ନର୍ଲା ଚାରିଛକ ଠାରୁ ପ୍ରାଣୀ ଚିକିତ୍ସାଳୟ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ପାଇଁ ଭୂମି ପୂଜା…

ସନ୍ତୋଷ ପାତ୍ର (ନର୍ଲା): ନର୍ଲାବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ଏବେ ପୁରଣ ହେବାକୁ ଯାଉଛି । ନର୍ଲା କଲେଜ୍ ଚାରିଛକଠାରୁ ପ୍ରାଣୀ ଚିକିତ୍ସାଳୟ ପର୍ଯ୍ୟନ୍ତ ଚାରି ଲାଇନ୍ ବିଶିଷ୍ଟ ରାସ୍ତା ନିର୍ମାଣ ହେବ । ପ୍ରାୟ ୨ କି.ମି ପରିଧି ବିଶିଷ୍ଟ ଏହି ରାସ୍ତା ପ୍ରଶସ୍ତିକରଣ ପାଇଁ ଆଜି ୧୦ ଘଣ୍ଟା ସମୟରେ ବିଧାୟକ ଭୂପିନ୍ଦର ସିଂ ରାଜ୍ୟ ସଭା ସଦସ୍ୟ ସୁଜିତ୍ ସେଠ୍ , ଏବଂ ପୁଷ୍ପେନ୍ଦ୍ର ସିଂ ଦେଓ ସମସ୍ତେ ଏକତ୍ରିତ ହୋଇ ଭୂମୀପୂଜନ କରିଥିଲେ, ଏହି ମହତ୍ କାର୍ଯ୍ୟକ୍ରମ ରେ ମଞ୍ଚାଷିନ ଥିବା ସମସ୍ତ ନେତ୍ରୁ ବୃନ୍ଦ ନର୍ଲା ରେ ହେବାକୁ ଥିବା ବିଭିନ୍ନ ଅଫିସ୍ କାର୍ଯ୍ୟାଳୟ କିପରି ଭାବରେ ନର୍ଲା ରେ ହୋଇପାରିବ ସେଥି ପ୍ରତି ସ୍ଥାନୀୟ ଜନପ୍ରତିନିଧି ସହିତ ଜନତା ଙ୍କ ସହଯୋଗ ହାତ ବଢ଼ାଇବା ପାଇଁ ଉପସ୍ଥାପନ କରିଥିଲେ ,ଏବଂ ନର୍ଲା ଚରିଛକ୍ ଠାରୁ ରୁପ୍ରା ,ପଲମ୍ ଦେଇ କେସିଙ୍ଗା ବେଲଖଣ୍ଡି ବାଇପାସ୍ ରାସ୍ତା ପୂର୍ତ୍ତ୍ ବିଭାଗ ଦ୍ଵାରା ତିଆରି କରାଯିବ ବୋଲି ମନ୍ତ୍ୟବ ଦେଇଥିଲେ ବିଧାୟକ ମହାଶୟ,|


ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୌଡ଼ିଆ, ରୁପ୍ରାରୋଡ଼ ସରପଞ୍ଚ ଚିତ୍ତ ରଞ୍ଜନ ରଣା, ନର୍ଲା ବ୍ଲକ ବିଜେଡି ସଭାପତି ପରେଶ ପଧାନ, ସମ୍ପାଦକ ଭ୍ରମର ନାଗ, ସର୍ଗିଗୁଡାର ପୂର୍ବତନ ସରପଞ୍ଚ ହମେଶ କୁମାର ଜୈନ, ଅନି ବିଶ୍ୱାଳ, ଅଶୋକ ଚାନ୍ଦ, କୁମୁଦ ଚନ୍ଦ୍ର ନାଏକ, ମନମୋହନ ନାଏକ, ଚନ୍ଦ୍ର ଶେଖର ଚାନ୍ଦ , ନର୍ଲାର ଯୁବ ନେତୃତ୍ୱ ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଏହି ରାସ୍ତା ନିର୍ମାଣ ହେଲେ ନର୍ଲାର ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆସିବା ସହ ଦୁର୍ଘଟଣା ରୁ ବଞ୍ଚିତ ହେବେ ବୋଲି ସ୍ଥାନୀୟ ଜନତା ଆଶାବ୍ୟକ୍ତ କରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଓଡିଶା ସ୍ୱର୍ଣ୍ଣ ର୍ରୌପ୍ୟ ଶିଳ୍ପୀ ମହାସଙ୍ଘର ପ୍ରଶିକ୍ଷଣ ସୀବିର ଓ ପରିଚୟପତ୍ର ବଣ୍ଟନ...

Mon Dec 27 , 2021
ତ୍ରିନାଥ ବାରିକ(ସାକ୍ଷୀଗୋପାଳ):ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବଳପୁର ପଞ୍ଚାୟତ ର ମହାବିରୀ ମନ୍ଦିର ପ୍ରାଙ୍ଗଣ ରେ ଓଡିଶା ସ୍ୱର୍ଣ ରୌପ୍ୟ ଶିଳ୍ପୀ ମହାସଙ୍ଘ ଆନୁକୂଲ୍ୟରେ ଗ୍ରାମାଞ୍ଚଳ ରେ ଥିବା ହସ୍ତଶିଳ୍ପୀ କାରିଗର ମାନଙ୍କୁ ଏକ ପ୍ରଶିକ୍ଷଣ ଶିବିର ଓ ଓଡିଶା, କେନ୍ଦ୍ର ସରକାର ଙ୍କ ଦ୍ୱାରା ପଞ୍ଜିକୃତ ହୋଇଥିବା କାରିଗର ମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି ହୋଇଥିଲା!!କାରିଗର ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି?ଏହି ସଂଘ ତାରାଫୁରୁ ସରକାରଙ୍କ […]

You May Like

Pin It on Pinterest