ଆଜିର ଖାସ୍ ଖବର

ଗତ ୨୪ ଘଣ୍ଟାରେ ୧୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୫୫କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୪୧୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୫୫୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୪୪୦୯୩ଜଣ ସୁସ୍ଥ ହୋଇଛନ୍ତି । 

କଟକ ରାଉସାପାଟଣା ଗୋପବନ୍ଧୁ ବିହାରର ଗୋଟିଏ ପରିବାରରେ ୬ଜଣ ପଜିଟିଭ ଚିହ୍ନଟ ପରେ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରିଛି ପ୍ରଶାସନ । ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା ପରେ ବିଲ୍ଡିଂକୁ ନଯିବାକୁ ପରାମର୍ଶ ଦେଇଛି ପ୍ରଶାସନ ।କଣ୍ଟେନମେଣ୍ଟ ଅଞ୍ଚଳରେ ବାହାର ଲୋକଙ୍କ ଯାଆସ ଉପରେ କଟକଣା ଲଗାଯାଇଛି । ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ କରିବାକୁ ବ୍ୟବସ୍ଥା ହୋଇଛି ।

ନନ୍ଦନକାନନରେ ଆଜି (ମଙ୍ଗଳବାର) ଭୋର ସମୟରେ ସିମ୍ପାଞ୍ଜୀ ରାକ୍ଷୀ ଏକ ଶାବକକୁ ଜନ୍ମ ଦେଇଛି । ଏବେ ନନ୍ଦନକାନନ ଦୁଇଟି ଅଣ୍ଡିରା, ୫ଟି ମାଈ ସିମ୍ପାଞ୍ଜୀ ଅଛନ୍ତି । ନବଜାତକର ଲିଙ୍ଗ ନିରୁପଣ ହୋଇନାହିଁ । ମା’ ଛୁଆ ଉଭୟ ସୁସ୍ଥ ଅଛନ୍ତି । ନନ୍ଦନକାନନରେ ସିମ୍ପାଞ୍ଜୀ ସଂଖ୍ୟା ୮କୁ ବୃଦ୍ଧି । 

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ଉତ୍ତର ଓଡ଼ିଶାରେ ୨୮ରାତି ଓ ୨୯ରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୯ ଦିନବେଳା ସର୍ବାଧିକ ତାପମାତ୍ରା ୬ଡିଗ୍ରୀରୁ ଅଧିକ କମିବ । ଫଳରେ ପାଗ କୋହଲା ରହିବ । ୩୦ ଓ ୩୧ରେ ବି କୋହଲା ପାଗ ଜାରି ରହିବ । ୨୯, ୩୦ ଓ ୩୧ରେ ଘନ କୁହୁଡ଼ି ହେବ । ୩୧ ତାରିଖ ପରେ ରାତି ତାପମାତ୍ରା ୨ଡିଗ୍ରୀ କମିବ ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୩୫୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୯୩ ଜଣଙ୍କ ମୃତ୍ୟୁ ହୋଇଛି । ଏବେସୁଦ୍ଧା ଦେଶରେ ପ୍ରାୟ ୩୪ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୭୫୪୫୬ ସକ୍ରିୟ ମାମଲା ରହିଛି ଏବଂ ୩୪୨୪୩୯୪୫ ଜଣ ସୁସ୍ଥ ହୋଇ ଫେରିଛନ୍ତି ।  ଏହା ବ୍ୟତୀତ ୪୮୦୨୯୦ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

କର୍ଣ୍ଣାଟକରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଲାଗୁ ହେବ ୧୦ ଦିନିଆ ନାଇଟ କର୍ଫ୍ୟୁ। ଆଜି (ମଙ୍ଗଳବାର) ରାତି ୧୦ରୁ ଭୋର ୫ଟା ଯାଏ କର୍ଫ୍ୟୁ କଟକଣା ରହିବ। ଏନେଇ କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ କେ. ସୁଧାକର ସୂଚନା ଦେଇଛନ୍ତି ।ନାଇଟ କର୍ଫ୍ୟୁ ସହ କର୍ଣ୍ଣାଟକ ସରକାର ନୂଆବର୍ଷ କାର୍ଯ୍ୟକ୍ରମ ଓ ଭିଡ଼ ଉପରେ କଟକଣା ଲଗାଯାଇଛି।

ଆଜି ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬୫୩ରେ ପହଞ୍ଚିଛି । ମହାରାଷ୍ଟ୍ରରେ ୧୬୭ ଓମିକ୍ରନ ଆକ୍ରାନ୍ତ ଥିବା ବେଳେ ଦିଲ୍ଲୀରେ ୧୬୫ଜଣ ଓମିକ୍ରନ ଆକ୍ରାନ୍ତ ରହିଛନ୍ତି। ୬୫୩ଜଣଙ୍କ ମଧ୍ୟରୁ ୧୮୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଓମିକ୍ରନ୍ ମାମଲାରେ ବୃଦ୍ଧି ଘଟିବାରୁ ଦିଲ୍ଲୀରେ ସୋମବାରଠାରୁ ନାଇଟ କର୍ଫ୍ୟୁ ଲାଗୁ ହୋଇଛି। ସୋମବାର ଦିନ ଦିଲ୍ଲୀରେ ୩୩୧ଟି କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରତନ ଟାଟାର ସେହି ଚାରୋଟି କଥା ଯାହା ଆପଣଙ୍କ ଜୀବନକୁ ବଦଳାଇପାରେ...

Tue Dec 28 , 2021
ବାସ୍ତବବ୍ୟୁରୋ:ଆଜି ରତନ ଟାଟାଙ୍କ ଜନ୍ମ ଦିନ,୮୩ ବର୍ଷ ପୂର୍ବେ ସୁରଟରେ ୨୮ ଡିସେମ୍ବର ୧୯୩୭ ରେ ଜନ୍ମଗ୍ରହଣ କରିଥିଲେ। ରତନ ଟାଟା ନାଭାଲ ଟାଟାର ପୁତ୍ର,ଯିଏକି ସ୍ୱାମୀ ରତନଜୀ ଟାଟାଙ୍କ ମୃତ୍ୟୁ ପରେ ନବାଜବାଇ ଟାଟାଙ୍କ ଦ୍ୱାରା ଗ୍ରହଣ କରାଯାଇଥିଲା |ଆଜି, ତାଙ୍କ ଜନ୍ମଦିନ ଅବସରରେ, କିଛି ମଜାଦାର ଉପନ୍ୟାସ ସହିତ,ମୁଁ ଆପଣଙ୍କୁ ସେହି ୪ ଟି ଉଦ୍ଧୃତି କହିବି,ଯାହା ଆପଣଙ୍କ ଜୀବନକୁ ଉନ୍ନତ କରିପାରିବ | ରତନ ଟାଟାର […]

You May Like

Pin It on Pinterest