
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୨୬/୧୨-ଚାନ୍ଦବାଲି ନିର୍ବାଚନ ମଣ୍ଡଳୀସ୍ତରୀୟ ଚାନ୍ଦବାଲିସ୍ଥିତ ବିଜୁସ୍ମୃତି ଭବନରେ ବିଜୁ ଜନତାଦଳର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ଆୟୋଜିତ ସଭାକୁ ବିଧାୟକ ବ୍ଯୋମକେଶ ରାୟ ଉଦଘାଟନ କରିଥିଲେ । ଦଳର ସଭାପତି ତଥା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ର୍ଭଚୁଆଲ ମାଧ୍ଯମରେ କର୍ମୀମାନଙ୍କୁ ଉଦବୋଧନ ଦେଇଥିଲେ ।

ଆୟୋଜିତ ସଭାର ବିଧାୟକ ଶ୍ରୀ ରାୟ କହିଥିଲେ ଓଡିଶା ମାଟିରେ ବିଜେଡି ବିକାଶ ପଥରେ ଆଗେଇ ଚାଲିଛି । ସାଢେ ଚାରି କୋଟି ଓଡ଼ିଶାବାସୀଙ୍କ ନେତା ନବୀନ ପଟ୍ଟନାୟକ ପ୍ରାକୃତିକ ବିପର୍ଯ୍ୟୟ ଠାରୁ କୋଭିଡ ସଂକ୍ରମଣର ମୁକାବିଲା କରି ଦେଶର ଅନ୍ଯ ମୁଖ୍ୟମନ୍ତ୍ରୀମାନଙ୍କ ଠାରୁ ଆଦର୍ଶ ହୋଇଛନ୍ତି । ଆଞ୍ଚଳିକ ଦଳ ବିଜେଡି ଆଜି ଓଡିଶାର ଜନ ଆନ୍ଦୋଳନରେ ପରିଣତ ହୋଇଛି । ଏହି ଉତ୍ସବରେ ବହୁ ନେତୃମଣ୍ଡଳୀଙ୍କ ସହ ଚାନ୍ଦବାଲିର ବିଭିନ୍ନ ପଞ୍ଚାୟତ ଓ ପୌରପାଳିକାର ବହୁ କର୍ମୀ ଯୋଗଦେଇଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା ।