚିହ୍ନଟ ହୋଇଥିଲେ ।

୨୩ରେ ଚିହ୍ନଟ ଏହି ୨ ଆକ୍ରାନ୍ତ ଭଉଣୀ ନାଇଜେରିଆରୁ ଫେରିଥିଲେ । ଟେଷ୍ଟ ପରେ ସେମାନେ କରୋନାର ଓମିକ୍ରନ୍‌ ଭାରିୟାଣ୍ଟରେ ସଂକ୍ରମିତ ଥିବା ଜଣାପଡିଥିଲା । ଏହାପରେ ତୁରନ୍ତ ତାଙ୍କ ବାପା-ମାଆ ଓ ଡ୍ରାଇଭରଙ୍କର ଟେଷ୍ଟ କରାଯାଇଥିଲା ।ହେଲେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା ।

ଏହାପରେ ଆଜି ରାଜ୍ୟରୁ ଆଉ ୪ଜଣ ଓମିକ୍ରନ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାହାପରେ ମୋଟ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି । ଯାହାକି ଏକ ଚିନ୍ତାର ବିଷୟ ପାଲଟିଲାଣି । ଆଗାମୀ ଦିନରେ ନୂତନ ବର୍ଷ ଆସୁଥିବାରୁ ବିଭିନ୍ନ ସ୍ଥାନରେ ଲୋକଙ୍କ ଭିଡ ଜମିବାର ରହିଛି ।ବିଶେଷଜ୍ଞମାନେ ଅନୁମାନ କରୁଛନ୍ତିକି, ଏଠାରୁ ମଧ୍ୟ ସଂକ୍ରମଣ ବଢିପାରେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୌର ଓ ପଞ୍ଚାୟତ ନିର୍ବାଚନକୁ ଆଖିରେ ରଖି ଶିଶୁପାଳଗଡ଼ ରେ ବିଜେପି ବିଜେଡିର ଶକ୍ତି ପ୍ରଦର୍ଶନ...

Sun Dec 26 , 2021
ମନୋଜ ମହାନ୍ତି(ଭୁବନେଶ୍ୱର): ୨୬/୧୨-ଶିଶୁପାଳଗଡ଼ ରେ ବିଜେପି ବିଜେଡି ଦଳର ଶକ୍ତି ପ୍ରଦର୍ଶନ । ପ୍ରାୟ ୪ ଘଣ୍ଟା କାଳ ଶିଶୁପାଳଗଡ଼ ଗଗନପବନ ପ୍ରକମ୍ପିତ ହେଲା।ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧୀ ସ୍ଲୋଗାନ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧୀ ସ୍ଲୋଗାନରେ ଗାଁ ଦାଣ୍ଡ ପ୍ରକମ୍ପିତ ହେଲା। ବିଜେପିର ମମିତା ମେହେର ମାମଲା ସାଙ୍ଗକୁ ତାଳ ଦେଇ ବିଜେଡିର ଦରବୃଦ୍ଧି ପ୍ରସଙ୍ଗରେ ଶିଶୁପାଳଗଡ଼ ହୁଲୁସ୍ତୁଲ୍‌ ହେଲା। ଦୁଇ ରାଜନୈତିକ ଦଳର ଏଭଳି ଶକ୍ତି ପ୍ରଦର୍ଶନ […]

You May Like

Pin It on Pinterest