୧-ଆମେରିକୀୟ ବଜାରରେ ବଢୁଛି ଭାରତୀୟ ଗାଈଙ୍କ ଗୋବରରେ ପ୍ରସ୍ତୁତ ଘଷିର ଚାହିଦା, ହଟ୍ କେକ ଭଳିବିକ୍ରି ହେଉଛି।
୨-କର୍ତ୍ତବ୍ୟରେ ଅବହେଳା:ବରଗଡ଼ ଜିଲ୍ଲା ଯୋଗାଣ ଅଧିକାରୀ ନିଲମ୍ୱିତ।
୩-ବ୍ୟାଙ୍କ ଋଣ ଠକେଇ ମାମଲା: ଭୂଷଣ ଷ୍ଟିଲ ଏଣ୍ଡ ପାୱାରର ପୂର୍ବତନ ଚେୟାରମ୍ୟାନ ସଞ୍ଜୟ ସିଂହଲ ଗିରଫ।
୪-ବିଏସଏନଏଲ ଆଣିଲା କ୍ୟାସ୍ବ୍ୟାକ୍ ଅଫର: 9478053334 ନମ୍ବରକୁ ACT 6 paisa ଲେଖି ମେସେଜ କଲେ ଉପଭୋକ୍ତାଙ୍କୁ ୬ ପଇସା କ୍ୟାସ୍ବ୍ୟାକ ମିଳିବ।
୫-ବିଏମ୍ସିକୁ ବିଜ୍ଞାପନ ଅର୍ଥ ଦେଇ ନଥିବାରୁ ଭୁବନେଶ୍ୱରର ୯ ଟି ସିନେମା ହଲ୍ମାନଙ୍କୁ ନୋଟିସ୍ ଜାରି।
୬-କଟକ ଓଡିଆ ବଜାରରେ ଘର କଳିରୁ ବୋମା ମାଡ।
୭-ଜାତୀୟ ସ୍ତରରେ ପୁଣି ଓଡ଼ିଶାକୁ ମିଳିଲା ପୁରସ୍କାର, ସ୍ୱଚ୍ଛତାରେ ଆଗୁଆ।
୮-ଆଜିଠୁ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବଲି, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ।
୯-ଭୁଲି ଯାଆନ୍ତୁ ୧୯ ବର୍ଷ ଧରି ମୁଁ ମୁଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳର ସଭାପତି , ଗୃହର ଜଣେ ବରିଷ୍ଠ ସଦସ୍ୟ ଭାବେ ଗୋଟିଏ ପରାମର୍ଶ ଦେଉଛି ଦୁଷ୍କର୍ମ ଓ ହତ୍ୟା ଘଟଣାରେ ରାଜନୀତି କରା ନଯାଉ – ମୁଖ୍ୟମନ୍ତ୍ରୀ।



