
ଦେଵକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ବ୍ଲକ ଜଳଶ୍ୱରପୁର ପଂଚାୟତରେ ଯୁବ ସମାଜସେବୀ ରମାକାନ୍ତ ଭୋଳ ଗାଁ ରାସ୍ତା ସଂପ୍ରସରଣ ପାଇଁ ଉଚ୍ଚ ନ୍ୟାୟଳରେ ଆବେଦନ କରିଥିଲେ, ଏଥିନେଇ ପ୍ଲଟ- ୫୯୫ ଖାତା ୩୪୦ରେ ୧ଏକର ୨୫ ସ୍ଥାନରେ ଗାଁ ରାସ୍ତା ସଂପ୍ରସାରଣ ପାଇଁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଜବର ଦଖଲ ଉଛେଦ ପାଇଁ ନୋଟିସ ଜାରୀ ହୋଇଥିଲା ।
ତହସିଲ ପକ୍ଷରୁ ଅତିରିକ୍ତ ସହସିଲଦାର ନେତୃତ୍ବରେ ରାଜସ୍ବ ଅଧିକାରୀ, ସରକାରୀ ଅମିନ ଜଳେଶ୍ୱରପୁର ଗାଁରେ ପହଁଚି ମାପ ଆରମ୍ଭ କରିଥିଲେ , ମାପରେ କିଛି ଲୋକଙ୍କର ବାସସ୍ଥାନ ଆସିଯିବାରୁ ପ୍ରଶାସନିକ ଅଧିକାରୀମାନେ ସମୟଅଭାବର ଆଳ ଦେଖାଇ ମାପ କାର୍ଯ୍ୟକୁ ଅଧାରୁ ବନ୍ଦ କରିଦେଇଥିଲେ ,ପ୍ରଶାସନିକ ଅଧିକାରୀ ମାନେ ଅଧାରୁ ମାପ ବନ୍ଦ କରିବା ସହ ଅନ୍ୟ ଏକ ଦିନ ମାପ ହେବ ଘୋଷଣା କରିବାରୁ ସପକ୍ଷ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଉତେଜନା ଦେଖାଦେଇଥିଲା | ଏଥିନେଇଆବେଦନକାରୀ ରମାକାନ୍ତ ଭୋଳ ପ୍ରଶାସନିକ ଅଧିକାରୀଙ୍କ ପାତର ଅନ୍ତର କାର୍ଯ୍ୟକୁ ନେଇ କ୍ଷ୍ୟଭୋ ବ୍ୟକ୍ତ କରିଛନ୍ତି ।



